ରୋଷେଇ ଗ୍ୟାସ୍ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଏସୟୁସିଆଇ(ସି) ପକ୍ଷରୁ ବିକ୍ଷୋଭ

ରୋଷେଇ ଗ୍ୟାସ୍ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଏସୟୁସିଆଇ(ସି) ପକ୍ଷରୁ ବିକ୍ଷୋଭ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ସମ୍ପ୍ରତି ଘରୋଇ ସିଲିଣ୍ଡିର ପିଛା ୫୦ ଟଙ୍କା ମୂଲ୍ୟବୃଦ୍ଧିକୁ ନେଇ ଏସୟୁସିଆଇ(ସି) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ସଂଗଠନ ପକ୍ଷରୁ ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କେନ୍ଦ୍ର ମୋଦି ସରକାରଙ୍କୁ ନିନ୍ଦା କରାଯାଇଛି । ଅଭିଯୋଗ ଅନୁଯାୟୀ, ଆଜି ଠାରୁ ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ଓ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ପିଛା ୩୫୦ ଟଙ୍କା ଲେଖାଁ ବୃଦ୍ଧି କରିଛନ୍ତି । ବର୍ତ୍ତମାନର ମୂଲ୍ୟ ବୃଦ୍ଧି ଫଳରେ ଘରୋଇ ବ୍ୟବହାର ପାଇଁ ରନ୍ଧନ ଗ୍ୟାସ୍ ୧୦୮୦ ଟଙ୍କାରୁ ୧୧୩୦ ଟଙ୍କା ହୋଇଥିବା ବେଳେ ବ୍ୟବସାୟୀକ ରନ୍ଧନ ଗ୍ୟାସ୍ ୧୭୬୯ ଟଙ୍କା ରୁ ୨୧୨୦ ଟଙ୍କା ହୋଇଛି । ଚଳିତ ବର୍ଷ ଏଇ ଦୁଇ ମାସ ଭିତରେ କେବଳ ଘରୋଇ ପାଇଁ ବ୍ୟବହୃତ ରନ୍ଧନ ଗ୍ୟାସ୍ ୭୫ଟଙ୍କା ମୋଦି ସରକାର ବଢାଇଛି । କେନ୍ଦ୍ର ମୋଦି ସରକାରଙ୍କ ଏହି ଜନବିରୋଧୀ ଓ କର୍ପୋରେଟ ସ୍ୱାର୍ଥରେ ଜାଳେଣି ଗ୍ୟାସ୍ ମୂଲ୍ୟ ବୃଦ୍ଧି ଦୁର୍ଭାଗ୍ୟଜନକ ବୋଲି ବିକ୍ଷୋଭକାରୀମାନେ କହିଛନ୍ତି । ଏହି ବିକ୍ଷୋଭରେ ଜିଲ୍ଲା କମିଟିର ଖଗେଶ୍ୱର ସେଠୀଙ୍କ ଅଧ୍ୟକ୍ଷତାରେ ରାଜକିଶୋର ମଲ୍ଲିକ, ବସନ୍ତ ନାୟକ, ସିଦ୍ଧାର୍ଥ ରଥ, ଟିକା ସାମଲ, ଦିପକ ଦାସ, ବିନୋଦ ସେଠୀ, ତରୁଣସେନ ନାୟକ, ପାଭେଲ ପ୍ରିୟଦର୍ଶନ, ପ୍ରତାପ ମିଶ୍ର, ଅକ୍ଷୟ ରାଉଳ,ସୁଭସ୍ମିତା ସାହୁ, ଶୋଭା ଦେହୁରୀ, ସିପ୍ରା ମହାନ୍ତି, ସ୍ୱାଧିନୀ ବେହେରା, ଜ୍ୟୋସ୍ନାରାଣୀ ଦାସ, ଝରଣା ଦାସ, କ୍ଷୀରୋଦ ଜେନା, ସୁଜାତା ମହାପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ । ଆଇନଜୀବୀ ସୁକାନ୍ତ ନାୟକ, କବି ବ୍ରଜବନ୍ଧୁ ପୃଷ୍ଠି ସମର୍ଥନ ଦେଇ ଉପସ୍ଥିତ ଥିଲେ । ଏଠାରେ ସୁଚନାଯୋଗ୍ୟ ଯେ, ଆଛେ ଦିନର ସ୍ୱପ୍ନ ଦେଖାଇ କେନ୍ଦ୍ରରେ ମୋଦି ସରକାର ଆସିବା ଦିନରୁ ପ୍ରତିଦିନ ନିତ୍ୟ ପ୍ରୟୋଜନୀୟ ଜିନିଷର ମୂଲ୍ୟ ବୃଦ୍ଧି ଘଟି ଆଜି ଆକାଶ ଛୁଇଁଛି । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌, ପ୍ରତିଟି ଖାଦ୍ୟ ସାମଗ୍ରୀ ଓ ନିତ୍ୟ ପ୍ରୟୋଜନୀୟ ଜିନିଷ ପ୍ରତି ମୁହୁର୍ତ୍ତରେ ବଢିଚାଲିଥିବା ବେଳେ ମୋଦି ସରକାର ଏହାକୁ ଅମୃତ କାଳ କହି ଦେଶର ଜନସାଧାରଣଙ୍କୁ ତାଛଲ୍ୟ କରୁଛନ୍ତି । କର୍ପୋରେଟମାନଙ୍କ ସ୍ୱାର୍ଥରେ ଦେଶର ସମସ୍ତ ଜାତୀୟ ସମ୍ପତ୍ତି ଗୁଡିକୁ ତାଙ୍କ ହାତରେ ଟେକି ଦେବାରେ ଲାଗିଛନ୍ତି । ସର୍ବଗ୍ରାସୀ ସଙ୍କଟ କାଳରେ ମୋଦି ସରକାରଙ୍କ ଏହି ଜନବିରୋଧୀ ନିତୀ ବିରୁଦ୍ଧରେ ଜନସାଧାରଣ ଐକ୍ୟ ବଦ୍ଧ ଗଣ ଆନ୍ଦୋଳନ ପାଇଁ ଆଗେଇ ଆସିବାକୁ ଏସୟୁସିଆଇ(ସି) ପକ୍ଷରୁ ଆହ୍ୱାନ ଦିଆଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *