ଚତୁର୍ଥ ଲୋକକଳା ମହୋତ୍ସବ : ଦ୍ୱିତୀୟ ଦିବସରେ ଘୋଡା ନାଚ ଓ ଦୁଧୁକି ବାଦନ ଦର୍ଷକଙ୍କ ମନମୋହିଲା

ଚତୁର୍ଥ ଲୋକକଳା ମହୋତ୍ସବ
ଦ୍ୱିତୀୟ ଦିବସରେ ଘୋଡା ନାଚ ଓ ଦୁଧୁକି ବାଦନ ଦର୍ଷକଙ୍କ ମନମୋହିଲା

News by Ajit Kumar Mallick (Konark)

#କୋଣାର୍କ (ଏନ୍‌.ଏମ୍‌.): ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଭୁବନେଶ୍ୱର, ଭାରତ ସରକାରଙ୍କ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ଓ ଓଡିଶା ସରକାରଙ୍କ ଓମଫେଡର ମିଳିତ ସହଯୋଗରେ କୋଣାର୍କର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନାଟ୍ୟଦୀପ ପକ୍ଷରୁ କୋଣାର୍କ ଜଗନ୍ନଥ ମନ୍ଦିର ପରିସରସ୍ଥ ସାଂସ୍କୃତିକ ମଣ୍ଡପରେ ଆୟୋଜିତ ହେଉଛି ଚତୁର୍ଥ ଲୋକକଳା ମହୋତ୍ସବ । ଆୟୋଜିତ ଚତୁର୍ଥ ଲୋକକଳା ମହୋତ୍ସବର ଦ୍ୱିତୀୟ ଦିବସରେ ନାଟ୍ୟଦୀପର ନିର୍ଦ୍ଦେଶକ କାଳନ୍ଦିଚରଣ ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ସାଂସ୍କୃତିକ ସନ୍ଧ୍ୟାର କାର୍ଯ୍ୟକ୍ରମରେ ଅତିଥି ଭାବେ ପଦ୍ମଶ୍ରୀ ଡ. ଉଛବ ଚରଣ ବେହେରା, କୋଣାର୍କ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ଜିଲ୍ଲା ସୂଚନା ପ୍ରଶାରଣ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ନାଟ୍ୟ ଚେତନାର ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଜନମାନସରୁ ଧିରେ ଧିରେ ବିଲୁପ୍ତ ହୋଇଯାଉଥିବା ଲୋକକଳାର ପୁନରଉଦ୍ଧାର ପାଇଁ ନାଟ୍ୟଦୀପର ଉଦ୍ୟମକୁ ପ୍ରଶଂସା କରିଥିଲେ । ସାଂସ୍କୃତିକ ସନ୍ଧ୍ୟାର ପ୍ରଥମାର୍ଘରେ ଚୌଦ୍ୱାରର ସଂଗୀତ କଳା ପରିଷଦର ଘୋଡାନାଚ ନୃତ୍ୟଗୁରୁ ପଦ୍ମଶ୍ରୀ ଡ. ଉଛବ ଚରଣ ବେହେରା ଓ ସାଥିମାନେ ଘୋଡାନାଚ ପରିବେଷଣ କରିଥିବାବେଳେ ନୟାଗଡ ରଣପୁରର ମା ବ୍ରାହ୍ମଣୀଦେବୀ ଯାତ୍ରା ନବରଙ୍ଗର ଗୁରୁ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଦ୍ୱାରା ଦୁଧୁକି ବାଦନ କରାଯାଇଥିଲା । ଏହି ଅବସରରେ କଳା ସଂସ୍କୃତି କ୍ଷେତ୍ରରେ ଉଲେକ୍ଷନୀୟ ଅବଦାନ ପାଇଁ ଧୁଡିକି ବାଦକ ଗୁରୁ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ନାଟ୍ୟଦୀପ ପକ୍ଷରୁ ପ୍ରଶଂସାପତ୍ର, ଉପୋଢୌକନ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଏତଦ ବ୍ୟତିତ ସମସ୍ତ କଳାକାରଙ୍କୁ ପୁଷ୍ପଗୁଛ ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା । ଉଗ୍ର ଆଧୁନିକତାର ତାଡନାରେ ଜନମାନସରୁ ହଜିଯାଉଥିବା ଲୋକକଳାର ପୁନରୁଦ୍ଧାର ପାଇଁ ଏହି ପ୍ରୟାସ ପ୍ରଶଂସନୀୟ ବୋଲି ଯୋଗ ଦେଇଥିବା ଳକାକାରମାନେ କହିଛନ୍ତି । ନାଟ୍ୟଦୀପର ସହ-ନିର୍ଦ୍ଦେଶକ ନିତ୍ୟାନନ୍ଦ ମହାରଣା ମଞ୍ଚ ପରିଚାଳନା କରିଥବା ବେଳେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆୟୋଜିତ ଏହି ଉତ୍ସବକୁ ସୂର୍ଯ୍ୟମନ୍ଦିର ଭ୍ରମଣରେ ଆସୁଥିବା ପର୍ଯ୍ୟଟକ କଳା ଓ ସାଂସ୍କୃତିକ ଭଳ ପାଉଥିବା କଳାପ୍ରେମୀ ଦର୍ଶକମାନେ ମନଭରି ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *