ଟାଙ୍ଗୀ ବ୍ଲକ କୟଳପଡ଼ା ବାତ୍ୟା ଆଶ୍ରୟସ୍ଥଳୀରେ ବନ୍ୟାବାତ୍ୟା ପୂର୍ବ ପ୍ରସ୍ତୁତି ମକ ଡ୍ରିଲ

ଟାଙ୍ଗୀ ବ୍ଲକ କୟଳପଡ଼ା ବାତ୍ୟା ଆଶ୍ରୟସ୍ଥଳୀରେ ବନ୍ୟାବାତ୍ୟା ପୂର୍ବ ପ୍ରସ୍ତୁତି ମକ ଡ୍ରିଲ

ଟାଙ୍ଗୀ ବ୍ଲକ କୟଳପଡ଼ା ବାତ୍ୟା ଆଶ୍ରୟସ୍ଥଳୀରେ ବନ୍ୟାବାତ୍ୟା ପୂର୍ବ ପ୍ରସ୍ତୁତି ମକ ଡ୍ରିଲ

News by Smruti Ranjan Tripathy (Choudwar)

#ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକର କୟଳପଡ଼ା ପଞ୍ଚାୟତର ବାତ୍ୟା ଆଶ୍ରୟ ସ୍ଥଳିରେ ଓଡିଶା ସରକାରଙ୍କ ଓସଡ଼ମା ତରଫରୁ ପ୍ରତି ବର୍ଷ ପରି ଚଳିତ ବର୍ଷ କଟକ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ବନ୍ୟାବାତ୍ୟା ପୂର୍ବ ପ୍ରସ୍ତୁତି ନେଇ ମକ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଟାଙ୍ଗୀ ବ୍ଲକ ବିଡିଓ ଆଶୁତୋଷ ମିଶ୍ର ଓ ଅତିରିକ୍ତ ବିଡିଓ ଶାଶ୍ୱତ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଆଜି ଟାଙ୍ଗୀ ଚୌଦ୍ୱାରର ଏକମାତ୍ର ବାତ୍ୟା ଆଶ୍ରୟ ସ୍ଥଳିରେ ଏହି ମକ ଡ୍ରିଲ ହୋଇଥିଲା । ଏହି ଅବସରରେ ଆୟୋଜିତ ବୈଠକରେ କୟଳପଡ଼ା ପଞ୍ଚାୟତ ସରପଞ୍ଚ ଶୈଳବାଳା ନାୟକ, ସମିତିସଭ୍ୟ ବନ୍ଦନା ସ୍ୱାଇଁ, ଆଶ୍ରୟ ସ୍ଥଳି ସମ୍ପାଦକ ନିରଞ୍ଜନ ପଣ୍ଡା, ଅତିରିକ୍ତ ତହସିଲଦାର, ଟାଙ୍ଗୀ ବ୍ଲକର ହେଡ଼ କ୍ଲର୍କ, ଟାଙ୍ଗୀ-ଚୌଦ୍ୱାର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର, ଉଦ୍ଧାର ଫାଉଣ୍ଡେସନ ଅଧ୍ୟକ୍ଷ ନରୋତ୍ତମ ଦାସ, ସହ ସମ୍ପାଦକ ସରୋଜ କୁମାର ସାହୁ, ସଦସ୍ୟା ସୁଶ୍ରୀ ପ୍ରଂଶସିକା ସ୍ୱାଇଁ, ବରିଷ୍ଠ ସଦସ୍ୟ କୃଷ୍ଣ ଚନ୍ଦ୍ର ଜେନା, ବିଶ୍ୱଜିତ ଜେନା, ବଳରାମ ମଳିକ, ଶାଶ୍ୱତ ପାତ୍ର, ମହେଶ ବେଉରା, ରାହୁଲ ରାଓ, ଓମପ୍ରକାଶ ନାୟକ, ଗୁରୁଦତ୍ତ ଆଦିତ୍ୟ ପ୍ରସାଦ, ସ୍ଥାନୀୟ ଅଙ୍ଗନବାଡି କର୍ମୀ, ସହାୟିକା, ଆଶା କର୍ମୀ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସହ ଶିକ୍ଷକ, ଓ ସହ ଶିକ୍ଷୟତ୍ରୀ, କଲେଜ ଓ ବିଦ୍ୟାଳୟ ଛାତ୍ର ଛାତ୍ରୀ, ମହିଳା ସମିତି ସଙ୍ଘ ମହିଳା କର୍ମକର୍ତ୍ତା, ଗ୍ରାମବାସୀ ଓ ଆପତ ମିତ୍ର ବିନୋଦ କୁମାର ପ୍ରଧାନ, ଅଭିଜିତ ପରିଡା ଓ ଟାଙ୍ଗୀ ବ୍ଲକ ମାଷ୍ଟର ଟ୍ରେନର କାହ୍ନୁଚରଣ ସେଠୀ ମିଳିତ ଭାବେ ବାତ୍ୟା ଓ ବନ୍ୟା ପୂର୍ବରୁ କିପରି ପୂର୍ବ ପ୍ରସ୍ତୁତି କୌଶଳଗୁଡିକ ଦେଖାଇ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ