ଚୌଦ୍ୱାର ବ୍ରାହ୍ମଣସାହି ଶନିମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ

ଚୌଦ୍ୱାର ବ୍ରାହ୍ମଣସାହି ଶନିମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ

News by Smruti Ranjan Tripathy (Choudwar)

#ଚୌଦ୍ୱାର(ଏନ୍‍.ଏମ୍‍.): ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ୫ନମ୍ବର ୱାର୍ଡ଼ ସ୍ଥିତ ବ୍ରାହ୍ମଣ ସାହି (କ)ର ପ୍ରସିଦ୍ଧ ଶ୍ରୀ ଶ୍ରୀ ଶନିଶ୍ଚରାୟଙ୍କ ନୂତନ ମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସାହିରେ ଥିବା ଏହି ମନ୍ଦିରଟି ବହୁ ପୁରାତନ ମନ୍ଦିର ହୋଇଥିବାବେଳେ କାଳକ୍ରମେ ଭାଙ୍ଗିରୁଜି ଯାଇଥିଲା । ତେବେ ସେହି ଭଗ୍ନ ମନ୍ଦିରରେ ପ୍ରଭୁ ଶନିଶ୍ଚର ପୂଜା ପାଇ ଆସୁଥିଲେ । ସାହିର ଦୀନବନ୍ଧୁ ପଣ୍ଡା ଦୀର୍ଘ ୫୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ମନ୍ଦିରର ସମସ୍ତ ନୀତିକାନ୍ତି ସୁଚାରୁରୂପେ ସମ୍ପାଦନ କରିଆସୁଥିବାବେଳେ ସାହିର ମୁରବୀ ଏବଂ ଉଦ୍ୟମୀ ଯୁବଗୋଷ୍ଠୀମାନେ ମିଳିତ ଭାବେ ମନ୍ଦିରର ପୁନରୁଦ୍ଧାର ପାଇଁ ସ୍ୱହସ୍ତରେ ଦାନ କରି ମନ୍ଦିର କାମକୁ ତ୍ୱରାନ୍ୱିତ କରିବା ସହ ଆଜି ଏହାର ରତ୍ନମୁଦ ସ୍ଥାପନ କରାଯାଇଛି । ଏହି ଅବସରରେ ପ୍ରତ୍ୟୁଷରୁ ଗୋ-ପୂଜା, ଭୂମିପୂଜା, ସୂର୍ଯ୍ୟପୂଜା, କଳସପୂଜା, ପଣ୍ଡିତମାନଙ୍କ ଦ୍ୱାରା ବେଦମନ୍ତ୍ର ପାଠ ସହ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ମଧ୍ୟାହ୍ନରେ ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି ରତ୍ନମୁଦରେ ଧାନ, ଚାଉଳ, ଅଷ୍ଟଧାତୁ, ଟଙ୍କା ପଇସା ଭକ୍ତମାନେ ଆଣି ଦେବା ପରେ ରତ୍ନମୁଦ କାର୍ଯ୍ୟକ୍ରମ ସମ୍ପନ୍ନ କରାଯାଇଥିଲା । କର୍ତ୍ତା ଭାବେ ସୁକାନ୍ତ କୁମାର ହୋତା ଓ ତାଙ୍କ ପତ୍ନୀ ସରୋଜିନୀ ହୋତା ଦାୟିତ୍ୱ ସମ୍ପନ୍ନ କରିଥିଲେ । କାର୍ଯ୍ୟକ୍ରମରେ ଅର୍ଜୁନ ପଣ୍ଡା, କୁମର ପରିଡ଼ା, ପବିତ୍ର କୁମାର ପରିଡ଼ା, ଅରୁଣ ନାୟକ, ମଳୟ ମହାପାତ୍ର, ଶିବପ୍ରସାଦ ପ୍ରହରାଜ, କ୍ଷୀରୋଦ ପ୍ରହରାଜ, ପ୍ରସିଦ ହୋତା, ପ୍ରଶାନ୍ତା ହୋତା, ପ୍ରସିଦ୍ଧି ହୋତା, ପ୍ରଦୀପ କୁମାର ହୋତା, ଅଂଶୁମାନ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *