ସିଏମସି ୨୦ ନମ୍ବର ୱାର୍ଡ଼ରେ ବିଜେଡ଼ି ପକ୍ଷରୁ ଶୁଖିଲା ଖାଦ୍ୟ ବିତରଣ

ସିଏମସି ୨୦ ନମ୍ବର ୱାର୍ଡ଼ରେ ବିଜେଡ଼ି ପକ୍ଷରୁ ଶୁଖିଲା ଖାଦ୍ୟ ବିତରଣ


କଟକ(ଏନ୍‌.ଏମ୍‌): ବାରବାଟୀ-କଟକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସିଏମସି ୨୦ନମ୍ବର ୱାର୍ଡ଼ସ୍ଥିତ ଲଣ୍ଡାଦେଉଳ ପ୍ରାଙ୍ଗଣରେ ବିଜେଡ଼ି ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ନେତୃତ୍ୱରେ ଶୁଖିଲା ଖାଦ୍ୟ ବିତରଣ କରାଯାଇଛି । କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁବାସ ଚନ୍ଦ୍ର ସିଂହ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଞ୍ଚଳର ପ୍ରାୟ ୩ଶହ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବିତରଣ କରିଥିଲେ । ଅଞ୍ଚଳର ସାହେବଜାଦା ବଜାର, ଭାଷାକୋଷ ଲେନ, ନିମଚୌଡ଼ି, ଭଣ୍ଡାରୀ ସାହି, ବିଶ୍ୱନାଥ ଲେନ, ରମାନାଥ ଲେନ ଆଦି ଅଞ୍ଚଳର ଜନସାଧାରଣଙ୍କୁ ଏହି ସାମଗ୍ରୀ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ସିଂହ, କଟକ ମହାନଗର ବିଜେଡ଼ି ସଭାପତି ମଧୁସୂଦନ ସାହୁ, ପୂର୍ବତନ କର୍ପୋରେଟର ତଥା ଓଡ଼ିଶା ମୋ ପରିବାର ସଂଯୋଜକ ରଞ୍ଜନ କୁମାର ବିଶ୍ୱାଳ, ଅଜୟ ସାହୁ, ରାଜ୍ୟ ବିଜେଡ଼ି ଉପସଭାପତି ଜଗତଜ୍ୟୋତି ପଟ୍ଟନାୟକ, ଜନସନ ମହାପାତ୍ର, ଏକ୍ରାମ ହୁସେନ, ବିକ୍ରମ ଛାଟୋଇ, ସନ୍ଦିପ ଦାସ, ଦେବାଶିଷ ମହାପାତ୍ର, ସୁମିତ୍ରା ସାହୁ, ନରେନ୍ଦ୍ର ସେଠୀ, ଜିତେନ ବେହେରା, ସମ୍ମଦ ଅଫସର, ସୁକାନ୍ତ ବେହେରା, ଦେବ ସେଠୀ, ସାହେବଜାଦା ବଜାର ପୂଜା କମିଟି ସମ୍ପାଦକ କେଦାରନାଥ ବେହେରା, କାର୍ଯ୍ୟକାରୀ ସଭାପତି ଗୌରମୋହନ ଦାସ, ଉପସଭାପତି ସଞ୍ଜୟ ଦାସ, ପ୍ରତାପ ସ୍ୱାଇଁ ପ୍ରମୁଖ ଉପସ୍ଥିତଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *