ବିଶିଷ୍ଟ ଆଇନଜୀବୀ ସ୍ୱର୍ଗତ ବିଶ୍ୱଜିତ୍ ମହାନ୍ତିଙ୍କ ସ୍ମୃତିସଭା

ବିଶିଷ୍ଟ ଆଇନଜୀବୀ ସ୍ୱର୍ଗତ ବିଶ୍ୱଜିତ୍ ମହାନ୍ତିଙ୍କ ସ୍ମୃତିସଭା

News by Smruti Ranjan Tripathy(Cuttack)

#କଟକ(ଏନ୍‌.ଏମ୍‌.): ଦିବଂଗତ ବିଶିଷ୍ଟ ଆଇନଜୀବୀ ବିଶ୍ୱଜିତ୍ ମହାନ୍ତିଙ୍କ ଏକାଦଶାହ ଉପଲକ୍ଷେ ତାଙ୍କ ସିଡିଏ, ସେକ୍ଟର-୧୦ ସ୍ଥିତ ବାସଭବନରେ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଯୁବ ଆଇନିଜୀବୀ ବୈଦ୍ୟନାଥ ବେହେରାଙ୍କ ସଭାପତିତ୍ୱରେ ଏହି ସଭାର ପ୍ରାରମ୍ଭରେ ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସଂପାଦକ ପ୍ରଫୁଲ୍ଲ କୁମାର ସିଂ ସ୍ମୃତିସୁମନ ପୁସ୍ତିକାକୁ ଉନ୍ମୋଚନ କରିଥିଲେ । ସ୍ୱର୍ଗତ ମହାନ୍ତି ଦୀର୍ଘ ୩୦ ବର୍ଷ ଧରି ଫୌଜଦାରୀ ସାମ୍ବିଧାନିକ ମକଦ୍ଦମା, ସର୍ଭିସ୍ ସମ୍ବନ୍ଧୀୟ ମାମଲା ପରିଚାଳନାର ସୁନାମ ଅର୍ଜନ କରିଥିଲେ । ୨୦୧୬ ମସିହାରୁ ସେ ଗଣଶିକ୍ଷା ବିଭାଗରେ ସରକାରୀ ଓକିଲ ଭାବେ କାର୍ଯ୍ୟକରି ବେଶ୍ ପ୍ରତିଷ୍ଠାଲାଭ କରିଥିଲେ । ଏକାଧାରରେ ସେ ଜଣେ ବିଶିଷ୍ଟ ଆଇନ୍ ବିଶାରଦ ତଥା ଓଡ଼ିଶା ଉଚ୍ଚନ୍ୟାୟାଳୟର ସୁନାମଧନ୍ୟ ଆଇନଜ୍ଞ । ସୁସଂଗଠକ, ବିଶିଷ୍ଟ ସମାଜସେବୀ, ଧାର୍ମିକ, ପରୋପକାରୀ ତଥା ଉତ୍ତମ ମଣିଷଥିଲେ ବୋଲି ବଳିଷ୍ଠ ବକ୍ତାମାନେ ପ୍ରକାଶ କରିଥିଲେ । ଉକ୍ତ ସ୍ମୃତିସଭାରେ ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ । ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର, ଜଷ୍ଟିସ୍ ଶଶିକାନ୍ତ ମିଶ୍ର, ଜଷ୍ଟିସ୍ ମୃଗାଙ୍କଶେଖର ସାହୁ, ଜଷ୍ଟିସ୍ ଭି ନରସିଂହା, ଜଷ୍ଟିସ୍ ସାବିତ୍ରୀ ରଥ, ଜଷ୍ଟିସ୍ ମଦନ ମୋହନ ଦାସ, ଅଶୋକ କୁମାର ପରିଜା, ଆଡଭୋକେଟ୍ ଜେନେରାଲ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ରାଜ୍ୟ ବିଧାନସଭା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ସିଏମସି ମେୟର ସୁବାସ ସିଂ, ପୁର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରଭୃତ କୁମାର ତ୍ରିପାଠୀ, ପ୍ରଭାତ କୁମାର ବିଶ୍ୱାଳ, କଟକ ନଗର ଶାନ୍ତି କମିଟି ସମ୍ପାଦକ ଭିକାରୀ ଦାସ ନଗର ବିଜେଡି ସଭାପତି ମଧୁସୁଦନ ସାହୁ, ସମ୍ପାଦକ ପ୍ରଶାନ୍ତ ନାଏକ, ବିଜେଡି ଲିଗାଲ ସେଲ ସମ୍ପାଦକ ଶୁଭ୍ରାଂଶୁ କୁମାର ମହାନ୍ତି, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଆକୁଳାନନ୍ଦ ମନ୍ତ୍ରୀ, କର୍ପୋରେଟର ପ୍ରଦୀପ ରାଉତ, ପ୍ରିୟମ୍ବଦା ମହାନ୍ତି, ପୁଷିତା ମହାନ୍ତି, ରୀତାଞ୍ଜଳୀ ବେହେରା, ୱାର୍ଡ ନଂ-୩ ବିଜେଡି ସଭାପତି ମନୋରଞ୍ଜନ ଦାସ, ବାବାଜୀ ଚରଣ ସାହୁ, ଶ୍ୟାମସୁନ୍ଦର ବେହେରା, ନିରଞ୍ଜନ ବଳ, ଅମୀୟ କୁମାର ତ୍ରିପାଠୀ, ଗିରିବାଳା ବେହେରା, ଗୌତମ କୁମାର ପଣ୍ଡା, ରଜନୀ ବଲ୍ଲଭ ଦାଶ, ଶ୍ରୁତିକାନ୍ତ ପାତ୍ର, ଭାଗବତ ଶୁକ୍ଳା ତଥା କଟକ ଓ ଭୁବନେଶ୍ୱର ଦ୍ୱୈତନଗରୀର ବହୁ ବିଶିଷ୍ଟ ଆଇନଜୀବୀ, ସାମ୍ବାଦିକ, ସାମାଜିକ ସଂଗଠନର କର୍ମକର୍ତ୍ତା, ଶିକ୍ଷାବିତ୍‌, ଶିକ୍ଷା ବିଭାଗର ବିଭିନ୍ନ ଜିଲ୍ଲା ସଂଘର ସଭାପତି ଓ ସମ୍ପାଦକ, ସିଡିଏର ସମସ୍ତ ସେକ୍ସର ଆବାସିକ ସଂଘର କର୍ମକର୍ତ୍ତା, ବୁଦ୍ଧିଜୀବୀ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତିଚାରଣ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *