ନବରଙ୍ଗପୁର ରାଜସ୍ୱ ଅମଲା ସଂଘର ବନ୍ଧୁ ମିଳନ

ନବରଙ୍ଗପୁର ରାଜସ୍ୱ ଅମଲା ସଂଘର ବନ୍ଧୁ ମିଳନ

News by Alok Sahu (Nabarang Pur)

#ନବରଙ୍ଗପୁର(ଏନ୍‌.ଏମ୍‌.): ନବରଙ୍ଗପୁର ସହରର ମଧ୍ୟ ଭାଗରେ ଥିବା ପର୍ଯ୍ୟଟନ ସ୍ଥଳୀ ହୀର୍ଲି ଡଙ୍ଗର ଠାରେ ଓଡିଶା ରାଜସ୍ୱ ଅମଲା ସଂଘ ଜିଲ୍ଲା ଶାଖା ନବରଙ୍ଗପୁରର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବନ୍ଧୁ ମିଳନ ପ୍ରାରମ୍ଭରେ ଦିବଙ୍ଗତ ସହକର୍ମୀ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରିଥିଲେ । ତାପରେ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇ ଥିବା ରାଜସ୍ୱ ଅମଲା ମାନଙ୍କୁ ପୁଷ୍ପ ଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାଜସ୍ୱ ଅମଲାମାନେ କାର୍ଯ୍ୟ ବ୍ୟସ୍ତ ଦୁନିଆରୁ ଉର୍ଦ୍ଧ୍ୱରେ ରହି ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରିବା ସହିତ ବିଭିନ୍ନ ପ୍ରକାରର ଆମୋଦ ପ୍ରମୋଦ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଉପଭୋଗ କରିଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ସହିତ ତାଙ୍କ ସହଧର୍ମିଣୀ ବବିତା ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଡେପୁଟି କଲେକ୍ଟର ମୌସୁମୀ ନାୟକ, ସୁବ୍ରତ ବେହେରା, ଓଡ଼ିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ, କାର୍ଯ୍ୟକାରି କମିଟିର ରାଜ୍ୟ ଅଧ୍ୟକ୍ଷ ପ୍ରସନ୍ନ କୁମାର ନାୟକ, ବିଶ୍ୱଭୂଷଣ ମହାନ୍ତି, ଜିଲ୍ଲା ସଭାପତି ଆଶୁତୋଷ ମହାନ୍ତି, ଉପ ସଭାପତି ଧନୁର୍ଜୟ ମାଝୀ, ଆକାଶ ଗଣ୍ଡ, ସମ୍ପାଦକ ତ୍ରିଲୋଚନ ନାୟକ, ଲୋକନାଥ ସାହୁ, କୈଳାସ ଦାସ, ଧନପତି ନାୟକ, ଜିତୁ ଚୌଧୁରୀ ମାଲକାନଗିରି ଜିଲ୍ଲାର ପ୍ରଦୀପ ମିଶ୍ରଙ୍କ ସହିତ ଜିଲ୍ଳାର ପ୍ରତ୍ୟେକ କାର୍ଯ୍ୟାଳୟର ରାଜସ୍ୱ ଅମଲାମାନେ ଯୋଗ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *