ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସେବା ସପ୍ତାହ ପାଳନ

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସେବା ସପ୍ତାହ ପାଳନ

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସେବା ସପ୍ତାହ ପାଳନ

News by Smruti Ranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୭୩ତମ ଜନ୍ମ ଦିବସ ଉପଲକ୍ଷେ ଦେଶବ୍ୟାପି ସେବା ସପ୍ତାହ ପାଳିତ ହେଉଛି । ଏହିପରିପ୍ରେକ୍ଷୀରେ କଟକ ବିଜେପି ଯୁବମୋର୍ଚ୍ଚା ତର‘ରୁ ଆଶୁତୋଷ ଦାସଙ୍କ ନେତୃତ୍ୱରେ ତିନିକୋଣିଆ ବଗିଚା ସ୍ଥିତ କର ପ୍ୟାଲେସ୍‌ଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଏହି ଅବସରରେ ଶତାଧିକ କାର୍ଯ୍ୟକର୍ତ୍ତା ଏକାଠି ହୋଇ ମୋଦିଜୀଙ୍କ ୧୦୫ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିବା ସହିତ ଏକ ରକ୍ତଦାନ ଶିବିରର ଆୟୋଜନ ମଧ୍ୟ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତ୍ରୀ ସ୍ମୃତି ପଟ୍ଟନାୟକ, ଲକ୍ଷ୍ମୀଧର ପ୍ରଧାନ, ଶ୍ରୀତମ ଦାସ, ହେମନ୍ତ ବେହେରା, ପୂର୍ବତନ କର୍ପୋରେଟର ଆଇନଜୀବୀ ନିରୋଦ ଚନ୍ଦ୍ର ପଣ୍ଡା, ସୁକାନ୍ତ ବିଶ୍ୱାଳ, ସାକ୍ୟସିଂ ମିଶ୍ର, ସ୍ମୃତି ରଞ୍ଜନ ମିଶ୍ର, ନନ୍ଦକିଶୋର ଜେନା, ସ୍ୱାଧିନ ମହାନ୍ତି, ନିତାଇଗୌର ମହାନ୍ତି, ଅମ୍ବିକା ସାମଲ, ରଞ୍ଜିତା ନାୟକ, ପୂର୍ଣ୍ଣବାସୀ ମହାପାତ୍ର, ରୀତା ମହାପାତ୍ର, ପୁଷ୍ପଲତା ଲେଙ୍କା, ସରସ୍ୱତୀ ବାରିକ, ହୃଷିକେଶ ଦେହୁରୀ, ଅନ୍ନଦା ଦାସ, ସୁନିଲ୍ ଦିୱେଦୀ, କ୍ଷୀତିଶ ଜଗତି, ମୁକେଶ ସାହୁ, କ୍ରାନ୍ତି ମହାନ୍ତି, ଅଭିଷେକ ଦାସ, ରଞ୍ଜନ ବେହେରା, ବିଜୟ ଶର୍ମା, ସୌମ୍ୟରଞ୍ଜନ ଷଡ଼ଙ୍ଗୀ, ମୁକେଶ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ