କିଶୋର କ୍ଲବର ୬୨ତମ ବାର୍ଷିକ ଉତ୍ସବ: ୨ରାତି ନାଟକ ମଞ୍ଚସ୍ଥ

କିଶୋର କ୍ଲବର ୬୨ତମ ବାର୍ଷିକ ଉତ୍ସବ: ୨ରାତି ନାଟକ ମଞ୍ଚସ୍ଥ

News by Kanhu Charan Panda (Jagatpur)

#ଜଗତପୁର (ଏନ୍‌.ଏମ୍‌.): ଜଗତପୁର ନିମପୁର କିଶୋର କ୍ଲବର ୬୨ତମ ବାର୍ଷିକ ଉତ୍ସବ ବହୁଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସିଏମସି ମେୟର ସୁବାଷ ସିଂ ଯୋଗଦେଇ ଉଦଘାଟନ କର କଳା ସଂସ୍କୃତି ମାଧ୍ୟମରେ ଭାଇଚାରା ସମୃଦ୍ଧ ହୋଇ ପାରିବ ବୋଲି କହିଥିଲେ । ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ସମ୍ମାନିତ ଅତିଥିଭାବେ ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝି ଏବଂ ୪୮ ନମ୍ବର ୱାର୍ଡ କର୍ପୋରେଟର ନଳିନୀ ବେହେରା ଯୋଗ ଦେଇ ଏହି କ୍ଲବ ଅଞ୍ଚଳରେ କଳା, ସଂସ୍କୃତି, ସମାଜସେବା ଆଦିକୁ ଆୟୁଧ ଭାବେ ବ୍ୟବହାର କରି ସଦଭାବନା ସୃଷ୍ଟି କରି ପାରିଥିବାରୁ ଏହାର କର୍ମକର୍ତ୍ତାମାନଙ୍କୁ ଅଶେଷ ଧନ୍ୟବାଦ ବୋଲି କହିଥିଲେ । କିଶୋର କ୍ଲବ ସଭାପତି ହରିହର ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ବନବିହାରୀ ଦଳାଇ ବାର୍ଷିକ ବିବରଣି ପାଠ କରିଥିଲେ । କବି ମନୋରଞ୍ଜନ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଉତ୍ସବ ଉପଲକ୍ଷେ ଜଗତପୁର ଅଞ୍ଚଳର କିଛି ସ୍ଥାନୀୟ କଳାକାରମାନଙ୍କୁ ନେଇ ୨ରାତି ନାଟକ ମଞ୍ଚସ୍ଥ ହୋଇଥିଲା । ପ୍ରଥମ ରାତ୍ରରେ ‘ଭଲ ମଣିଷର ଭୁଲ ଠିକଣା’ ଓ ଦ୍ୱିତୀୟ ସଂନ୍ଧ୍ୟାରେ ‘ଲୁହରେ ଲେଖା ମୋ କପାଳ ରେଖା’ ମଞ୍ଚସ୍ଥ ନାଟକ ପରିବେଶଣ କରାଯାଇଥିଲା । ଏହି ଉତ୍ସବରେ କିଶୋର କ୍ଲବର ସଭ୍ୟ ତାପସ ମହାନ୍ତି, ତ୍ରିଲୋଚନ ପଣ୍ଡା, ନାଗେଶ୍ୱର ବେହେରା, ବିଜୟ ଭୂୟାଁ ଓ କାମପାଳ ଶତପଥି, ଲଳିତେନ୍ଦୁ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *