ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସାମ୍ବାଦିକଙ୍କ ସ୍ମାରକପତ୍ର

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସାମ୍ବାଦିକଙ୍କ ସ୍ମାରକପତ୍ର

News by Umakanta Jena (Cuttack)

#କଟକ(ଏନ୍‌.ଏମ୍‌): ରାଜ୍ୟ ସାମ୍ବାଦିକ ସଙ୍ଘ(ଏସୟୁଜେ)ଓଡିଶାର ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକଙ୍କ ଆହ୍ୱାନ କ୍ରମେ ଆଜି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟ ୧୧ଦଫା ଦାବି । ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଏସୟୁଜେ ଓଡିଶା ଅନୁବନ୍ଧିତ କଟକ ଜିଲ୍ଲା ସାମ୍ବାଦିକ ସଙ୍ଘର ସଭାପତି ରମେଶ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ସଂଘର ଏକ ଟିମ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ଦାବିପତ୍ରଟି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶିବ ଟପ୍ପୋଙ୍କୁ ପ୍ରଦାନ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ସଙ୍ଘ ରାଜ୍ୟ ଉପଦେଷ୍ଟା ରଘୁନାଥ ଆଚାର୍ଯ୍ୟ, ଜିଲ୍ଲା ସଙ୍ଘ କାର୍ଯ୍ୟକାରୀ ସଭାପତି ଶଶୀଭୂଷଣ ଷଡଙ୍ଗୀ, ସାଧାରଣ ସମ୍ପାଦକ ଗୌର ଚନ୍ଦ୍ର ସାହୁ, ଉପସଭାପତି ପ୍ରଦୀପ୍ତ କୁମାର ମହାପାତ୍ର, ସମ୍ପାଦକ ଶିଶିର କୁମାର ଦାଶ, ଶୁଭେନ୍ଦୁ କୁମାର ମହାପାତ୍ର, ନିବେଦିତା ସିଂ, ବସନ୍ତ ସାମଲ, ନିର୍ମଳ ଚନ୍ଦ୍ର ବେହେରା, ସନ୍ତୋଷ ପ୍ରଧାନ, ପ୍ରତାପ କୁମାର ନାୟକ, ପୁର୍ଣ୍ଣେନ୍ଦୁ କୁମାର ନାୟକ, ରଶ୍ମିରଞ୍ଜନ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରନାରାୟଣ ସାହୁ, ବିଷ୍ଣୁ ନାୟକ, ରତ୍ନାକର ବାରିକ, ମୀନକେତନ ଦାସ ପ୍ରମୁଖ ଉପସ୍ଥିତ ରହି ସ୍ମାରକପତ୍ର ପ୍ରଦାନ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *