କ୍ରୀଡା ଭାରତୀ ଉତ୍କଳ ତରଫରୁ ଭର୍ଚୁଆଲ କର୍ମଶାଳା

କ୍ରୀଡା ଭାରତୀ ଉତ୍କଳ ତରଫରୁ ଭର୍ଚୁଆଲ କର୍ମଶାଳା


କଟକ(ଏନ୍‍.ଏମ୍‍.): କ୍ରୀଡା ଭାରତୀ ଉତ୍କଳ ତରଫରୁ ୧୫ ଦିନିଆ ବିଭିନ୍ନ ଖେଳକୁଦ ଉପରେ ଏକ ଭର୍ଚ୍ଚୁଆଲ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ କ୍ରୀଡା ଭାରତୀ ଉତ୍କଳର ସଭାପତି ଦାମୋଧର ପଧାନୀ ଉଦ୍‍ଘାଟନ କରିଥିଲେ । ଏହି କର୍ମଶାଳାରେ ସାରା ଓଡ଼ିଶାରୁ ଶତାଧିକ ଶାରୀରିକ ଶିକ୍ଷାବିତ୍ ଯୋଗ ଦେଇଥିଲେ । ଅତିଥିବକ୍ତା ଭାବେ ଅସିତ ପାଲ, ଗଙ୍ଗାଧର ବେହେରା, ରାଜନାରାୟଣ ପାତ୍ର, ନୀଳକଣ୍ଠ ମିଶ୍ର, ରବିନାରାୟଣ ପ୍ରଧାନ, ଅମୂଲ୍ୟ ନନ୍ଦ ବିହାରୀ, ପ୍ରବୋଧ ମହାନ୍ତି, ଡକ୍ଟର ରମେଶ ଚନ୍ଦ୍ର ସ୍ୱାଇଁ, ଡକ୍ଟରର ନିରୋଦ ପ୍ରଧାନ, ଡକ୍ଟରର ଆଲୋକ କୁମାର ସ୍ୱାଇଁ, ଆଶିଷ କୁମାର ପ୍ରଧାନ ଭାଗ ନେଇ ବିଭିନ୍ନ ଖେଳକୁଦ ଗୁଡିକର ନିୟମ କାନୁନ ଉପରେ ଭର୍ଚ୍ଚୁଆଲ ମାଧ୍ୟମରେ ବିଷାଦ ଭାବରେ ଆଲୋଚନା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ କ୍ରୀଡା ଭାରତୀ ଉତ୍କଳର ଉପସଭାପତି ତଥା ଆବାହକ ଡକ୍ଟର ଅଶୋକ କୁମାର ନାୟକ ଓ ଏନ.ସି. କଲେଜ ଯାଜପୁରର ରଞ୍ଜନ କୁମାର ସୁତାର ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *