ବଦଳିଲେ ମନ୍ତ୍ରୀ: ଉଚ୍ଚଶିକ୍ଷା ବିଭାଗରେ ରୋହିତ ଆଉଟ, ଅତନୁ ଇନ

ବଦଳିଲେ ମନ୍ତ୍ରୀ: ଉଚ୍ଚଶିକ୍ଷା ବିଭାଗରେ ରୋହିତ ଆଉଟ, ଅତନୁ ଇନ

ବଦଳିଲେ ମନ୍ତ୍ରୀ: ଉଚ୍ଚଶିକ୍ଷା ବିଭାଗରେ ରୋହିତ ଆଉଟ, ଅତନୁ ଇନ

News by Biswaranjan (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ନବୀନ ସରକାର ଜନସାଧାରଣଙ୍କୁ ସ୍ୱଚ୍ଛ ଶାସନ ଦେବା ପାଇଁ ବଦ୍ଧ ପରିକର ରହିଛନ୍ତି । ତାଙ୍କ ମନ୍ତ୍ରୀମଣ୍ଡଳରେ କୌଣସି ବ୍ୟକ୍ତି ଖରାପ ପ୍ରଦର୍ଶନ କଲେ ତାଙ୍କୁ ଗାଦିଚ୍ୟୁତ କରାଯାଉଥିବା ଦେଖିବାକୁ ମିଳିଛି । ମାତ୍ର ୧୨ମାସ ପୂର୍ବରୁ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ଆଜି ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପାରିଶ ଆଧାରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଛନ୍ତି । ଶ୍ରୀ ପୂଜାରୀଙ୍କ ସ୍ଥାନରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ତେବେ ଗତ ଦୁଇଦିନ ପୂର୍ବରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ବ୍ୟକ୍ତିଗତ ସଚିବ ତଥା ବରିଷ୍ଠ ଓଏଏସ୍ ସୁଧାକର ନାଏକଙ୍କୁ ସରକାର ପ୍ରତ୍ୟାହାର କରି ନେଇଥିବାବେଳେ ଆଜି ତାଙ୍କୁ ପଦରୁ ଆଉଟ କରିଛନ୍ତି ।
ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳରୁ ଶ୍ରୀ ପୂଜାରୀଙ୍କୁ ବାଦ୍ ଦେବା ପାଇଁ କରିଥିବା ସୁପାରିଶକୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଇତିମଧ୍ୟରେ ଅନୁମୋଦନ କରିବା ସହ ଖାଦ୍ୟଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ବିଭାଗର ବାର୍ଷିକ ପ୍ରଦର୍ଶନ ଆଧାରରେ ରୋହିତ ପୂଜାରୀଙ୍କ ନେତୃତ୍ୱାଧୀନ ଉଚ୍ଚଶିକ୍ଷା ବିଭାଗର ପ୍ରଦର୍ଶନ ସବୁଠୁ ଖରାପ ଥିବାରୁ ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଛି ବୋଲି ଚର୍ଚ୍ଚା ହେଉଛି । ମାତ୍ର ଶ୍ରୀ ପୂଜାରୀ ପ୍ରଥମଥର ପାଇଁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ । ଗତବର୍ଷ ଜୁନ୍ ୫ତାରିଖରେ ବିଭାଗର ଦାୟିତ୍ୱ ନେଇଥିଲେ । ଆଉ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚଳିତବର୍ଷ ମେ’ ୨୫ତାରିଖରେ ଉଚ୍ଚ ଶିକ୍ଷା ବିଭାଗର ସମୀକ୍ଷା କରିବା ସମୟରେ ବିଭାଗର କାର୍ଯ୍ୟକୁ ପ୍ରଶଂସା କରିଥିଲେ । କିନ୍ତୁ ଅଚାନକ ଶ୍ରୀ ପୂଜାରୀଙ୍କୁ ମନ୍ତ୍ରୀପଦରୁ ହଟାଇବା ନେଇ ବିରୋଧୀଙ୍କ ମହଲରେ ହଜମ ହୋଇ ପାରିନାହିଁ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ