ରାଜ୍ୟସଭା ସାଂସଦ ଏବଂ ପୂର୍ବତନ ବିଧାୟକଙ୍କ ଦ୍ୱାରା ବ୍ରାହ୍ମଣ ଏବଂ ସଫେଇ କର୍ମଚାରୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ରାଜ୍ୟସଭା ସାଂସଦ ଏବଂ ପୂର୍ବତନ ବିଧାୟକଙ୍କ ଦ୍ୱାରା ବ୍ରାହ୍ମଣ ଏବଂ ସଫେଇ କର୍ମଚାରୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ


କଟକ(ଏନ୍‌.ଏମ୍‌.): ବାରବାଟୀ କଟକ ନିର୍ବାଚନ ମଣ୍ଡଳୀ ୨୮ନମ୍ବର ୱାର୍ଡର ସଭାପତି ଜନସନ୍ ମହାପାତ୍ରଙ୍କ ନେତୃତ୍ୱରେ ସ୍ଥାନୀୟ ରଜବଗିଚା କଲେଜରେ ବ୍ରାହ୍ମଣ ଓ ସଫେଇ କର୍ମଚାରୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଉକ୍ତ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଭାଷ ସିଂହ ଏବଂ ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଯୋଗ ଦେଇ ଖାଦ୍ୟ ବିତରଣ କରିଥିଲେ । ଅନ୍ୟ ଅତିଥି ଭାବରେ କଟକ ମହାନଗର ବିଜୁ ଜନତା ଦଳର ସଭାପତି ମଧୁସୂଦନ ସାହୁ, ଜିଲ୍ଲା ଉପସଭାପତି ପ୍ରଫୁଲ୍ଲ ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ସିଂହ, ସୁବ୍ରତ କାନୁନଗୋ, ୨୦ନମ୍ବର ୱାର୍ଡ ସଭାପତି ଜଗନ୍ନାଥ ସ୍ୱାଇଁ, ୩୦ନମ୍ବର ୱାର୍ଡ ସଭାପତି ଇଂ. ଶୁଶୃତ ମହାନ୍ତି, ବନଲତା ପ୍ରଧାନ, ରମାକାନ୍ତ ବେହେରା, ସରୋଜ ମହାପାତ୍ର, ଲଲାଟେନ୍ଦୁ ମହାପାତ୍ର, ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *