News by Smruti Ranjan Tripathy (Choudwar)

ଟାଙ୍ଗୀ-ଚୌଦ୍ୱାର ଇନ୍ଦ୍ରାଣୀପାଟଣା ଠାରେ ଧାନ ମଣ୍ଡିର ଶୁଭ ଉଦ୍ଘାଟନ

News by Smruti Ranjan Tripathy (Choudwar)

#ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ ଚୌଦ୍ୱର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାଣୀପାଟଣା ପଞ୍ଚାୟତ ଜେନିପୁର ଠାରେ ଇନ୍ଦ୍ରାଣୀପାଟଣା ସେବା ସମବାୟ ସମିତି ପକ୍ଷରୁ ଚଳିତ ବର୍ଷର ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ମୂଖ୍ୟଅତିଥି ଭାବେ ଯୋଗଦେଇ ମଣ୍ଡି ଉଦ୍‌ଘାଟନ କରିଥିଲେ । ସମିତି ସଭାପତି ମନୋରଞ୍ଜନ ସ୍ୱାଇଁ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ତେବେ ଚଳିତ ବର୍ଷ ଧାନର କ୍ୱିଣ୍ଟାଲ ପିଛା ମୂଲ୍ୟ ୨୦୪୦ ଟଙ୍କା ରହିଥିବା ବେଳେ କିଭଳି ଅଧିକରୁ ଅଧିକ ଚାଷୀ ଏହି ମଣ୍ଡିରେ ଧାନ ଦେବେ ଏବଂ ଅଧିକରୁ ଅଧିକ ଧାନ ସଂଗ୍ରହ ହେବା ନେଇ ପୂର୍ବତନ ବିଧାୟକ ଶ୍ରୀ ବିଶ୍ୱାଳ ମତବ୍ୟକ୍ତ କରିଥିଲେ । ଏହି ଧାନ ମଣ୍ଡି ଉପରେ ପାଖାପାଖି ୩ ଗୋଟି ପଞ୍ଚାୟତ ଯଥା କୟଲପଡ଼ା, ଇନ୍ଦ୍ରାଣୀପାଟଣା, ବାଣୀପଦାର ସମସ୍ତ ଚାଷୀ ନିର୍ଭରଶୀଳ ହୋଇଥାନ୍ତି ; ତେଣୁ ଚଳିତ ବର୍ଷର ପ୍ରଥମ ଖରିଫ ଧାନ ସଂଗ୍ରହ କାର୍ଯ୍ୟ ଚାଷୀଙ୍କ ପାଇଁ ବେଶ ଲାଭଦାୟକ ହେବ ବୋଲି ଶ୍ରୀ ବିଶ୍ୱାଳ ମତ ରଖିଥିଲେ । ତେବେ ମଣ୍ଡିରେ କିଛି ସମସ୍ୟା ରହିଥିବା ନେଇ ଚାଷୀମାନେ ପୂର୍ବତନ ବିଧାୟକ ଶ୍ରୀ ବିଶ୍ୱାଳଙ୍କୁ ସିଧାସଳଖ ଅଭିଯୋଗ କରିଥିଲେ । ମଣ୍ଡିରେ ପାଣି ସମସ୍ୟାର ସମାଧାନ ଲାଗି ଏକ ନଳକୂପ, ମଣ୍ଡିର ଚର୍ତୁପାର୍ଶ୍ୱ ଆବଦ୍ଧ ନିମନ୍ତେ ପ୍ରାଚୀର ନିର୍ମାଣ, ଧାନ ମଣ୍ଡି କ୍ୟାମ୍ପସରେ ସପ୍ତାହରେ ୨ଦିନ ଧାନ ସଂଗ୍ରହ ପାଇଁ ସମୟ ଧାର୍ଯ୍ୟ ଓ ମଣ୍ଡିରୁ ଧାନ ସଂଗ୍ରହ ପାଇଁ ଆଉ ଗୋଟିଏ ମିଲରଙ୍କୁ ଅନୁମତି ଦିଆଯିବା ପାଇଁ ଦାବି କରିଥିଲେ । ଶ୍ରୀ ବିଶ୍ୱାଳ ଚାଷୀମାନଙ୍କ ଦାବି ଶୁଣିବା ପରେ ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମିତିର ଉପସଭାପତି କଳ୍ପନା ରାଉତ, ୧୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଜୋତ୍ସ୍ନାରାଣୀ ସୁବୁଦ୍ଧିରାୟ, ପୂର୍ବତନ ସରପଞ୍ଚ ଶ୍ରୀମନ୍ତ ପ୍ରଧାନ, ସମିତିର ପୂର୍ବତନ ସମ୍ପାଦକ ଲକ୍ଷ୍ମଣ ରାଉତ, ଇନ୍ଦ୍ରାଣୀପାଟଣା ସେବା ସମବାୟ ସମିତି ସମ୍ପାଦକ ଅବିନାଶ ଜେନା, ଡିଇଓ ରାକେଶ କୁମାର ଖୁଣ୍ଟିଆଙ୍କ ସମେତ ତିନି ଗୋଟି ପଞ୍ଚାୟତର ସରପଞ୍ଚଙ୍କ ସମେତ ଲୋକନାଥ ବେଉରା, କାଳନ୍ଦି ନାୟକ, ଭାବଗ୍ରାହୀ ବେଉରା, ମଦନ ଲେଙ୍କା, ବ୍ରହ୍ମାନନ୍ଦ ନାୟକ, ପ୍ରଣବ ସାମଲ, ସଂଗ୍ରାମ ରାଉତ ପ୍ରମୁଖ ବହୁ ଚାଷୀ ଉପସ୍ଥିତ ଥିଲେ ।

By admin

Leave a Reply

Your email address will not be published. Required fields are marked *