ରାଇରଙ୍ଗପୁରରେ ସମ୍ବାଦ ସାହିତ୍ୟ ଘର ଜିଲ୍ଲାସ୍ତରୀୟ ୯ମ ବାର୍ଷିକ ଉତ୍ସବ

ରାଇରଙ୍ଗପୁରରେ ସମ୍ବାଦ ସାହିତ୍ୟ ଘର ଜିଲ୍ଲାସ୍ତରୀୟ ୯ମ ବାର୍ଷିକ ଉତ୍ସବ

News by Akshya Biswal (Rairangpur)

#ରାଇରଙ୍ଗପୁର(ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୂର୍ଣଚନ୍ଦ୍ର ମହାରାଜା କଲ୍ୟାଣ ମଣ୍ଡପ ପରିସରରେ ସମ୍ବାଦ ସାହିତ୍ୟ ଘର ଜିଲ୍ଲାସ୍ତରୀୟ ୯ମ ବାର୍ଷିକ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ସାହିତ୍ୟ ଘର ସଭାପତି ତିମିର ରଂଜନ ପଣ୍ଡାଙ୍କ ସଭାପତିତ୍ୱ କରିଥିଲାବେଳେ ରଂଜନ ନନ୍ଦ ଏବଂ ଅଧ୍ୟାପକ ଡଃ ଦିଗମ୍ବର ଗିରି ମଞ୍ଚ ପରିଚାଳନା କରିଥିଲେ । ଏଥିରେ ମୁଖ୍ୟଅତିଥି ରୂପେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ସାହିତ୍ୟ ଘର ରାଜ୍ୟ ସଂଯୋଜିକା ଡକ୍ଟର ଶୁଭଶ୍ରୀ ଲେଙ୍କା, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ରେଜିଷ୍ଟାର ତଥା ଅନୁବାଦକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ମିଶ୍ର, ସାହିତ୍ୟ ଘର ସଂଯୋଜକ ଅରବିନ୍ଦ ଦାସ ତଥା ବରିଷ୍ଠ ଆଇନଜୀବୀ ରସାନନ୍ଦ ଲେଙ୍କା, ଶୃତି ପ୍ରକାଶ ଦାସ, ବିକାଶ ରଂଜନ ନାୟକ, ରାଇରଙ୍ଗପୁର ସମ୍ବାଦ ଜିଲ୍ଲା ସାମ୍ବାଦିକ ତୁଷାରକାନ୍ତ ମହାନ୍ତ ଯୋଗ ଦେଇ ଓଡିଆ ସାହିତ୍ୟର ରୂପ, ରସ, ରଙ୍ଗ ବିଷୟରେ ସାରଗର୍ଭକ ବକ୍ତବ୍ୟ ଦେଇଥିଲେ । ଏଥିରେ ରାଇରଙ୍ଗପୁର ସାହିତ୍ୟ ଘର ସଭାପତି ଶ୍ରୀ ପଣ୍ଡା ତାଙ୍କର ବହୁମୂଲ୍ୟ ଭାଷଣରେ ସାହିତ୍ୟ ଆମ ସମାଜର ପ୍ରତିଛବି ବୋଲି କହିଥିଲା ବେଳେ ସମ୍ପାଦକ ଡକ୍ଟର ଦିଗମ୍ବର ଗିରି ବାର୍ଷିକ ବିବରଣୀ ପାଠ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ରୂପେ ସୂର୍ଯ୍ୟକାନ୍ତ ଘଣା, ଉପଖଣ୍ଡ ପୋଲିସ ଅଧିକାରୀ ଗୋକୁଳାନନ୍ଦ ସାହୁ, ଦିଲ୍ଲୀପ କୁମାର ମହାନ୍ତି, ରବିନ୍ଦ୍ର କୁମାର ପଟ୍ଟନାୟକ, କାଳୀପ୍ରସନ୍ନ ମହାନ୍ତି, ଅଧ୍ୟାପକ ମାନସ କୁମାର ପରିଡା, ଡକ୍ଟର ମିଲନ ମହାନ୍ତ, ଡକ୍ଟର ତନ୍ମୟୀ ରଥ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଶିଶୁ ସାହିତ୍ୟିକ ନେପାଳ ଚନ୍ଦ୍ର ସାହୁ ଓ ଗାଳ୍ପିକ ମିତ୍ରଭାନୁ ତନ୍ତୀଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଦୁଇଟି ପୁସ୍ତକ ‘ବସନ୍ତର ସଙ୍ଗୀତ’ ଓ କୁଡମାଲି କବିତା ‘ସାହିତ୍ୟରେ ବ୍ୟାକରଣ’କୁ ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା । ସାହିତ୍ୟ ଘର ତରଫରୁ ବିଦ୍ୟାଳୟରେ ହୋଇଥିବା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ସାରସ୍ୱତ ସମାରୋହରେ ୨୭ଜଣ କବି ଓ କବିୟତ୍ରୀ କବିତାପାଠ କରିଥିଲେ ।ରାଇରଙ୍ଗପୁର ବିଦ୍ୟାଳୟ ଓ ମହାବଦ୍ୟାଳୟ ଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆଯୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ରଂଜନ କୁମାର ନନ୍ଦ ସଭା ପରିଚାଳନା କରିଥିବାବେଳେ ଅଧ୍ୟାପକ ବିଜୟ କୁମାର ରାମ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *