ଅବକାରୀ ବିଭାଗର ଚଢ଼ାଉ ୬୦ କେଜି ଗଞ୍ଜେଇ ଜବତ ଜଣେ ଗିରଫ

ଅବକାରୀ ବିଭାଗର ଚଢ଼ାଉ ୬୦ କେଜି ଗଞ୍ଜେଇ ଜବତ ଜଣେ ଗିରଫ

ଅବକାରୀ ବିଭାଗର ଚଢ଼ାଉ ୬୦ କେଜି ଗଞ୍ଜେଇ ଜବତ ଜଣେ ଗିରଫ

News by Maheswar Behera (Narsingh Pur)

#ନରସିଂହପୁର(ଏନ୍‌.ଏମ୍‌.): ଅବକାରୀ ବିଭାଗ ଚଢ଼ାଉ କରି ୬୦ କେଜି ଗଞ୍ଜେଉ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ କଟକ ଜିଲ୍ଲା ନରସିଂହପୁର ବାଘ ଧରିଆ ଛକ ଠାରେ ଅବକାରୀ ବିଭାଗ ଆଠଗଡ଼ ଓ ନରସିଂହପୁର ପକ୍ଷରୁ ମିଳିତ ପେଟ୍ରୋଲିଙ୍ଗ ବେଳେ ଗଞ୍ଜେଇ ଚୋରା ଚାଲଣକାରୀକୁ ମାଡ଼ିବସିଥିଲେ । ଓଡି୦୨ ଏଜେ ୪୯୧୭ ନମ୍ବର ବିଶିଷ୍ଟ ମାରୁତି ସୁଇପ୍ଟ ଡିଜାୟର ଗାଡିରେ ଏହି ଗଞ୍ଜେଇ ଚେରାରେ ଚାଲଣ ହେଉଥିଲା । ଗିରଫ ଯୁବକଙ୍କ ଘର ନୟାଗଡ଼ ଅଞ୍ଚଳରେ ହୋଇଥିବାବେଳେ ତାଙ୍କ ନାମ ମାନସ ପ୍ରଧାନ ବୋଲି ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ପ୍ରମୋଦ କୁମାର ପଣ୍ଡା ସୂଚନା ଦେଇଛନ୍ତି । ଅଭିଯୁକ୍ତକୁ ଅବକାରୀ ଆକ୍ଟ ୫୭ ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ତେବେ ଏହି ଗଞ୍ଜେଇ ବୋଝେଇ ଗାଡିଟି କନ୍ଧମାଳ ଅଞ୍ଚଳରୁ ପଶ୍ଚିମବଙ୍ଗ ଅଭିମୁଖେ ଯିବା ବେଳେ ଅବକାରୀ ବିଭାଗ ହାତରେ ଧରାପଡ଼ିଥିଲା । ଏହି ଚଢ଼ାଉ ବେଳେ ଅବକାରୀ ବିଭାଗ ଇନ୍ସପେକ୍ଟର କେଶବ ଚନ୍ଦ୍ର ଦାସ. ଅରୁଣ ଭୋଇ.ଏଏସଇ ସଞ୍ଜୟ କୁମାର ରାଉତ ପ୍ରମୁଖ ସାମିଲ ଥିଲେ ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ