ବକେୟା ପାରିଶ୍ରମିକ ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିବେ ଡିଲର

ବକେୟା ପାରିଶ୍ରମିକ ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିବେ ଡିଲର

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): କଟକ ରିଟେଲ ଡିଲର୍ସ ଆସୋସିଏସନ ପକ୍ଷରୁ ଆସନ୍ତା ୫ତାରିଖ ଦିନ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦିଆଯାଇଛି । ଏହି ପ୍ରେକ୍ଷୀରେ ସ୍ଥାନୀୟ ଯୋବ୍ରା ସ୍ଥିତ ମା’ ଶାରଳାଙ୍କ ସଭାଗୃହରେ ଡିଲର୍ସ ଆସୋସିଏସନ କର୍ମକର୍ତ୍ତାଙ୍କ ଏକ ବୈଠକ ହୋଇଥିଲା । ବୈଠକରେ କାର୍ଯ୍ୟରତ ଖୁଚୁରା ବିକ୍ରେତାମାନଙ୍କ ବକେୟା ୨୮ମାସର ପାରିଶ୍ରମିକ ତୁରନ୍ତ ପ୍ରଦାନ ସହ ଅନ୍ୟାନ୍ୟ ୫ ଦଫା ଦାବି ନେଇ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରାଯିବା ନେଇ ଅଲ ଇଣ୍ଡିଆ ଫେୟାର ପ୍ରାଇସ ସପ୍ ଡିଲର୍ସ ଫେଡେରେସନ ଓଡିଶା ଶାଖା ଆହ୍ୱାନରେ ହେବାକୁ ଥିବା କାର୍ଯ୍ୟକ୍ରମର ସଫଳତା ପାଇଁ ନିଷ୍ପତ୍ତି ନେଇଛନ୍ତି । କଟକ ରିଟେଲ ଡିଲର୍ସ ଆସୋସିଏସନର ଆହ୍ୱାନରେ ସିଏମସି ଅଞ୍ଚଳର ସମସ୍ତ ଖୁଚୁରା ବିକ୍ରେତାମାନେ ବକେୟା ପାରିଶ୍ରମିକ ଦାବିରେ ସାମଗ୍ରୀ ଉଠାଣ ଓ ବଣ୍ଟନ ବନ୍ଦ ରଖିଥିବାରୁ ଆସୋସିଏସନ ପକ୍ଷରୁ ସମସ୍ତଡିଲର ମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଏବଂ ଆଗାମୀ ୫ତାରିଖରେ ହେବାକୁ ଥିବା ବିକ୍ଷୋଭକୁ ସଫଳ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା । କଟକ ରିଟେଲ ଡିଲର୍ସ ଆସୋସିଏସନ ଉପ-ସଭାପତି ପୀତବାସ ଜେଠୀଙ୍କ ସଭାପତିତ୍ୱ ଆୟୋଜିତ ଏହି ବୈଠକରେ ଆସୋସିଏସନ କାର୍ଯ୍ୟକାରୀ ସଭାପତି ସୈୟଦ୍ ଏକ୍ରାମ ହୁସେନ୍‌, ଉପସଭାପତି ତାପସ ମହାନ୍ତି, ସହ ସମ୍ପାଦକ ବିଜୟ କୁମାର ସାହୁ, ବିନୟ ବୈଶାଖ, ପ୍ରେମ କୁମାର ସେନ, ଚନ୍ଦ୍ରମଣି ମହାରଣା, ଗୌର ଗୋବିନ୍ଦ ପଟ୍ଟନାୟକ, ନଗେନ ସାହୁ, ଶାରଦା ପ୍ରସନ୍ନ ମହାନ୍ତି, ଶିବ ସେଠୀ, ପ୍ରଶାନ୍ତ ମୁଦୁଲି, ଉମାକାନ୍ତ ସାହୁ, ପ୍ରଶାନ୍ତ ଜେନା, ଅଶୋକ ହାଲଦାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଚାଲିଥିବା ଆନ୍ଦୋଳନ ଯୋଗୁଁ ସାମଗ୍ରୀ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ସିଏମସି ଅଞ୍ଚଳର ସମସ୍ତ ପଡିକାର୍ଡ ଧାରୀଙ୍କୁ ସହଯୋଗ କରିବା ପାଇଁ କଟକ ରିଟେଲ ଡିଲର୍ସ ଆସୋସିଏସନ ପକ୍ଷରୁ ନିବେଦନ କରାଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *