କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ଓଡ଼ିଆ ଯୁବତୀ

କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ଓଡ଼ିଆ ଯୁବତୀ
ଜଗତପୁର ଥାନାରୁ ମହିଳା ଥାନାକୁ ଅଭିଯୋଗ ସ୍ଥାନାନ୍ତର

News by Smruti Ranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): ବଲିଉଡ ତଥା ଓଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଜଣେ ଓଡ଼ିଆ ଗାୟିକା ମହିଳା ଥାନାରେ ଏତଲା ଦେଇଥିବା ଜଣାଯାଇଛି । ଲୋକପ୍ରିୟ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଛି । ପୀଡି଼ତାଙ୍କୁ ପ୍ରଲୋଭନ ଦେଖାଇ ବିବାହ ପ୍ରତିଶ୍ରୁତି, ପ୍ରତାରଣା, ନିର୍ଯାତନା ଓ ଶୋଷଣ କରିବା ନେଇ ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ତାଙ୍କ କହିବା ଅନୁଯାୟୀ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ହଡ଼ପ କରିସାରିଛନ୍ତି । ପୀଡ଼ିତା ଜଣେ ବ୍ୟାଙ୍କ କର୍ମଚାରୀ ବି ବୋଲି ସୂଚନା ମିଳିଛି । ଅଭିଯୋଗକାରିଣୀ ସଙ୍ଗୀତ ପ୍ରତି ରୁଚି ରଖୁଥିବା ଜାଣି ସୌରିନ ତାଙ୍କୁ ଗାୟିକା କରାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇ ତାଙ୍କୁ ପ୍ରତାରଣା ଦେଇଥିବା ସେ ଅଭିଯୋଗ କରିଛି । ୨୦୧୫ ମସିହାରୁ ସୌରିନ ସମ୍ପୃକ୍ତ ଯୁବତୀଙ୍କ ସହ ସମ୍ପର୍କରେ ଥିଲେ । ତେବେ ଏହି ଘଟଣା ପୁଣି ଓଲିଉଡକୁ ବଦନାମ କରିଥିବା କୁହାଯାଉଛି । ଯୁବତୀ ଜଣକ ପ୍ରଥମେ ଜଗତପୁର ଥାନାରେ ଅଭିଯୋଗ କରିଥିବାବେଳେ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଏହି ମାମଲା ମହିଳା ଥାନାକୁ ସ୍ଥାନାନ୍ତର କରାଯାଇଛି । ଏଣେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ନାଁରେ ଏଭଳି ଅଭିଯୋଗ ଆସିବା ପରେ ପୁଲିସ କି ପଦକ୍ଷେପ ନେଉଛି, ତା ଉପରେ ରହିଛି ସମସ୍ତଙ୍କ ନଜର ରହିଛି । ତେବେ ମହିଳା ଥାନା ସମ୍ପୃକ୍ତା ଯୁବତୀଙ୍କ ସହ ସୌରିନଙ୍କୁ ମଧ୍ୟ ଡକାଇଥିବା ଜଣାପଡ଼ିଛି ।
ସୂଚନା ଯୋଗ୍ୟରେ ଚଳଚ୍ଚିତ୍ର ଜଗତରେ ନବାଗତା କଳାକାରମାନଙ୍କୁ ବିଭିନ୍ନ ପ୍ରକାରର ଶୋଷଣ କରାଯାଉଥିବା ଅଭିଯୋଗ ହେଉଥିଲା । ଏପରିକି ଅନେକ ଅଭିଯୋଗ ଉପରେ ମାମଲା ମଧ୍ୟ ହୋଇଛି । କେତେକ କ୍ଷେତ୍ରରେ ନବାଗତା କଳାକାରମାନେ ନିଜର ସ୍ୱାର୍ଥ ପୂରଣ ହେଉନଥିବାବେଳେ କାଷ୍ଟିଂ କାଉଚ ଭଳି ଅଭିଯୋଗ ଆଣୁଥିବାବେଳେ ଆଉ କେତେକ ସ୍ଥାନରେ ନବାଗତାଙ୍କ ଦୁର୍ବଳତାକୁ ଏକ ସୁଯୋଗ ବୋଲି ଭାବି ସେମାନଙ୍କୁ ବିଭିନ୍ନ ପ୍ରକାର ଶୋଷଣ କରାଯାଉଥିବା ଭଳି ସଂଗୀନ ଅଭିଯୋଗ ମଧ୍ୟ ହୋଇଛି । ତେବେ ଏଠାରେ ଘଟଣାର ପ୍ରକୃତ ରୂପରେଖ କ’ଣ ଅଛି ତାହା ତଦନ୍ତ ପରେ ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଥିବାବେଳେ ଅଭିଯୋଗକାରିଣୀ ଓଡ଼ିଶା ପୁଲିସ ଉପରେ ଯଥେଷ୍ଟ ଭରଷା ଅଛି ଏବଂ ସବୁ ବିଷୟ ସେ ପୁଲିସକୁ କହିବେ ଗଣମାଧ୍ୟମକୁ ନୁହେଁ ବୋଲି ରୋକ ଠୋକ କହି ଦେଇଛନ୍ତି । ତେବେ ସମ୍ପୃକ୍ତା ଯୁବତୀଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ଯେତେ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିଥିଲେ ମଧ୍ୟ ସେ ଏହାକୁ ଏଡ଼ାଇ ଯାଇଥିଲେ । ଅନ୍ୟପକ୍ଷରେ ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତିକରି ସୌରିନ ଭଟ୍ଟଙ୍କ ନାଁରେ ମାମଲା ରୁଜୁ କରିଛି ମହିଳା ଥାନା ପୁଲିସ୍‌। ସୌରିନ୍‌ଙ୍କ ବିରୋଧରେ ଦଫା ୩୭୬, ୪୯୩, ୩୪୧, ୨୯୪, ୪୧୭, ୫୦୬ରେ ମାମଲା ରୁଜୁ ହୋଇଛି। ୧୬୧ ଧାରାରେ ଯୁବତୀଙ୍କ ବୟାନ ମଧ୍ୟ ରେକର୍ଡ କରିଛି ପୁଲିସ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *