ରାଇରଙ୍ଗପୁର ବଣକାଟି ଗାଁ ହାଟ ପଡିଆରେ ମାଣ୍ଡିଆ ଖାଦ୍ୟ ମେଳା ୨୦୨୩

ରାଇରଙ୍ଗପୁର ବଣକାଟି ଗାଁ ହାଟ ପଡିଆରେ ମାଣ୍ଡିଆ ଖାଦ୍ୟ ମେଳା ୨୦୨୩

News by Akshya Biswal (Rairang Pur)

#ରାଇରଙ୍ଗପୁର(ଏନ୍‌.ଏମ୍‌.): ଓଡିଶା ସରକାରଙ୍କ ପ୍ରୟାସରେ ରାଜ୍ୟରେ ମିଲେଟ୍ ମିଶନ ଯୋଜନା କାର୍ଯ୍ୟ କରୁଛି । ଓଡିଶା ବାସୀଙ୍କୁ ପୁଷ୍ଟି ଶସ୍ୟ ଖାଦ୍ୟ କିପରି ପାଇବେ ସେ ନେଇ ପ୍ରତ୍ୟେକ ବ୍ଲକ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି । ବିଶେଷ ଭାବରେ ଯେଉଁଠି ଅଧିକ ମାଣ୍ଡିଆ ଚାଷ କରାଯାଉଅଛି ଉକ୍ତ ବ୍ଲକ ଗୁଡିକରେ ମିଲେଟ୍ ମିଶନ ଓଡିଶା ଦ୍ୱାରା ଚାଷୀମାନଙ୍କ ପାଇଁ ସଚେତନତା ପୁଷ୍ଟିଶସ୍ୟ ଖାଦ୍ୟର ମେଳା ଅନୁଷ୍ଠିତ ହେଉଛି ବୋଲି ଅଧିକାରୀ ମାନେ ପ୍ରକାଶ କରିଥିଲେ । ସେହିପରି ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଳକ ଅନ୍ତର୍ଗତ ବଣକାଟି ଗାଁ ହାଟ ପଡିଆରେ ପୁଷ୍ଟି ଶସ୍ୟ ଖାଦ୍ୟ ମେଳା ସ୍ୱେଛାସେବୀ ଅନୁଷ୍ଠାନ ‘ଦୁଲାଲ’ ଦ୍ୱାରା ଆୟୋଜନ କରାଯାଇଥିଲା । ଉକ୍ତ ମେଳାକୁ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ରାଣୀ ମୁର୍ମୁ, ଜିଲ୍ଲା ପରିଷଦ ସଦସ୍ୟା ମୀନା ସୋରେନ, ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ କିଶୁନ ମୁର୍ମୁ, ସିଡିପିଓ ଲକ୍ଷ୍ମୀ ଖୋୟା, ସାମ୍ବାଦିକ ଅକ୍ଷୟ ବିଶ୍ୱାଳ, ସାମ୍ବାଦିକ ନିରଜ ସାହୁ, ବଣକାଟି ସରପଞ୍ଚ ଦେହ୍ଲ ବାସ୍କେ, ସମିତି ସଭ୍ୟା ସୂର୍ଯ୍ୟ କାନ୍ତି ହେମ୍ବ୍ରମ, ଦୁଲାଲର ପ୍ରୋଗ୍ରାମ କୋଅର୍ଡିନେଟର ଅରୁଣ ଶେଖର ପ୍ରମୁଖ ଯୋଗଦାନ କରି ମିଲେଟ ମେଳାକୁ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୪ ଟି ସ୍ୱୟଂ ସହାୟକ ଗୋଷ୍ଠି ଫୁଲବାହା, ଲିଟା ଗୋସାଇଁ , ମା’ ଲକ୍ଷ୍ମୀ ଓ ଧରତୀ ଆୟୋ, ସ୍ୱୟଂ ସହାୟକ ମହିଳାମାନେ ମାଣ୍ଡିଆରେ ବହୁ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିଥିଲେ, ପୁଷ୍ଟି କର ଖାଦ୍ୟ ମଧ୍ୟରେ ମାଣ୍ଡିଆ ପ୍ରସ୍ତୁତ ଗୁଲୁଗୁଲା, ଜିଲାପି, ସେଓ, ସିଙ୍ଗଡା, ଆଲୁଚପ, ଖଜା, ନିମିକି, କାକରା, ପୁରି, ଇଟଲି , ପିଠା, ଚା, ଖଜା ଇତ୍ୟାଦି ପ୍ରସ୍ତୁତ କରି ମେଳା ଉପସ୍ଥିତ ଅତିଥି, ଗ୍ରାମବାସୀ, ମହିଳା, ସ୍କୁଲ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ଖାଇବାକୁ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ଅତିଥି ଗଣ ମାଣ୍ଡିଆ ପୃଥିବୀର ଏକ ଉତ୍କୃଷ୍ଟ ଶସ୍ୟ ବୋଲି କହିଥିଲେ । ଯେଉଁଥିରେ ଭରପୁର ଖାଦ୍ୟ ଭିଟାମିନ ପୁରି ରହିଛି । ରାଜ୍ୟ ଓ କେନ୍ଦ୍ର ସରକାର ଏହାକୁ ଚଳିତ ବର୍ଷ ମିଲେଟ ବର୍ଷ ଭାବରେ ଘୋଷାଣା କରିଛନ୍ତି । ଚାଷୀମାନଙ୍କୁ ବିହନ, ସାର, ପ୍ରତ୍ସୋହନ ରାଶି, ବୈଷୟିକ ଜ୍ଞାନ ସବୁକିଛି ଯୋଗାଇ ଦେଉଛନ୍ତି । ଚାଷୀମାନଙ୍କ ପାଇଁ ଉତ୍ପାଦିତ ଫସଲର ମଧ୍ୟ ଉଚିତ ଦରରେ କ୍ରୟ କରିବା ପାଇଁ ବ୍ୟବସ୍ଥା କରିଛନ୍ତି । ଚଳିତ ବର୍ଷ ବିଜାତଳା ବ୍ଳକର ବଣକାଟି ପଞ୍ଚାୟତ ରବିଋତୁ ପାଇଁ ୮୦ ହେକ୍ଟର ମାଣ୍ଡିଆ ଚାଷ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି ତନ୍ମଧ୍ୟରୁ ୪୦ ହେକ୍ଟର ପାଇଁ ଚାଷୀ କ୍ଷେତ୍ର ପ୍ରସ୍ତୁତ କରି ସାରିଲେଣି ବୋଲି ପ୍ରୋଗ୍ରାମ ଅଫିସର ଅରୁଣ ଶେଖର ସୂଚନା ଦେଇଥିଲେ ।କାର୍ଯ୍ୟକ୍ରମକୁ ବିଷ୍ଣୁପଦ ରଣା, ବଙ୍ଗାଳି ହେମ୍ବ୍ରମ, ଅଜିତ ବେହେରା,ବିକ୍ରମ ମାଝୀ,ନରେଶ ନାଏକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *