ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ପରିସରରେ ଜନଶୁଣାଣି କାର୍ଯ୍ୟକ୍ରମ

ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ପରିସରରେ ଜନଶୁଣାଣି କାର୍ଯ୍ୟକ୍ରମ

ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ପରିସରରେ ଜନଶୁଣାଣି କାର୍ଯ୍ୟକ୍ରମ

News by Smruti Ranjan Tripathy (Choudwar)

#ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ପରିସରରେ କଟକ ଜିଲ୍ଲାପାଳଙ୍କ ସାଧାରଣ ଅଭିଯୋଗ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୧୧୮ଟି ବ୍ୟକ୍ତିଗତ ଓ ୫ଟି ସାମୁହିକ ସହ ସମୁଦାୟ ମୋଟ ୧୨୩ଟି ଅଭିଯୋଗର ଶୁଣାଣି ହୋଇଥିଲା । ବାସଗୃହ, ବିଭିନ୍ନ ଭତ୍ତା, ବିଦ୍ୟୁତ୍‌, ଖାଦ୍ୟ ସୁରକ୍ଷା ଯୋଜନାରେ ପଡ଼ିକାର୍ଡ ପ୍ରଦାନ, ଏନଆରଜିଏସ କାର୍ଯ୍ୟ ତଥା ଅନ୍ୟାନ୍ୟ ଅଭିଯୋଗ ରହିଥିଲା । ସମସ୍ତ ଅଭିଯୋଗର ଶୁଣାଣି କରି ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟନୀ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶିବ ଟୋପେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି. ଯୁଗଳ କିଶୋର, ଜିଲ୍ଲା ମୂଖ୍ୟ ଚିକିତ୍ସାଧୀକାରୀ ଡା ସତ୍ୟବ୍ରତ ଛୋଟରାୟ, ଜିଲ୍ଲା କୃଷି ଅଧିକାରୀ ସୁଦାମ କୁମାର ନାୟକ, ଉଦ୍ୟାନ କୃଷି ଅଧିକାରୀ ସଂଘମିତ୍ରା ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ବିଡିଓ ଆଶୁତୋଷ ମିଶ୍ର, ଏବିଡିଓ ଶାଶ୍ୱତ କୁମାର ଜେନା, ବ୍ଲକ୍ ଅଧ୍ୟକ୍ଷା ମିନାକ୍ଷୀ ଦାସ ପ୍ରମୁଖ ଉପସ୍ଥିତ ରହି ଏହି ଶିବିରକୁ ପରିଚାଳନା କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ