କଣ୍ଟାବାଞ୍ଝିରେ ଶକ୍ତି ଟିଭିର ତୃତୀୟ ସ୍ୱନକ୍ଷତ୍ର ଉତ୍ସବ

କଣ୍ଟାବାଞ୍ଝିରେ ଶକ୍ତି ଟିଭିର ତୃତୀୟ ସ୍ୱନକ୍ଷତ୍ର ଉତ୍ସବ

News by Basant Ratha

#କଣ୍ଟାବାଞ୍ଝି (ଏନ୍‌.ଏମ୍‌.): ଶକ୍ତି ଟିଭିର ତୃତୀୟ ସ୍ୱନକ୍ଷତ୍ର ଉତ୍ସବ ଆୟୋଜିତ ହୋଇଯାଇଛି ।ଏହି ଅବସରରେ ସମସ୍ତ ସାମ୍ବାଦିକଙ୍କୁ ସାଥିରେ ନେଇ କଣ୍ଟାବାଞ୍ଜି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ ରୋଗୀଙ୍କୁ ଫଳ ବିସ୍କୁଟ ବଣ୍ଟନ କରାଯାଇଥିଲା । କଣ୍ଟାବାଞ୍ଜି ଜି ଆର୍ ପାଲେସ କନଫରେନ୍ସହଲ୍‌ରେ ଇତି ଅବସରରେ “ସର୍ତ୍ତ ନୁହେଁ ସତ ସହ ଡିଜିଟାଲ ମିଡିଆ’ ଉପରେ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଦିବଂଗତ କ୍ଷୀରୋଦ ମଙ୍ଗରାଜଙ୍କ ଅମର ଆତ୍ମାର ସଦଗତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ଶକ୍ତି ଟିଭିର ମୁଖ୍ୟ ସମ୍ପାଦକ କୃଷ୍ଣ ଚନ୍ଦ୍ର ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବ ଓଡିଶା ବ୍ୟୁରୋ ଚିଫ୍ ପ୍ରଦୀପ କୁମାର ଦାସ ମୁଖ୍ୟବକ୍ତା, ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାନ୍ ମୁଖ୍ୟଅତିଥି, ବରିଷ୍ଠ ବିଜେପି ନେତା ବଲରାମ୍ ସିଂହ ଯାଦବ, ଜାତୀୟ ମାନବାଧିକାର କମିଶନ, ରାଜ୍ୟ ସଭାପତି ପ୍ରସନ୍ନ କୁମାର ଗୁରୁ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ବଲାଙ୍ଗୀର ଜିଲ୍ଲା ଉପଦକ୍ଷା ନିରୁପମା ମାଝୀ, ଇନ୍ଦ୍ରମଣି ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ରଶ୍ମିତା ବେହେରା ଉପସ୍ଥାପନା କରିଥିଲେ । ଆଲୋଚନା ଚକ୍ର ସହ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଇଥିଲା । ଉକ୍ତ ଉତ୍ସବରେ ବରିଷ୍ଠ ସାମ୍ବାଦିକ ପ୍ରଦୀପ କୁମାର ଦାସ, ପ୍ରଭଜିତ ସିଂହ ସାଲୁଜା, ଆଶିଷ ଖଇତାନ, ମୋହନ ସୋନି, ପ୍ରମୋଦ କୁମାର ସେଲମା, ଯୁବକବି ସଂଗ୍ରାମ ମହାରଣା, ଯୁବ କବି ରିଙ୍କୁ ମେହେର, ଖପ୍ରାଖୋଲ ବ୍ଲକର ଶ୍ରେଷ୍ଠ ସରପଞ୍ଚ ଭାବେ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ସରପଞ୍ଚ ଲାଠୋର ଗ୍ରାମ ପଞ୍ଚାୟତ ଯୁବା ସରପଞ୍ଚ ସୁଶ୍ରୀ ଜୟଶ୍ରୀ ଭଇଁସାଲ, ବଙ୍ଗୋମଣ୍ଡା ବ୍ଲକର ଶ୍ରେଷ୍ଠ ସରପଞ୍ଚ ଉଦ୍ଧବ ବେହେରା, ତୁରେକେଲା ବ୍ଲକର ଶ୍ରେଷ୍ଠ ସରପଞ୍ଚ ଭାବେ ଜଳନ୍ଧର ମହାକୁଡ଼, ବେଲପଡ଼ା ବ୍ଲକର ଶ୍ରେଷ୍ଠ ସରପଞ୍ଚ ଭାବେ ପ୍ରଦୀପ କୁମାର ବେହେରା, ସମାଜସେବୀ ଚିନ୍ମୟୀ ଦାସ୍ ଭାଗ୍ୟବାନ ମାଝୀ, ସୁନୀଲ ପଣ୍ଡା, ଦେବେନ୍ଦ୍ର ନାଥ ସେଠୀ, ଶ୍ୟାମ ସୁନ୍ଦର ଅଗ୍ରୱାଲ, ଅଭୟ ତ୍ରିପାଠୀ, ପ୍ରଦୀପ କୁମାର ଦାଶ, ବିଶିଷ୍ଟ ସମାଜସେବୀ ଭାବେ ବେଲପଡା ବ୍ଲକ ଗମ୍ଭାରୀ ସରପଞ୍ଚ କୁଳମଣି କୁମ୍ଭାର, ବୈଦ୍ୟ ବିଶାରଦ ପବିତ୍ର ବେହେରା, ବିଶିଷ୍ଟ କଣ୍ଠଶିଳ୍ପୀ ଖଗେଶ୍ୱର ବାଗ, ସମେତ ବହୁ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *