ସିନିୟର ବାଲି କୁସ୍ତି ପ୍ରତିଯୋଗିତା

ସିନିୟର ବାଲି କୁସ୍ତି ପ୍ରତିଯୋଗିତା


କଟକ (ଏନ୍‌.ଏମ୍‌.): ଓଡ଼ିଶା କୁସ୍ତି ସଂଘ ଆନୁକୂଲ୍ୟରେ ପ୍ରଥମ ସିନିୟର ବାଲି କୁସ୍ତି ପ୍ରତିଯୋଗିତା ସ୍ଥାନୀୟ ବାରବାଟୀ ଷ୍ଟାଡିୟମ ସ୍ଥିତ କ୍ଲବ ହାସଲ ଠାରେ ଅନୁଷ୍ଠିତ ହୋଇଯାଇଛି । ସିନିୟର ବିଭାଗର ୭୦ କେଜି ବାଳକରେ ପୁରୀର ପୁର୍ଣ୍ଣଚନ୍ଦ୍ର ଦାସ, ପ୍ରଥମ, କଟକର ଅଜିତ କୁମାର ଫୁଲଟନ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ସିନିୟର ୮୦ କେଜି ବାଳକରେ ପୁରୀର କେଦାର ଦଲାଇ ପ୍ରଥମ, ବାଦଲ ସାମଲ ଦ୍ୱିତୀୟ, ସିନିୟର ୯୦ କେଜି ବାଳକରେ ପୁରୀର ଶ୍ୟାମସୁନ୍ଦର ମହାପାତ୍ର ପ୍ରଥମ, କଟକର ବିକାଶ ନାଏକ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ବାଳିକା ବର୍ଗର ସିନିୟର ୫୦ କେଜି ବିଭାଗରେ କଟକର ରେଜାଲିନ ପାଲ ପ୍ରଥମ, ପୁରୀର ଫିଜା ମହାନ୍ତି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ସିନିୟର ବାଳିକା ୬୦ କେଜିରେ କଟକର ଅଜିଜା ବେଗମ ପ୍ରଥମ, ଖେର୍ଦ୍ଧାର ଲୋମା ସ୍ୱାଇଁ ଦ୍ୱିତୀୟ ଏବଂ ସିନିୟର ୭୦ କେଜିରେ ପୁରୀର ପୂଜା ମହାରଣା ପ୍ରଥମ, କଟକର ମନିଷା ବେହେରା ଦ୍ୱିତୀୟ ହୋଇଛନ୍ତି । ପ୍ରତିଯୋଗିତାରେ ଓଡ଼ିଶା କୁସ୍ତ ସଂଘର ଅନୁବନ୍ଧିତ ଜିଲ୍ଲା ମଧ୍ୟରୁ କଟକ, ପୁରୀ, ଢେଙ୍କାନାଳ, ଖୋର୍ଦ୍ଧା, ସମ୍ବଲପୁର ଆଦି ଜିଲ୍ଲାର ଖେଳାଳି ମାନେ ଅଶଂଗ୍ରହଣ କରିଥିଲେ । ରାଜ୍ୟର କୋଣ ଅନୁକୋଣରୁ ପ୍ରାୟ ୩୨ ଜଣ ପ୍ରତିଯୋଗି ଭାଗ ନେଇଥିଲେ । ସମସ୍ତ କୃତି ପ୍ରତିଯୋଗୀମାନେ ଆସନ୍ତା ୨୭ରେ ଚେନ୍ନାଇରେ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବେ । ଓଡ଼ିଶା କୁସ୍ତି ସଂଘ ସମ୍ପାଦକ କିଶୋର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରିତଯୋଗିତାରେ ଓଡ଼ିଶା କୁସ୍ତି ସଂଘର ସଭାପତି ରାମଚନ୍ଦ୍ର ପାଢୀ, କର୍ମକର୍ତ୍ତା ରବି ପ୍ରତିହାରୀ, ରାମଚନ୍ଦ୍ର ଦାସ ମହାପାତ୍ର, ଦେବେନ୍ଦ୍ର ସାହୁ, କୁମାର ରାୟ, ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ । ଅଫିସିଆଲ ଭାବେ ସନ୍ତୋଷ ଦାସ, ଅମ୍ବାଲିକା ଜେନା, ଦିଲ୍ଲୀପ ନାରାୟଣ ଗୁଟୁ, ଶ୍ୟାମସୁନ୍ଦର ପାତ୍ର, ନାରାୟଣ ବେହେରା, କୃଷ୍ଣ ମୋହନ ପାତ୍ର, ସନ୍ତୋଷ ସାହୁ, କାଳନ୍ଦି ମୂଳିଆ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *