ରାଜ୍ୟସ୍ତରୀୟ କେରଙ୍ଗ ଅହମଦୀୟା ଫୁଟବଲ ଟୁର୍ଣ୍ଣାମେଣ୍ଟ
ପ୍ରଥମ ସେମି ଫାଇନାଲରେ କଳିଙ୍ଗ ସ୍ପୋଟିଙ୍ଗ କ୍ଲବ ବିଜୟୀ

#ଖୋର୍ଦ୍ଧା(ଏନ୍.ଏମ୍.): ଖୋର୍ଦ୍ଧା ଉପକଣ୍ଠ କେରଙ୍ଗ ଅହମଦୀୟା ମୁସଲିମ ସ୍ପୋଟସ୍ ଆସୋସିଏସନ ଆନୁକୁଲ୍ୟରେ ଚାଲି ରହିଛି, ରାଜ୍ୟ ସ୍ତରୀୟ କେରଙ୍ଗ ଅହମଦୀୟା ଫୁଟବଲ ଟୁର୍ଣ୍ଣାମେଂଟର ପ୍ରଥମ ସେମି ଫାଇନାଲ କଳିଙ୍ଗ ସ୍ପୋଟିଙ୍ଗ କ୍ଲବ ଭୁବନେଶ୍ୱର ଏବଂ ଅରଗୁଳୁ ଗୋଲଡ଼େନ କ୍ଲବ ମଧ୍ୟରେ ଖେଳାଯାଇଛି । ଖେଳର ପ୍ରଥମାର୍ଦ୍ଧ ଏବଂ ଦ୍ୱିତୀୟାର୍ଦ୍ଧରେ ଖେଳ ସଂଘର୍ଷପୂର୍ଣ୍ଣ ଥିଲେ ମଧ୍ୟ ଶେଷ ସମୟ ପର୍ଯ୍ୟନ୍ତ କେହି କାହାରିକୁ ଗୋଲ ମାରି ପାରିନଥିଲେ । ଫଳରେ ଟ୍ରାଇବେକରର ସାହାୟତା ନିଆ ଯାଇଥିଲା । କଳିଙ୍ଗ ସ୍ପୋଟିଙ୍ଗ କ୍ଲବ ଭୁବନେଶ୍ୱର୫-୩ ଗୋଲ ବ୍ୟବଧାନରେ ଏହି ମ୍ୟାଚଟିରେ ବିଜୟୀ ଫାଇନାଲକୁ ଉତିନ୍ନ ହୋଇଛି । ଏହି ମ୍ୟାଚରେ କଳିଙ୍ଗ ସ୍ପୋଟିଙ୍ଗ କ୍ଲବ ଭୁବନେଶ୍ୱର ଖେଳାଳି ଚନ୍ଦନ ନାଏକଙ୍କୁ ବେଷ୍ଟ ପ୍ଲେୟାର ଭାବେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ମ୍ୟାଚକୁ ସଖାୱତ ଅଲ୍ଲି ପରିଚାଳନା କରୁଥିବା ବେଳେ ଲାଇନ୍ସମ୍ୟାନ ଭାବେ ତାଙ୍କୁ ସଗିର ଅହମଦ ଏବଂ ରମେଶଚନ୍ଦ୍ର ପାଇକରାୟ ସାହାଯ୍ୟ କରିଥିଲେ । ଚତୁର୍ଥ ଲେଫେରି ଭାବେ ଶୋଏବ ଅହମଦ ଏବଂ ମ୍ୟାଚ କମିଶନର ଭାବେ ଅମଜାଦ ଏହେସାନ ଖାଁ ଦାୟିତ୍ୱ ଭାର ତୁଲାଇ ଥିଲେ ।
ଏହି ମ୍ୟାଚରେ ମୁଖ୍ୟଅତିଥି ଭାବେ ଖୋର୍ଦ୍ଧା ବ୍ଲକରଚେୟାର ମ୍ୟାନ ପ୍ରିୟଦର୍ଶିନୀ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବରସାହି ପଂଚାୟତର ସମିତି ସଭ୍ୟ ରାମଚନ୍ଦ୍ର ସାମନ୍ତରାୟ, କେରଙ୍ଗ ଅହମଦୀୟା ମୁସଲିମ ସଂଗଠନର ସଭାପତି ଅମିରୁଦ୍ଦୀନ ଖାଁ, କେରଙ୍ଗ ଗ୍ରାମ ସରପଂଚ ମବରୁର ହୁସେନ ଏବଂ ସମିତି ସଭ୍ୟ ଶାହିଦ ମୁହମ୍ମଦ ଯୋଗ ଦେଇଥିଲେ । ଆସନ୍ତା ମ୍ୟାାଚ ଦ୍ୱିତୀୟ ସେମି ଫାଇନାଲ ଜୁନିଅର ୟୁନାଇଟେଡ଼ ଏଫ.ସି କଟକ ଏବଂ ଏସ.ଏସ.ଏ ଶରଧାପୁର ମଧ୍ୟରେ ଖେଳା ଯିବ ବୋଲି କେରଙ୍ଗ ଅହମଦୀୟା ଫୁଟବଲ ଟୁର୍ଣ୍ଣାମେଂଟର ଆୟୋଜକ କମିଟି ସୂଚନା ଦେଇଛନ୍ତି ।

