ଇନର ହ୍ୱିଲ କ୍ଲବ ପକ୍ଷରୁ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ

ଇନର ହ୍ୱିଲ କ୍ଲବ ପକ୍ଷରୁ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ


କଟକ(ଏନ୍‌.ଏମ୍‌.): ଇନର ହ୍ୱିଲ କ୍ଲବ ମିଡ଼ ଟାଉନ ପକ୍ଷରୁ ସିଟି ହସ୍ପିଟାଲରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନ ହୋଇଯାଇଛି । ସିଟି ହସ୍ପିଟାଲ ପ୍ରସୂତି ବିଭାଗ ନିକଟରେ କ୍ଲବ ସଭାପତି ନମିତା କାନୁନଗୋଙ୍କ ସହଯୋଗରେ ଏହି ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲା । ଏହି ପ୍ରକଳ୍ପର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ଲବ ସମ୍ପାଦିକା ଅଞ୍ଜଳି ମୋଦି, ସଦସ୍ୟ ସୋମ୍ୟା ମହାନ୍ତି, ଏଡ଼ିଏମଓ ସୁଧାଂଶୁ କୁମାର ଗିରି, ଡକ୍ଟର ଉମେଶ ରାୟ, ସଚିନ କୁମାର ସାହୁ, ନାରାୟଣ ପ୍ରସାଦ ତିୱାରୀ, ପୂର୍ବତନ କର୍ପୋରେଟର ତଥା ଜୀବନବିନ୍ଦୁ ସିଟି ସଂଯୋଜକ ରଞ୍ଜନ କୁମାର ବିଶ୍ୱାଳ, ଜଗତଜ୍ୟୋତି ପଟ୍ଟନାୟକ, ସୋମ୍ୟଦୀପ ଘୋଷ ପ୍ରମୁଖ ଉପସ୍ଥିତଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *