ବାଲି ଚାଲାଣ ନେଇ ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ମିଥ୍ୟା ସତ୍ୟପାଠକୁ ନେଇ ହାଇକୋର୍ଟ କ୍ଷୁବ୍ଧ

ବାଲି ଚାଲାଣ ନେଇ ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ମିଥ୍ୟା ସତ୍ୟପାଠକୁ ନେଇ ହାଇକୋର୍ଟ କ୍ଷୁବ୍ଧ

ବାଲି ଚାଲାଣ ନେଇ ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ମିଥ୍ୟା ସତ୍ୟପାଠକୁ ନେଇ ହାଇକୋର୍ଟ କ୍ଷୁବ୍ଧ

News by Smruti Ranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): କଟକର କରିତକର୍ମା ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ଏବେ ହାଇକୋର୍ଟଙ୍କ ଛାଟ । ବାଲି ପରିବହନ ନେଇ ଭବାନୀ ଶଙ୍କର ଚୟନୀଙ୍କ ପ୍ରତି ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି । କୋର୍ଟ କହିଛନ୍ତି, ବାଲି ପରିବହନ ନେଇ ଭବାନୀଶଙ୍କର ଚୟନୀ ଦାଖଲ କରିଥିବା ସତ୍ୟପାଠ ମିଥ୍ୟା । ତେଣୁ ତାଙ୍କ ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ । କଟକ ସହରର ବିଭିନ୍ନ ନଦୀ ପଠାରୁ ବେଆଇନ ବାଲି ଉଠାଣ ଓ ପରିବହନ କରାଯାଉ ଥିବା ନେଇ ପ୍ରଶାନ୍ତ କୁମାର ଜେନା ନାମକ ଜଣେ ସ୍ୱେଚ୍ଛାସେବୀ ହାଇକୋର୍ଟରେ ଏକ ପିଆଇଏଲ୍ ଦାଖଲ କରିଥିଲେ । ଲିଜ୍ ଧାରୀଙ୍କ ପାଇଁ ପ୍ରଶାସନ ଲୋକଙ୍କ ସ୍ୱାର୍ଥକୁ ଆଖି ବୁଜିଥିବା ନେଇ ଅଭିଯୋଗରେ ଦର୍ଶାଯାଇଥିଲା । ଏହାକୁ ନେଇ ହାଇକୋର୍ଟ ଜିଲ୍ଲା ପ୍ରଶାସନ ଠାରୁ ସତ୍ୟପାଠ ମାଗିଥିଲେ । ଚଳିତ ବର୍ଷ ଜୁଲାଇ ୧୯ ତାରିଖରେ କଟକର ତତ୍କାଳୀନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା । ସେହି ସତ୍ୟାପାଠରେ ସେ ଉଲ୍ଲେଖ କରିଥିଲେ ଯେ, ସରକାରୀ ନୀତିନିୟମ ଅନୁସାରେ ବାଲି ଉଠାଣ ଓ ପରିବହନ କରାଯାଉଛି । ସରକାରୀ ନିୟମକୁ କଡ଼ାକଡ଼ି ପାଳନ କରାଯାଉଛି । ବେଆଇନ ବାଲି ଚାଲାଣ କରୁଥିବା ଲିଜ୍ ଧାରୀଙ୍କ ଠାରୁ ଫାଇନ୍ ଆଦାୟ କରାଯାଇଛି । ଅନ୍ୟପକ୍ଷରେ କଟକ ସହରରେ ବେଆଇନ ବାଲିଚାଲାଣ କରାଯାଉଥିବା ଉପରେ ନେଇ ହାଇକୋର୍ଟଙ୍କ ନଜର ଥିଲା । ରାତି ୧୦ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବାଲି ପରିବହନ କରାଯିବାର ନିୟମ ଥିବା ବେଳେ ସବୁ ସମୟରେ ବାଲି ପରିବହନ କରାଯାଉଛି । ବାଲି ପରିବହନ ସମୟରେ ରାସ୍ତା ରାସ୍ତାରରେ ଗଦା ଗଦା ବାଲି ପଡ଼ୁଛି । ଯାହାଫଳରେ ଦୁର୍ଘଟଣା ଘଟୁଛୁ ବୋଲି ହାଇକୋର୍ଟ ଅବଗତ ଥିଲେ । ଏଥିସହ ମାମଲାର ଶୁଣାଣୀ ସମୟରେ ହାଇକୋର୍ଟର ବାରର ଅନ୍ୟ ସଦସ୍ୟମାନେ କଟକ ସହରରେ ବେଆଇନ ଭାବେ ବାଲି ଚାଲାଣ କରାଯାଉଥିବା ମତ ରଖିଥିଲେ । କୋର୍ଟ ଏହି ସବୁ ବିଚାରକୁ ନେଇ ବାଲି ପରିବହନ ନେଇ ଭବାନୀଶଙ୍କର ଚୟନୀ ଦାଖଲ କରିଥିବା ସତ୍ୟପାଠ ମିଥ୍ୟା ବୋଲି ଦର୍ଶାଇଥିଲେ । ଏଭଳି ସତ୍ୟପାଠରେ ହାଇକୋର୍ଟ କ୍ଷୁବ୍ଧ ହେବା ସହ ତତ୍କାଳୀନ କଟକ ଜିଲ୍ଲାପାଳଙ୍କ ଏତାଦୃଶ ଦାୟିତ୍ୱହୀନ ଆଚରଣ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ଏଥିପାଇଁ ତାଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ମତ ଦେଇଛନ୍ତି । ଏଭଳି କାର୍ଯ୍ୟାନୁଷ୍ଠାନ ଦ୍ୱାରା ଅନ୍ୟମାନେ ଚେତିବେ ବୋଲି ହାଇକୋର୍ଟ କହିଛନ୍ତି । ତେବେ ଏନେଇ ଭବାନୀ ଶଙ୍କର ଚୟନୀ କିମ୍ବା କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ