ବାରଙ୍ଗ ୩୨ ନମ୍ବର ଜୋନ ବିଜେଡି ପକ୍ଷରୁ ମେଗା ରକ୍ତଦାନ ଶିବିର

ବାରଙ୍ଗ ୩୨ ନମ୍ବର ଜୋନ ବିଜେଡି ପକ୍ଷରୁ ମେଗା ରକ୍ତଦାନ ଶିବିର

News by Aditya Paital (Banki)

#ବାରଙ୍ଗ(ଏନ୍‌.ଏମ୍‌.): ବାରଙ୍ଗ ବ୍ଲକ ୩୨ ନମ୍ବର ଜୋନ ବିଜୁ ଯୁବ ଜନତା ଦଳ ସଭାପତି ମନୋଜ ବାରିକ୍ ଏବଂ ମିଶନ ଶକ୍ତିର ସଭାନେତ୍ରୀ ସୁମିନା ପ୍ରଧାନଙ୍କ ନେତୃତ୍ୱରେ ବାହାନଗା ରେଳ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କ ଚିକିତ୍ସା ନିମନ୍ତେ ‘ଓଡିଶା ମୋ ପରିବାର’ ଏବଂ ଜୀବନବିନ୍ଦୁର ମିଳିତ ଆନୁକୂଲ୍ୟରେ ବାରଙ୍ଗ ବ୍ଲକ୍ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରକ୍ତଦାନ ଶିବିରରେ ସର୍ବମୋଟ ୧୧୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଶିବିରକୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଉଦଘାଟନ କରିଥିବା ବେଳେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ମୂଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୟ କୁମାର ପଣ୍ଡା, ବିଜୟ ରାଉତ, ଦିଲ୍ଲୀପ ବେହେରା, ପ୍ରାଚୀନା ଦାଶ, ପବିତ୍ର ପ୍ରଧାନ, ପ୍ରଦୀପ ପ୍ରଧାନ, ପ୍ରତାପ ରାଉତ, ବୁଲୁ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ ଶିବିରକୁ ଶୋଭନ ମହାନ୍ତି, ସମ୍ବିତ ବେହେରା, ସୌମ୍ୟ ସୁଭଦର୍ଶନ, ସୁପ୍ରିତି ନାଥ ଶର୍ମା, ପବିତ୍ର ପ୍ରଧାନ, ଅଭିଜିତ ସାହୁ, ପରେଶ ଚୌଧୁରୀ, ଶକ୍ତିଧର ଦାଶ, ସର୍ବେଶ୍ୱର ସାହୁ, ବୁନୁ ସିଂ, ଅଖିନ ବେହେରା, ପପୁ ପାଣି ପ୍ରମୁଖ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *