ଭାଗ୍ୟଲକ୍ଷ୍ମୀ ରାଉତ ହେଲେ କଟକ ସଦର ବ୍ଲକର ନୂତନ ଅଧ୍ୟକ୍ଷା

ଭାଗ୍ୟଲକ୍ଷ୍ମୀ ରାଉତ ହେଲେ କଟକ ସଦର ବ୍ଲକର ନୂତନ ଅଧ୍ୟକ୍ଷା

ଭାଗ୍ୟଲକ୍ଷ୍ମୀ ରାଉତ ହେଲେ କଟକ ସଦର ବ୍ଲକର ନୂତନ ଅଧ୍ୟକ୍ଷା

News by Smruti Ranjan Tripathy (Cuttack)

କଟକ(ଏନ୍‌.ଏମ୍‌.): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି;ଶେଷରେ ଖାଲି ପଡିଥିବା କଟକ ସଦର ବ୍ଲକ୍ ଅଧ୍ୟକ୍ଷା ପଦବୀକୁ ରାଜ୍ୟ ସରକାର ଆଜି ପୂରଣ କରିଛନ୍ତି । ଗତିରାଉତପାଟଣା ପଞ୍ଚାୟତର ସମିତିସଭ୍ୟା ଭାଗ୍ୟଲକ୍ଷ୍ମୀ ରାଉତଙ୍କୁ କଟକ ସଦର ବ୍ଲକର ନୂତନ ଅଧ୍ୟକ୍ଷା ଭାବେ ମନୋନୀତ କରାଯାଇଛି । ଏନେଇ ରାଜ୍ୟ ପଞ୍ଚାୟତରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୨ ମସିହା ଏପ୍ରିଲ ୨୦ ତାରିଖରେ ତତ୍‌କାଳୀନ କଟକ ସଦର ବ୍ଲକ୍ ଅଧ୍ୟକ୍ଷା ବିଷ୍ଣୁପ୍ରିୟା ରାଉତଙ୍କର ଅକାଳ ବିୟୋଗ ଘଟିଥିଲା । ସେବେଠାରୁ ଉକ୍ତ ପଦବୀ ଖାଲି ପଡିଥିଲା । ୨୦୨୨ ମସିହା ଜୁଲାଇ ଓ ଅଗଷ୍ଟ ମାସରେ ରାଜ୍ୟ ନିର୍ବାଚନ ଆୟୋଗ ଅଧ୍ୟକ୍ଷା ପଦବୀ ପାଇଁ ଦୁଇ ଥର ନିର୍ବାଚନ ତାରିଖ ଘୋଷଣା କରିଥିଲେ । ହେଲେ ଏଥିରେ କେହି ଅଂଶ ଗ୍ରହଣ କରିନଥିଲେ । ଶେଷରେ ସରକାରଙ୍କୁ ମନୋନୟନ କରିବାକୁ ପଡିଥିଲା । ଏ ସମ୍ପର୍କରେ ପଞ୍ଚାୟତରାଜ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ସମ୍ପର୍କରେ ସଦର ବ୍ଲକ୍ ବିଡିଓ ରାଜୀବ ଲୋଚନ ପରିଡା ସୂଚନା ଦେଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ