ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସଚେତନା ଶିବିର

ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସଚେତନା ଶିବିର

News by Smrutiranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): ଅଭିନବ ବିଡାନାସୀ ପଥଚାରୀ ସଂଘ ଆନୁକୂଲ୍ୟରେ ଏକ ଦାତବ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରକୁ ଜନ ଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶିକା ଅନିମା ଦାଶ ଉଦ୍‌ଘାଟନ କରିଥିଲେ । ଏହି ସଚେତନା ସଭାରେ ପଥଚାରୀ ସଂଘର ସଭାପତି ଦେବେନ୍ଦ୍ର ସୁତାର ଅଧ୍ୟକ୍ଷତା କରିଥିଲେ । ଡା. କିଶୋର ପଣ୍ଡା ବୟସ୍କ ବ୍ୟକ୍ତିଙ୍କ ହାଡ ପାମ୍ପରା ରୋଗ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ସଭାରେ ଡକ୍ଟର ସତ୍ୟ ରାୟ, ହରପ୍ରିୟା ରାଉତରାୟ, କୃଷ୍ଣ କୁମାର ଦାଶବର୍ମା, ରବିନ୍ଦ୍ର କୁମାର ସ୍ୱାଇଁ, ଡ. ବିଷ୍ଣୁଚରଣ ସାହୁ, ଗୋବିନ୍ଦ ବିହାରୀ ଯେନା, ଚିତ୍ତରଞ୍ଜନ ମହାନ୍ତି, ଦୁର୍ଯ୍ୟୋଧନ ସାହୁ, ରମେଶ ଚନ୍ଦ୍ର ସାହୁ, ମନୋରଞ୍ଜନ ଦାସ, ଜ୍ଞାନରଞ୍ଜନ ଦାସ ପ୍ରମୁଖ ଡାକ୍ତରମାନଙ୍କୁ ଏ ରୋଗ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରି ବୁଝିଥିଲେ । ଆରିଷ୍ଟୋ ଫର୍ମା, କନ୍‌କୋର ଫର୍ମା, ଜନଶିକ୍ଷଣ ସଂସ୍ଥାନ, ୱାଇଏସ୍ ମ୍ୟାନ କ୍ଲବ୍‌, ସହଯୋଗରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରକୁ ଡା. ପ୍ରସନ୍ନ କୁମାର ନାୟକ, ଡା. ଆଶୁତୋଷ ପ୍ରଧାନ, ପ୍ରଦୀପ କୁମାର ସିହ୍ନା, କୁଞ୍ଜବିହାରୀ ପଣ୍ଡା, ଅନିଲ କୁମାର ରାୟ, ସମ୍ବିତ କୁମାର ମହାନ୍ତି, ଶ୍ୟାମସୁନ୍ଦର ମହାନ୍ତି, ଲିଙ୍ଗରାଜ ଦାସ ପ୍ରମୁଖ ପରିଚାଳନା କରିଥିଲେ । ଶିବିର ଆୟୋଜନ ସମୟରେ ମଧୁମେହ, ରକ୍ତ ଚାପ, ବୋନ ମାସ ଡେନସିଟି ଏବଂ ସ୍ନାୟୁ ଜନିତ ରୋଗର ପରୀକ୍ଷା କରାଯାଇ ଡାକ୍ତରୀ ପରାମର୍ଶ ଦିଆଯାଇଥିଲା । ଶତାଧିକ ବୟସ୍କ ବ୍ୟକ୍ତି ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ଅଂଶ ଗ୍ରହଣ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *