ଶ୍ରାବଣର ଦ୍ୱିତୀୟ ସୋମବାର: ଧବଳେଶ୍ୱରରେ କାଉଡ଼ିଆଙ୍କ ଭିଡ଼

ଶ୍ରାବଣର ଦ୍ୱିତୀୟ ସୋମବାର: ଧବଳେଶ୍ୱରରେ କାଉଡ଼ିଆଙ୍କ ଭିଡ଼

News by Maheswar Behera (Athagarh)

#ଆଠଗଡ(ଏନ୍‌.ଏମ୍‌.): ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଚଳଚଞ୍ଚଳ ହୋଇ ଉଠିଛି ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠ । ବାବା ଧବଳେଶ୍ୱରଙ୍କର ରାତ୍ର ୨ ଟାରୁ ପହଡ ଖୋଲାଜାଇ ୧୦୮ସୁବାସିତ ଜଳରେ ବାବା ଧବଳେଶ୍ୱରଙ୍କୁ ସ୍ନାନ ପରେ ସ୍ୱତନ୍ତ୍ର ନିତିକାନ୍ତି କରାଯାଇ ସାଧାରଣ ଦର୍ଶନ ନିମନ୍ତେ ଦ୍ୱାରା ଫିଟା ଯାଇଥିଲା । ବାବା ଧବଳେଶ୍ୱରଙ୍କ ପିଠକୁ ସଂଯୋଗ କରୁଥିବା ସ୍ଥାୟୀ କଂକ୍ରିଟ ସେତୁ ଦେଇ ଜଳଲାଗି କରିଛନ୍ତି କାଉଡ଼ିଆ । ପ୍ରଶାସନ ପକ୍ଷରୁ ବ୍ୟାରିକେଟ ବ୍ୟବସ୍ଥା କରାଯିବା ସହ ଭିଡକୁ ଦୃଷ୍ଟିରେ ରଖି ପିଠକୁ ବାହୁଙ୍ଗିକୁ ବାରଣ କରାଯାଇଛି କଂକ୍ରିଟ ସେତୁ ପୂର୍ବରୁ କାଉଡିଆ ମାନେ ବାହୁଙ୍ଗି ଛାଡ଼ି କେବଳ ଜଳ କଳଷ ଧରି ପୀଠ ଭିତରକୁ ପ୍ରବେଶ କରି ବାବା ଧବଳେଶ୍ୱରଙ୍କ ଶ୍ରାବଣୀ ଲିଙ୍ଗରେ ଜଳ ଲାଗି କରିଛନ୍ତି କାଉଡ଼ିଆ । ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ ସୁରକ୍ଷା ଦାୟିତ୍ୱରେ ୫ ଜଣ ଅଧିକାରୀଙ୍କ ସମେତ ବ୍ୟାପକ ପୋଲିଶ ଫୋର୍ସ ମୃତୟନ କରାଯାଇଛି । ସେହିଭଳି ଏଥର ବାବା ଧବଳେଶ୍ୱରଙ୍କ ପୀଠରେ ମୁଖ୍ୟ ଆକର୍ଷଣ କରିଛି ୪୦ ଫୁଟ ଲମ୍ବର ବିରାଟ କାଉଡ଼ି । କଟକରୁ ପ୍ରଭୁ ସର୍ପେଶ୍ୱରଙ୍କ ନିକଟକୁ ଆରମ୍ଭ ହୋଇଥିଲା ଏହି କାଉଡି ଯାତ୍ରା । ଯେଉଁଥିରେ ଜଳ ଭାର ନେବା ପାଇଁ ପ୍ରସ୍ତୁତ ହୋଇଛି ଏଭଳି ଏକ ବିରାଟ ବାହୁଙ୍ଗୀ, ଯାହାର ଲମ୍ବ ପ୍ରାୟ ୪୦ଫୁଟରୁ ଅଧିକ ଥିବା ବେଳେ, ଏହାସହ ୧୫ ଲିଟର କ୍ଷୀର ଓ ୮ଲିଟର ଜଳ ସହିତ ଏହି ବିରାଟ କାୟ ବାହୁଙ୍ଗୀକୁ ଅତି ସୁନ୍ଦର ଭାବେ ସୁସଜିତ କରାଯାଇ ବିରାଟ ଶୋଭାଯାତ୍ରାରେ ଆସିଥିଲା । ଏବଂ ଏହାକୁ ରାସ୍ତାରେ ଦେଖିବା ପାଇଁ ମଧ୍ୟ ଖୁବ ଭିଡ଼ ଜମି ଥିଲା । ଏହା କଟକ ବିଡାନାସୀର ତ୍ରିନାଥ ଯୁବକ ସଙ୍ଘର ଉଦ୍ୟମରେ ପ୍ରସ୍ତୁତ କରାଯାଇଥିବା ବେଳେ ଏହାକୁ ପ୍ରସ୍ତୁତ କରିବାକୁ ପ୍ରାୟ ୮ରୁ ୧୦ ଦିନ ଲାଗିବା ସହ ଏହି ବିରାଟ କାଉଡି ଯାତ୍ରାର ସମ୍ପୂର୍ଣ୍ଣ ଆୟୋଜନ ପାଇଁ ପ୍ରାୟ ୧ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ତ୍ରିନାଥ ଯୁବକ ସଙ୍ଘ ପକ୍ଷରୁ କୁହାଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *