ଅସହାୟଙ୍କୁ ଶୀତବସ୍ତ୍ର ବାଣ୍ଟିଲା ଗଜାନନ ସେବା ସମିତି

ଅସହାୟଙ୍କୁ ଶୀତବସ୍ତ୍ର ବାଣ୍ଟିଲା ଗଜାନନ ସେବା ସମିତି

News by Kanhu Charan Panda (Jagatpur)

ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳର ସ୍ୱେଚ୍ଛେସେବୀ ଅନୁଷ୍ଟାନ ଗଜାନନ ସେବା ସମିତି ଗରିବ ଅସହାୟ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ସମ୍ପ୍ରତି ଶୀତର ପ୍ରକୋପ ବଢ଼ି ଚାଲୁଥିବାବେଳେ ଏହି ଗରିବ ଲୋକଙ୍କୁ ରାତିରେ ଅସହ୍ୟ ଥଣ୍ଡାରୁ ରକ୍ଷା ପାଇବା ନିମନ୍ତେ କମ୍ବଳ ଟିଏ ନାହିଁ । ଫଳରେ ସେମାନେ ଭୋଗ କରୁଥିବା ସମସ୍ୟାକୁ ସମିତିର କର୍ମକର୍ତ୍ତା ମାନେ ଉପଲବ୍ଧି କରି ନିମପୁର କୃଷ୍ଣେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଭିକ୍ଷୁକମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଏହାପରେ ସମିତିର କର୍ମକତ୍ତାମାନେ ଭୁବନପୁର ପାଞ୍ଚଘରିଆ ସାହିରେ ରହୁଥିବା କେତେକ ନିରାଶ୍ରୟ ଲୋକଙ୍କୁ ଶୀତ ବସ୍ତ୍ର ବଣ୍ଟନ କରିଥିଲେ । ସେହିଭଳି ଶିକାରୀ ପୁର ଓସିସି କଲୋନି ଓ ବିଭିନ୍ନ ସାହି ବସ୍ତିରେ ମଧ୍ୟ ସମିତି ପକ୍ଷରୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତେବେ ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଆହୁରି ଦୁଇ ଦିନ ଧରି ଚାଲିବ ବୋଲି ସମିତି ସଭାପତି ଲଳିତେନ୍ଦୁ ଶତପଥି ସୂଚନା ଦେଇଛନ୍ତି । ତେବେ ଏହି ଅନୁଷ୍ଠାନ ସର୍ବଦା ମାନବ ସେବା ହିଁ ମାଧବ ସେବାର ବାର୍ତ୍ତା ନେଇ ବିଭିନ୍ନ ସମୟରେ ଜନହିତକର କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି । ରକ୍ତ ଦାନ ଶିବିର, ଚକ୍ଷୁ ପରୀକ୍ଷା ଶିବିର, ମାଗଣା ଚଷମା ବଣ୍ଟନ ଓ ଜଳଛତ୍ର ଭଳି ବିଭିନ୍ନ ଲୋକାଭିମୁଖି କାର୍ଯ୍ୟ କରି ଅଞ୍ଚଳରେ ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଶ୍ରୀ ଶତପଥିଙ୍କ ସମେତ ସମ୍ପାଦକ କାହ୍ନୁ ଚରଣ ପଣ୍ଡା, ଦେବେନ୍ଦ୍ର କୁମାର ଦାସ, ଇତିଶ କୁମାର ପଣ୍ଡା, ବିଶ୍ୱଜିତ ମହାନ୍ତି, ଚିତ୍ତରଞ୍ଜନ ଜେନା, ବିଶ୍ୱରଞ୍ଜନ ପଣ୍ଡା, ଡମ୍ବୁରୁଧର ରାଉଳ, ଚିତ୍ତରଞ୍ଜନ ମହାନ୍ତି, ସୌମ୍ୟରଞ୍ଜନ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *