ସୁବୋଧ କୃଷ୍ଣ ମିଶନ ପକ୍ଷରୁ ଭାଗବତପାରାୟଣ ଓ ପ୍ରବଚନ ସପ୍ତାହ ଉଦ୍‌ଯାପିତ

ସୁବୋଧ କୃଷ୍ଣ ମିଶନ ପକ୍ଷରୁ ଭାଗବତପାରାୟଣ ଓ ପ୍ରବଚନ ସପ୍ତାହ ଉଦ୍‌ଯାପିତ

ସୁବୋଧ କୃଷ୍ଣ ମିଶନ ପକ୍ଷରୁ ଭାଗବତପାରାୟଣ ଓ ପ୍ରବଚନ ସପ୍ତାହ ଉଦ୍‌ଯାପିତ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ସିଡିଏ ସେକ୍ଟର-୯ ସ୍ଥିତ ମା’ଦୁର୍ଗା ମଣ୍ଡପ ଠାରେ ଭାଗବତ ପୂଜନ, ପାରାୟଣ ଓ ପ୍ରବଚନ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମର ଉଦ୍‌ଯାପିତ ହୋଇଯାଇଛି । ସୁବୋଧ କୃଷ୍ଣ ମିଶନର ପ୍ରମୁଖ ଡ. ସ୍ୱାମୀ କୃଷ୍ଣ ପ୍ରେମାନନ୍ଦ ସରସ୍ୱତୀ ମହାରାଜ ସପ୍ତାହ ବ୍ୟାପୀ ପ୍ରବଚନ ମାଧ୍ୟମରେ ଆର୍ଶୀବଚନ ପ୍ରଦାନ କରିଥିଲେ । ସୁବୋଧକୃଷ୍ଣ ମିଶନର ରାଜ୍ୟ ଲୋକସମ୍ପର୍କ ପ୍ରମୁଖ ଉତ୍କଳ ଭୂଷଣ ରାଉତରାୟ ଅତିଥି ଆମନ୍ତ୍ରଣ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରି କହିଲେ ଯେ, ନବଯାତ ଏହି ସୁବୋଧକୃଷ୍ଣ ମିଶନ ସହରୀ ଲୋକମାନଙ୍କ ଚାକଚକ୍ୟ ଜୀବନଶୈଳୀ ମଧ୍ୟରେ ସେମାନଙ୍କ ମନରେ ଆଧ୍ୟାତ୍ମିକ ମନୋଭାବର ଚିନ୍ତା ଓ ଚେତନାକୁ ଜାଗ୍ରତ କରିବାର ଏକ ସରଳ ପ୍ରୟାସ । ମିଶନର ଲକ୍ଷ୍ୟ ରାଜ୍ୟର କୋଣଅନୁକୋଣରେ ଆଗମୀ ଦିନରେ ଏହି ପ୍ରୟାସ ଜାରି ରଖିବା ଉଦ୍ଦେଶ୍ୟ ହେଉଛି ମିଶନର ପ୍ରମୁଖ ଡଃ. ସ୍ୱାମୀ କୃଷ୍ଣ ପ୍ରେମାନନ୍ଦ ସରସ୍ୱତୀଙ୍କ ସ୍ୱପ୍ନ ବୋଲି ମତପ୍ରକାଶ ପାଇଥିଲା । ଉଦ୍‌ଯାପନୀ ଉତ୍ସବର ମୁଖ୍ୟଅତିଥି ରୂପେ ମା’ ସୁଭଦ୍ରାଙ୍କର ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର ଯୋଗ ଦେଇଥିଲେ । ନାରାୟଣ ବ୍ୟାସ ପୂଜକ ଫକିର ଦାସ ମହାପାତ୍ର ବ୍ୟାସ ପୁରାଣ ପାଠ କରିଥିଲେ । ଡ. ସ୍ୱାମୀ କୃଷ୍ଣ ପ୍ରେମାନନ୍ଦ ସରସ୍ୱତୀ ମୁଖ୍ୟ ପୁରୋଧା ଭାବେ ଯୋଗଦେଇ ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ଦ୍ୱାରା ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ପ୍ରମୁଖ କର୍ତ୍ତାକର୍ମୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କର୍ତ୍ତାକର୍ମୀଙ୍କ ନାମ ସୁବୋଧ କୃଷ୍ଣ ମିଶନର କଟକ ସମ୍ପାଦକ ବିଜୟ କୁମାର ନାୟକ ଘୋଷଣା କରିଥିଲେ । ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କ ମଧ୍ୟରେ ଯଶୋବନ୍ତ ବେହେରା, ସଂଜୀବ ଶତପଥି, ଉତ୍କଳଭୂଷଣ ରାଉତରାୟ, ଅନୁରୁଦ୍ଧ ଭାଇ, ଅଭିଶେକ ମଣ୍ଡଳ, ନ୍ୟାୟମୂର୍ତ୍ତି ବାସୁଦେବ ପାଣିଗ୍ରାହୀ, ଲିଙ୍ଗରାଜ ଷଡ଼ଙ୍ଗୀ, ନ୍ୟାୟମୂର୍ତ୍ତି ମନୋରଞ୍ଜନ ମହାନ୍ତି, ଯୋଗେଶ ହରିଆନ, ଅଜିତ ମଣ୍ଡଳ, ବିଭୂଦତ୍ତ ବେହୁରା, ଶ୍ରଦ୍ଧାଞ୍ଜଳି ବେହୁରା, ଗୀତାରାଣୀ ମହାପାତ୍ର, ଧରଣୀ ପଟ୍ଟନାୟକ, ସତ୍ୟ ନାରାୟଣ ଦାସ, ନିତ୍ୟାନନ୍ଦ ମିଶ୍ର, ସବିତା ରାଉତ, କର୍ଣ୍ଣେଲ ହିତେଶ୍ୱର ରାଉତ, ସବିତା ପରିଡ଼ା, ସୁଧର ମଣ୍ଡଳ, ଅଶୋକ ଜେନା, ପ୍ରସନ୍ନ ସାହୁ, ମିଲନ ବଢ଼ୁ, ସବିତା ମହାପାତ୍ର, ବବିତା ପରିଡ଼ା, ଶାନ୍ତିଲତା ସେଠୀ, ଦୁଃଶାସନ ବେହେରା, ଲଳିତ ସେନାପତି, ଗିରିବାଳା ବେହେରା, ଅକ୍ଷୟ କୁମାର ମହାନ୍ତି, ଦେବେନ୍ଦ୍ର ପ୍ରଧାନ, ବିଚିତ୍ରା ନନ୍ଦ ପ୍ରଧାନ, ସବିତା ରାଉତରାୟ, ନଗେନ ଦାସ ପ୍ରମୁଖ ସାମିଲ ଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରଭୁ ଜଗନ୍ନାଥଙ୍କ ମହାପ୍ରସାଦ ଓ ଛପନ ଭୋଗ(ଭକ୍ତମାନଙ୍କ ସଂଗୃହିତ) କୃଷ୍ଣ ପାରାୟଣ ପ୍ରେମୀ ଭକ୍ତମାନଙ୍କ ମଧ୍ୟରେ ଡ. ସ୍ୱାମୀ କୃଷ୍ଣ ପ୍ରେମାନନ୍ଦ ସରସ୍ୱତୀଙ୍କ କରକମଳରେ ଆବଣ୍ଟନ କରାଯାଇଥିଲା । ଉଦ୍‌ଯାପନୀ ଉତ୍ସବରେ ପ୍ରାୟ ପାଞ୍ଚଶହରୁ ଉର୍ଦ୍ଧ୍ୱ କୃଷ୍ଣ ପ୍ରେମୀଙ୍କ ସମାଗମ ହୋଇଥିଲା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ