ଉତ୍କୃଷ୍ଟ ସେବା ପାଇଁ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ସମ୍ବର୍ଦ୍ଧିତ

ଉତ୍କୃଷ୍ଟ ସେବା ପାଇଁ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ସମ୍ବର୍ଦ୍ଧିତ


କଟକ (ଏନ୍‌.ଏମ୍‌.): ସମ୍ପ୍ରତି କୋଭିଡ ପରିସ୍ଥିତିିରେ କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗର ଉଲ୍ଲେଖନୀୟ ଅବଦାନ ପାଇଁ ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ମନ୍ତ୍ରୀ ପଦ୍ମନାଭ ବେହେରା ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ଓ ନିରୀକ୍ଷକ ଭଗବାନ ଲେଙ୍କାଙ୍କୁ ତାଙ୍କର କାର୍ଯ୍ୟଦକ୍ଷତା ପାଇଁ ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟତଃ ନିଗମର ପରିମଳ ବ୍ୟବସ୍ଥାକୁ ସେ ପ୍ରଶଂସା କରିବା ସହିତ କଟକ ସହରରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କୁ ଉତ୍କୃଷ୍ଟ ଧରଣର ସେବା ପାଇଁ ସିଏମସିକୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଡିସିପି ପ୍ରତୀକ ସିଂହ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *