ପୂର୍ବତନ କର୍ପୋରେଟରଙ୍କ ପକ୍ଷରୁ ହଇରାଣପୁର କମିଟିର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ପୂର୍ବତନ କର୍ପୋରେଟରଙ୍କ ପକ୍ଷରୁ ହଇରାଣପୁର କମିଟିର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା


କଟକ(ଏନ୍‌.ଏମ୍‌.): ସିଡିଏ ସେକ୍ଟର ୬ ସ୍ଥିତ ସିଏମସି ଦ୍ୱାରା ମାନ୍ୟତାପ୍ରାପ୍ତ ହଇରାଣପୁର ବସ୍ତିର କର୍ମକର୍ତ୍ତାମାନଙ୍କୁ ୬ନମ୍ବର ୱାର୍ଡ଼ର ପୂର୍ବତନ କର୍ପୋରେଟର ସଂଯୁକ୍ତା ସାହୁଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଶ୍ରୀମତୀ ସାହୁ କର୍ମକର୍ତ୍ତାଙ୍କୁ ଉତ୍ତରୀୟ, ଏନ-୯୫ ମାସ୍କ, ସାନିଟାଇଜର ଓ ଶୁଖିଲା ଖାଦ୍ୟ ଆଦି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇନ ସେବା ସଂସ୍ଥା ଲିସାର ଆବାହକ ତଥା ଆଇନଜୀବୀ ଗଦାଧର ସାହୁ, ସୂଜିତ କୁମାର ବିଶ୍ୱାଳ, ପ୍ରେମାନନ୍ଦ ଦାସ, ଅଶୋକ କୁମାର ପଟ୍ଟନାୟକ, ବିବେକାନନ୍ଦ ଗେରୁ, ନଚିକେତା ଦାଶ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିବା ବେଳେ, କମିଟିର କର୍ମକର୍ତ୍ତାଙ୍କ ମଧ୍ୟରେ ବଚ୍ଛରାମ ନାୟକ, ଯୁଗଳ ଦାସ, ସଂସାରୀ ଦାସ, ଦୁର୍ଯ୍ୟେଧନ ଦାସ, ଭିକାରୀ ଚରଣ ଦାସ, ମୁରଲୀଧର ଦାସ, ସନାତନ ଦାସ, ସଦାଶିବ ଦାସ, ବିଷ୍ଣଚରଣ ଦାସ, ଦିନବନ୍ଧୁ ଦାସ, ରାଜେଶ ମହାନ୍ତି ଓ ଅଭିମନ୍ୟୁ ନାୟକ ପ୍ରଭୃତି ଅଂଶଗ୍ରହଣ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *