କୋଣାର୍କରେ ହକି ବିଶ୍ୱ କପ୍ ଟ୍ରଫିକୁ ଭବ୍ୟ ସ୍ୱାଗତ

କୋଣାର୍କରେ ହକି ବିଶ୍ୱ କପ୍ ଟ୍ରଫିକୁ ଭବ୍ୟ ସ୍ୱାଗତ

News by Ajit Kumar Mallick (Konark)

କୋଣାର୍କ(ଏନ୍‌.ଏମ୍‌.): କୋଣାର୍କରେ ହକି ବିଶ୍ୱ କପ୍ ଟ୍ରଫିକୁ ଭବ୍ୟ ସ୍ୱାଗତ କରାଯାଇଛି । ପାରମ୍ପରିକ ବାଦ୍ୟ, ସଂଗୀତ ଓ ନୃତ୍ୟ ମଧ୍ୟରେ ବିଶ୍ୱ କପ୍ ଟ୍ରଫିକୁ ସ୍ୱାଗତ କରା ଯାଇଥିଲା । ଆଜି ପୂର୍ବାହ୍ନରେ ପୁରୀ ଶ୍ରୀମନ୍ଦିର ସମ୍ମୁଖରୁ ହକି ବିଶ୍ୱ କପ୍ ଟ୍ରଫି କୋଣାର୍କ ଅଭିମୁଖେ ଆସି କୋଣାର୍କ-ପୁରୀ ବେଳାମାର୍ଗସ୍ଥିତ ଇକୋ-ରିଟ୍ରିଟରେ ମଧ୍ୟାହ୍ନ ୧୨ ଟା ୧୫ ରେ ପହଞ୍ଚିଥିଲା । ଏଠାରେ ଇକୋ-ରିଟ୍ରିଟ ଦାୟିତ୍ୱରେ ଥିବା ଅଧିକାରୀ ଓ ପର୍ଯ୍ୟଟକମାନେ ଭବ୍ୟ ସ୍ୱାଗତ କରିଥିଲେ । ଏହାପରେ କୋଣାର୍କ ଅଭିମୁଖେ ଆସି ମଧ୍ୟାହ୍ନ ୧ଟା ୩୦ରେ କୋଣାର୍କରେ ପହଞ୍ଚିଥିଲା । ସୂର୍ଯ୍ୟମନ୍ଦିର ସମ୍ମୁଖରେ ପାରମ୍ପରିକ ବାଦ୍ୟ, ନୃତ୍ୟ ଏବଂ ସଂଗୀତ ତାଳେତାଳେ ହକି ବିଶ୍ୱ କପ୍ ଟ୍ରଫିକୁ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟକଲ ଦିଲ୍ଲୀପ ମହାପାତ୍ର, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ ସେଠୀ, କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତ ତ୍ରିପାଠୀ, କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ମିଶ୍ରଙ୍କ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ ନାୟକ, ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ଏବଂ ସମେତ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ସୂର୍ଯ୍ୟ ମନ୍ଦିର ଭ୍ରମଣରେ ଆସିଥିବା ପର୍ଯ୍ୟଟକମାନେ ଭବ୍ୟ ସ୍ୱାଗତ କରିଥିଲେ । ସୂର୍ଯ୍ୟ ମନ୍ଦିର ପରିସରରେ ଏକ ଘଣ୍ଟାର ରହଣି ମଧ୍ୟରେ ଫଟୋସେସନ ପରେ କୋଣାର୍କ ସ୍ଥିତ ଯାତ୍ରୀନିବାସରେ ପହଞ୍ଚିଥିଲା । ଟ୍ରଫି ସହ ଆସିଥିବା ଅଧିକାରୀମାନେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *