News by Akshya Kumar Biswal (Rairangpur)

ରାଇରଙ୍ଗପୁରରେ ହ୍ୟୁମାନ ରାଇଟସ ଫ୍ରଣ୍ଟ ଇଣ୍ଡିଆ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ମାନବାଧିକାର ତାଲିମ ଶିବିର

News by Akshya Kumar Biswal (Rairangpur)

#ରାଇରଙ୍ଗପୁର(ଏନ୍‌.ଏମ୍‌.): ରାଇରଙ୍ଗପୁର କଲ୍ୟାଣ ମଣ୍ଡପ ପରିସରରେ ହ୍ୟୁମାନ ରାଇଟସ ଫ୍ରଣ୍ଟ ଇଣ୍ଡିଆ, ମୟୂରଭଞ୍ଜ ଜିଲ୍ଲା ଶାଖା ତରଫରୁ ଜିଲ୍ଲାସ୍ତରୀୟ ମାନବାଧିକାର ତାଲିମ ଶିବିର କାର୍ଯ୍ୟ କ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଓଡ଼ିଶା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଅଂଜନୀ ସୋରେନ, ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ, ସମ୍ମାନିତ ଅତିଥି ମୟୂରଭଞ୍ଜ (୨) ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ବାରିପଦା କିସର ଅଧ୍ୟକ୍ଷ ଗଣେଶ ମିଶ୍ର,ଏଚଆରଏଫ,ଇଣ୍ଡିଆ, ଅଧ୍ୟକ୍ଷ ମନୋଜ ଜେନା, ଆଇନଜୀବୀ ଡ. ମନୀଷା ଦାସ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ରାଜ୍ୟ ଆବାହକ ଡ. ରାଜୀବ ପଟ୍ଟନାୟକ ଅତିଥି ପରିଚୟ, ସ୍ୱାଗତ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ସବିଶେଷ ଆଲୋକପାତ କରିଥିଲେ । ମଣିଷ ଜୀବନ ଦୁର୍ଲଭ । ସମ୍ବିଧାନ ସମସ୍ତଙ୍କୁ ସୁସ୍ଥ ସହ ବଞ୍ଚିବାର ମୌଳିକ ଅଧିକାର ଦେଇଛି । ଶିଶୁରୁ ଶବ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସମ୍ବିଧାନର ୨୧ ଧାରା ରହିଛି । ଅତିଥି ଗଣ କହିଥିଲେ ରୋଟି, କପଡା, ମକାନ, କଥା କହିବାର, ବଞ୍ଚିବାର ଅଧିକାର ସମସ୍ତ ମାନବ ସମାଜ ପାଇଁ ଦରକାର । ଜୀବ ଜଗତରେ ମାନବ ଶ୍ରେଷ୍ଠ ପ୍ରାଣୀ । ତେଣୁ ସମସ୍ତଙ୍କ ମାନବାଧିକାର ଯେଭଳି କ୍ଷର୍ଣ୍ଣ ନହୁଏ ସେଥିପାଇଁ ଯତ୍ନଶୀଳ ହେବା ଉଚିତ । ଶିଶୁ, ଯୁବକ, ଯୁବତୀ, ମହିଳା, ବୟସ୍କ, ସଂଖ୍ୟାଲଘୁ, ପଛୁଆ ବର୍ଗ, ଦିବ୍ୟାଙ୍ଗ, କୃଷକ, ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ସଂଗଠିତ ଓ ଅସଂଗଠିତ ଶ୍ରମିକ, ସରକାରୀ ଓ ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ, କିନ୍ନର, ସମସ୍ତଙ୍କ ପାଇଁ ସାମ୍ବିଧାନିକ ଅଧିକାର ଅଛି । ସମସ୍ତଙ୍କର ସାମାଜିକ, ସାଂସ୍କୃତିକ, ରାଜନୈତିକ, ଅର୍ଥନୈତିକ ଅଧିକାର ଯେଭଳି କ୍ଷୁର୍ଣ୍ଣ ନହୁଏ ସେଥିପାଇଁ ଯତ୍ନଶୀଳ ହେବା ଆବଶ୍ୟକତା ରହିଛି । ଏହାକୁ ନେଇ ଅତିଥିଗଣ ବିଭିନ୍ନ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ସାମାଜିକ କର୍ମୀ ମାନଙ୍କୁ ବୁଝାଇବା ସହ ଏହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ରାଜ୍ୟରେ ଏହି ଅନୁଷ୍ଠାନ ପକ୍ଷରୁ ୧୫୦ ରୁ ଉର୍ଦ୍ଧ୍ୱ ଅଭିଯୋଗ ପ୍ରକୋଷ୍ଠ ବିଭିନ୍ନ ବ୍ଲକରେ ଖୋଲାଯାଇ ପିଡିତ ମାନଙ୍କୁ ନ୍ୟାୟିକ ସୁବିଧା ଦେବାପାଇଁ ଅନୁଷ୍ଠାନ ଅଣ୍ଟାଭିଡିଛି । ମାନବାଧିକାର କର୍ମୀମାନେ ପିଡିତ ମାନଙ୍କ ସହିତ ରହି ସେମାନଙ୍କ ସମସ୍ୟା ସମାଧାନ ପାଇଁ ଲାଗି ରହିଛନ୍ତି । ଆଗକୁ ଆହୁରି ଅଧିକ ଅଭିଯୋଗ ପ୍ରକୋଷ୍ଠ ଖୋଲାଯିବ ବୋଲି ଆଇନଜୀବୀ ମନୀଷା ଦାସ ପଟ୍ଟନାୟକ ସୂଚନା ଦେଇଥିଲେ । ଏସଡିପିଓ କହିଥିଲେ ପୁଲିସ ପୀଡିତ ମାନଙ୍କ ପ୍ରତି ସହାନୁଭୂତିଶୀଳ ଦେଖାଇବା ପାଇଁ ତାଙ୍କ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେହି ଯେମିତି ହତାଶ ନହୋଇ ନ୍ୟାୟ ପାଇବାରୁ ବଞ୍ଚିତ ନହୁଅନ୍ତି । ପରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ଥିବା ମାନବଧିକାର କର୍ମୀ ବା ରକ୍ଷକମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ଆଇନଜୀବୀ ଅମିତ ବୈଠା, ମିଡ଼ିଆ ପ୍ରଭାରୀ ଶୁଭ୍ରାଂଶୁ ମଣ୍ଡଳ, ମାନଗୋବିନ୍ଦ ମହାନ୍ତ ଏବଂ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । କଳ୍ପତରୁ ଖୁଣ୍ଟିଆ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *