ଶୈଳବାଳା ମହାବିଦ୍ୟାଳୟକୁ ହେରିଟେଜ ବିଶ୍ୱବିଦ୍ୟାଳୟର ମାନ୍ୟତା ନିମନ୍ତେ ଦାବି

ଶୈଳବାଳା ମହାବିଦ୍ୟାଳୟକୁ ହେରିଟେଜ ବିଶ୍ୱବିଦ୍ୟାଳୟର ମାନ୍ୟତା ନିମନ୍ତେ ଦାବି


କଟକ(ଏନ.ଏମ୍‌.): କଟକର ଐତିହାସିକ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ହେରିଟେଜ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଁ ଦାବି ଉଠିଛି । ୧୯୧୩ ମସିହାରେ ଭାରତ ବର୍ଷ ସ୍ୱାଧୀନତା ସଂଗ୍ରାମ ମଧ୍ୟ ଦେଇ ମହିଳା ଶିକ୍ଷା ପ୍ରତି ଗୁରୁତ୍ୱ ଆରୋପ କରି ସମଗ୍ର ଦେଶରେ ୨ଟି ପ୍ରମୁଖ ମହିଳା କଲେଜ ଗଢି ଉଠିଥିଲା । ତନ୍ମଧ୍ୟରୁ କଟକର ଶୈଳବାଳା ମହିଳା ମହାବିଦ୍ୟାଳୟ ଅନ୍ୟତମ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶୈଳବାଳା ଦାସଙ୍କ ନାମରେ ଏହି ମହାବିଦ୍ୟାଳୟଟି ଗଢି ଉଠିଥଲା । ଆଜି ୧୦୮ ବର୍ଷ ପୂରଣ କରିବାକୁ ଯାଉଛି । ଆଜି ଦିନରେ ପ୍ରମୁଖ ମହିଳା ଓ ହେରିଟେଜ ଶିକ୍ଷା ଅନୁଷ୍ଠାନ ଭାବରେ ପ୍ରତିପାଦନ ହୋଇପାରିଛି । ଏହି ମହାବିଦ୍ୟାଳୟରେ ୩୩୦୦ ଛାତ୍ରୀ ବିଭିନ୍ନ ଶ୍ରେଣୀ ରେ ଯଥା + ୨, + ୩ , ୧୨ ଟି ବିଷୟରେ ପି.ଜି , ୬ ଟି ବିଷୟରେ ଏମ.ଫିଲ ପ୍ରଭୃତି ଶିକ୍ଷାଦାନ ପ୍ରଦାନ କରି ଓଡ଼ିଶାର ଶିକ୍ଷା ବିଭାଗକୁ ବଡ଼ ଅବଦାନ ଦେଇ ଆସୁଅଛି । ଏହି ପରିପ୍ରେକ୍ଷୀରେ ସାଂସଦ ସୁବାସ ସିଂହ ଏହି ଅନୁଷ୍ଠାନକୁ ପରିଦର୍ଶନ କରିବା ସହ ମହାବିଦ୍ୟାଳୟର ସାମଗ୍ରୀକ ବିକାଶ ସମ୍ପର୍କରେ ସମୀକ୍ଷା କରିଥିଲେ । ନବ ନିର୍ମିତ ହେଉଥିବା ୪୦୦ ଶଯ୍ୟା ବିଶିଷ୍ଟ ମହିଳା ଛାତ୍ରୀ ନିବାସ, ବିଜ୍ଞାନ ଗାର, ନବନିର୍ମିତ ୫ ମହଲା କ୍ଲାସ ରୁମ ପ୍ରଭୁର୍ତ୍ତି ବୁଲି ଦେଖିବା ସହ ଏହି କାର୍ଯ୍ୟଗୁଡିକୁ ଯେତେ ଶୀଘ୍ର ପୂର୍ଣ୍ଣାଙ୍ଗ ହୋଇପାରିବ ସେ କ୍ଷେତ୍ରରେ ପଦକ୍ଷେପ ନେବା ପାଇଁ ସମୃକ୍ତ ବିଭାଗକୁ ପରାମର୍ଶ ଦେଇଥିଲେ । ପୁନଶ୍ଚ ୟୁଜିସି ନିର୍ଦ୍ଦେଶନାମା ଅନୁଯାୟୀ ୧୦୦ବର୍ଷର ପୁରୁଣା ଅନୁଷ୍ଠାନକୁ ହେରିତେଜ ବିଶ୍ୱବିଦ୍ୟାଳୟ ଭାବରେ ମାନ୍ୟତା ଦେବା ପାଇଁ ଗାଇଡ଼ଲାଇନରେ ଉଲ୍ଲେଖ ଅଛି । ରାଜ୍ୟ ସରକାର ଏବଂ ଉଚ୍ଚଶିକ୍ଷା ବିଭାଗ ନିକଟରେ ସାଂସଦ ହେରିଟେଜ ବିଶ୍ୱବିଦ୍ୟାଳୟ ପାଇଁ ଯୁକ୍ତି ଉପସ୍ଥାପନ କରିଛନ୍ତି । ଏହି ମହାବିଦ୍ୟାଳୟର ୨ୟ କ୍ୟାମ୍ପସ ପାଇଁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରାଯିବା ସଙ୍ଗେ ସଙ୍ଗେ ଏହାର ଜାଗା ପ୍ରଦାନ କରିବା ପାଇଁ ଦାବି ଉପସ୍ଥାପନ କରାଯାଇଛି । ଏଥି ସଙ୍ଗେ ସଙ୍ଗେ ବିଭିନ୍ନ ବିଭାଗରେ ଖାଲିପଡ଼ିଥିବା ୪୮ପଦବୀକୁ ପୁରଣ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ସଚିବଙ୍କ ସହିତ ଖୁବଶିଘ୍ର ଏକ ବୈଠକ କରିବା ପାଇଁ ଶ୍ରୀ ସିଂହ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ଅଧକ୍ଷ ପ୍ରଫେସର ସୁରେଖା ସୁନ୍ଦରୀ ସ୍ୱାଇଁ, ସିଏମସି ଡେପୁଟି କମିଶନର ଅଜୟ କୁମାର ମହାନ୍ତି, ଚାରୁବାଲା ପାଣି, ଡକ୍ଟର ଯୋଗମାୟା ପଣ୍ଡା, ସିପ୍ରା ରାୟ, ଜାମିନିରଞ୍ଜନ ମହାନ୍ତି, ବିକାଶ ଦାସ ଏବଂ କଲେଜର ସମସ୍ତ ଷ୍ଟାଫ ଉପସ୍ଥିତ ଥିଲେ । ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଜାତୀୟ ବନୋମହତ୍ସବ ସପ୍ତାହ ପାଳନ ହୋଇଥିଲା । ସାଂସଦ ସୁବାସ ସିଂହ, ଅଧକ୍ଷ ପ୍ରଫେସର ସୁରେଖା ସୁନ୍ଦରୀ ସ୍ୱାଇଁ, ବରିଷ୍ଠ ଆଇନଜୀବୀ ଶଶିଭୂଷଣ ଦାସ, ପୂର୍ବତନ କର୍ପୋରେଟର ବିକାଶ ବେହେରା, ରମଜାନ ଖାଁ, ଉଷାରାଣୀ ସାହୁ, ଇତିଶ୍ରୀ ଦାସ, ଯୁବନେତା ଜଗନ୍ନାଥ ସ୍ୱାଇଁ, ପ୍ରଦୀପ ବାରିକ ପ୍ରମୁଖ ଉପସ୍ଥିତ ରହି ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିଥିଲେ । ଏହି ମହାବିଦ୍ୟାଳୟ କ୍ୟାମ୍ପସକୁ ସବୁଜ ବନାନୀରେ ପରିଣତ କରିବା ପାଇଁ ସାଂସଦ ଶ୍ରୀ ସିଂହ ଡେପୁଟି କମିଶନର ଅଜୟ କୁମାର ସାହୁଙ୍କ ସହିତ ଆଲୋଚନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *