ଚୌଦ୍ୱାର ମଙ୍ଗୁଳି ଠାରେ ଉଦ୍‌ଘାଟନ ହେଲା ଲାୟନ୍ସ କ୍ଲବର ନୂତନ ଚକ୍ଷୁ ଚିକିତ୍ସାଳୟ

ଚୌଦ୍ୱାର ମଙ୍ଗୁଳି ଠାରେ ଉଦ୍‌ଘାଟନ ହେଲା ଲାୟନ୍ସ କ୍ଲବର ନୂତନ ଚକ୍ଷୁ ଚିକିତ୍ସାଳୟ

News by Smruti Ranjan Tripathy (Choudwar)

#ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକର ମଙ୍ଗୁଳି ଠାରେ ଆଜି ମେଲଭିୟନ ଜୋନ ଲାୟନ୍ସ କ୍ଲବ ପକ୍ଷରୁ ନୂତନ ଚକ୍ଷୁ ଚିକିତ୍ସା ଶିବିର ଉଦ୍‌ଘାଟିତ ହୋଇଯାଇଛି । ରାଜ୍ୟରେ ଦୀର୍ଘ ୨୫ ବର୍ଷ ଧରି ଚକ୍ଷୁ ଚିକିତ୍ସା ସେବା କରିଆସୁଥିବା ଲାୟନ୍ସ କ୍ଳବ୍ କଟକ ଚକ୍ଷୁ ଚିକିତ୍ସାଲୟର ଏକ ନୂତନ ଶାଖା ଖୋଲାଯାଇଛି । ପବିତ୍ର ନେତାଜୀ ଜୟନ୍ତୀ ଅବସରରେ ଉଦ୍‌ଘାଟିତ ଏହି କାର୍ଯ୍ୟକ୍ରମକୁ ଲାୟନ୍ସ କ୍ଲବ୍ ୩୨୨-ସି୫ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଗୌରୀଶଙ୍କର ଅଗ୍ରୱାଲ ଉଦ୍‌ଘାଟିତ କରିଥିବାବେଳେ ବରେଣ୍ୟ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଯୋଗ ଦେଇ ଏହି ହସ୍ପିଟାଲର ଉତ୍ତୋରତ୍ତୋର ଉନ୍ନତି କାମନା କରିବା ସହ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହାର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅନୁଷ୍ଠିତ ଅସହାୟ, ଗରିବଲୋକ ମାନଙ୍କୁ କିଭଳି ସହଜ ଓ ସୁବିଧାରେ ଚିକିତ୍ସା ସେବା ମିଳିପାରିବ ତଥା ଆଖପାଖ ଅଞ୍ଚଳବାସୀଙ୍କ କିଭଳି ସୁବିଧାରେ ଚକ୍ଷୁ ଚିକିତ୍ସା ପାଇପାରିବେ ଏ ନେଇ ଗୁରୁତ୍ୱ ଦେବାକୁ ଚିକିତ୍ସାଲୟର ମୁଖ୍ୟ, ତଥା ସମସ୍ତ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଚିକିତ୍ସାଲୟର ଚେୟାରମ୍ୟାନ ଗଣେଶ ପ୍ରସାଦ କାଣ୍ଡୋଇ ଚିକିତ୍ସାଲୟ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ସହ ମୋତିଆ ବିନ୍ଦୁ, ରେଟିନା, ଗ୍ଲୁକୋମା ଆଦି ଚକ୍ଷୁ ରୋଗ କିଭଳି ସାରା ରାଜ୍ୟରୁ ଦୂର ହେବ ଏହା ଏହି ହସ୍ପିଟାଲର ଉଦ୍ଦେଶ୍ୟ ବୋଲି ମତପ୍ରକାଶ କରିଥିଲେ । ତେବେ ଆଜି ଠାରୁ ଏକ ମାସ ପର୍ଯ୍ୟନ୍ତ ମାଗଣା ଚକ୍ଷୁ ଚିକିତ୍ସା ସେବା ଯୋଗାଇ ଦେବାକୁ ଦେବା ସହ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା ଅନ୍ତର୍ଗତ ଚିକିତ୍ସା ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଅତ୍ୟାଧୁନିକ ଯନ୍ତ୍ରପାତି, ଜ୍ଞାନ କୌଶଳ ଓ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଉନ୍ନତ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ଶ୍ରୀ କାଣ୍ଡୋଇ କହିଥିଲେ । ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ସମସ୍ତ ଅତିଥିମାନଙ୍କୁ ଉପଢୌକନ ପୁଷ୍ପଗୁଚ୍ଛ ସହ ମହାପ୍ରଭୁ ଜଗନ୍ନାଥଙ୍କ ତୈଳଚିତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଏବଂ ଚୌଦ୍ୱାର ପୌରପାଳିକାର ସମସ୍ତ ଲୋକପ୍ରତିନିଧିମାନେ ଯୋଗଦେଇ ଥିଲେ । ଅନୁଷ୍ଠାନ ପକ୍ଷରୁ ମାତାଦିନ ଉଦୟପୁରିଆ, ପ୍ରଫୁଲ୍ଲ କୁମାର ସାହୁ, ଏସ.ଏନ. ଅଗ୍ରୱାଲ, କମଳ କୁମାର ଅଗ୍ରୱାଲ, ରାଜେଶ କେ. ଝୁନ୍‌ଝୁନ୍‌ୱାଲା, ଦିଲ୍ଲୀପ ବୈଦ, ଅବିନାଶ ସନ୍ତୁକା, ସୁରେଶ କୁମାର ଫୋଗ୍ଲା, ବିଶ୍ୱନାଥ ଧନକ୍ୱା, ସୁଶିଲ କୁମାର ସନ୍ତୁକା, ଅନୁପ ମୁରାରକା ପ୍ରମୁଖ ଉପସ୍ଥିତ ଥିଲେ । ଲାୟାନ୍ସ କ୍ଲବ୍ କମିଟି କଟକ ସେକ୍ରେଟାରୀ ଅବିନାଶ ସନ୍ତୁକା ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *