କୋଣାର୍କ ସାହିତ୍ୟ ଆସର ଓ ଚିତ୍ରକଳା ପ୍ରଦର୍ଶନୀ : ୧୦ ସାରସ୍ୱତ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା

କୋଣାର୍କ ସାହିତ୍ୟ ଆସର ଓ ଚିତ୍ରକଳା ପ୍ରଦର୍ଶନୀ : ୧୦ ସାରସ୍ୱତ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା

News by Ajit kumar Mallick (Konark)

#କୋଣାର୍କ(ଏନ୍‌.ଏମ୍‌.): ଗୀତି କବିତା ଓଡ଼ିଆ ସାହିତ୍ୟର ପ୍ରାରମ୍ଭରୁ ଅଛି ଏବଂ ଆଗକୁ ରହିଥିବା ମଧ୍ୟ, ଗୀତି କବିତା ସ୍ୱର-ତାଳ-ଲୟଯୁକ୍ତ ସାଂଗୀତିକତା ନୁହେଁ, ଏହା ଜନଜୀବନର ଅନ୍ତଃସ୍ୱର । ଓଡ଼ିଆ ସାହିତ୍ୟର ଅଭିନ୍ନ ଅଙ୍ଗରୂପେ ବିଦିତ ଗୀତି କବିତାର ବର୍ତ୍ତମାନ ଓ ଭବିଷ୍ୟତ ଉଜ୍ଜ୍ୱଳ ଏବଂ ଏହା ଓଡ଼ିଆ ସାହିତ୍ୟର ପ୍ରାଣସ୍ପନ୍ଦନ ବୋଲି ସଂପ୍ରତି ଓଡିଆ ସାହିତ୍ୟରେ ଗୀତି କବିତାର ସ୍ଥିତି’ ଶୀର୍ଷକ ଆଲୋଚନାଚକ୍ରରେ ଭାଗନେଇ ବିଶିଷ୍ଟ ସାହିତ୍ୟିକମାନେ ମତବ୍ୟକ୍ତ କରିଛନ୍ତି । କୋଣାର୍କ ଉତ୍ସବ-୨୦୨୨ ଅବସରରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ କୋଣାର୍କ ସାହିତ୍ୟ ସଂସଦର ମିଳିତ ଆନୁକୁଲ୍ୟରେ ଅଷ୍ଟମ କୋଣାର୍କ ସାହିତ୍ୟ ଆସର ଓ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । କୋଣାର୍କ ସାହିତ୍ୟ ସଂସଦର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସାରସ୍ୱତ ଉତ୍ସବରେ ବିଶିଷ୍ଟ କବୟିତ୍ରୀ ଡ. ମନୋରମା ବିଶ୍ୱାଳ ମହାପାତ୍ର ମୁଖ୍ୟଅତିଥି, ପ୍ରାବନ୍ଧିକ କ୍ଷୀରୋଦ କୁମାର ରାୟ ମହାପାତ୍ର ମୁଖ୍ୟବକ୍ତା ଏବଂ ସମ୍ମାନୀତ ଅତିଥି ରୂପେ ବ୍ୟଙ୍ଗକବି ଶ୍ରୀଯୁକ୍ତ ସତ୍ୟାନାଶ, ଶ୍ରୀମାନ ସର୍ବଗିଳା, ଚିତ୍ରଶିଳ୍ପୀ ଚିନ୍ତାମଣି ବିଶ୍ୱାଳ, ଶିକ୍ଷାବିତ ଡକ୍ଟର ସନ୍ତୋଷ କୁମାର ମିତ୍ର, ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ, ପ୍ରାକ୍ତନ ପ୍ରାଧ୍ୟାପକ ଗୋପୀନାଥ କର ଓ ଅଧ୍ୟାପକ ଡଃ ମୃତ୍ୟୁଞ୍ଜୟ ରଥ ଯୋଗଦେଇ ଓଡିଆ ସାହିତ୍ୟରେ ଗୀତି କବିତାର ସ୍ଥିତି ଶୀର୍ଷକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବ୍ୟଙ୍ଗକବି ରତ୍ନାକର ବେହେରା (ସର୍ବଗିଳା)ଙ୍କ ରଚିତ ପୁସ୍ତକ ‘ଭଦ୍ର ଖେଚଡ’ ଶିଶୁ ପତ୍ରିକା ବାନରସେନାର ଚଳିତ ସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ଡ. ମନୋରମା ବିଶ୍ୱାଳ ମହାପାତ୍ରଙ୍କୁ କୋଣାର୍କ ସାହିତ୍ୟ ସମ୍ମାନ, ବ୍ୟଙ୍ଗକବି ସତ୍ୟାନାଶଙ୍କୁ ବ୍ୟଙ୍ଗରାଜ ସମ୍ମାନ, ମୃତ୍ୟୁଞ୍ଜୟ ରଥଙ୍କୁ କୋଣାର୍କ ଉତ୍ସବ ସମ୍ମାନ, ଚିନ୍ତାମଣି ବିଶ୍ୱାଳଙ୍କୁ କୋଣାର୍କ କଳା ସମ୍ମାନ, ସମାଜସେବୀ ଉମେଶ ସ୍ୱାଇଁଙ୍କୁ କୋଣାର୍କ ସେବା ସମ୍ମାନ, ସଂଗୀତ ନିର୍ଦ୍ଦେଶକ ରାଜକିଶୋର ଗୋଚ୍ଛାୟତଙ୍କୁ ଅର୍କସ୍ୱର ସମ୍ମାନ, କବୟିତ୍ରୀ ସୁଜାତା ସିହ୍ନାଙ୍କୁ ମା’ ରୁକ୍ମିଣୀ ଦେବୀ ସ୍ମୃତି ସମ୍ମାନ, ଭୁବନେଶ୍ୱରସ୍ଥିତ ଇଫକୋ କାର୍ଯ୍ୟାଳୟକୁ ଓଡ଼ିଆ ରାଜଭାଷା ସମ୍ମାନ, ସନ୍ତୋଷ କୁମାର ଦାଶଙ୍କୁ ସାମ୍ବାଦିକ ସଂଗ୍ରାମ ସ୍ମୃତି ସମ୍ମାନ ଓ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଈଶ୍ୱର ଚନ୍ଦ୍ର ନାୟକଙ୍କୁ କୃତୀ ଶିକ୍ଷକ ସମ୍ମାନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । କୋଣାର୍କ ଏନ୍‌ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ ଓ ପୁରୀ ଜିଲ୍ଲା ଯାଦବ ମହାସଂଘ ସଭାପତି ଗୋପାଳ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ସାରସ୍ୱତ ପ୍ରତିଭାଙ୍କୁ ସମ୍ମାନିତ କରିଥିଲେ । ଇଫକୋର ରାଜ୍ୟ ବିପଣନ ପ୍ରବନ୍ଧକ ସୌରଭ କୁମାର ଚାଟ୍ଟାର୍ଜୀ ଉତ୍ସବରେ ଉପସ୍ଥିତ ରହି ମାନପତ୍ର ଗ୍ରହଣ କରିଥିଲେ । କୋଣାର୍କ ସାହିତ୍ୟ ସଂସଦର ସଂପାଦକ ରବୀନ୍ଦ୍ରନାଥ ବାହିନୀପତି ସାହିତ୍ୟ ଉତ୍ସବର ଆଭିମୁଖ୍ୟ ସ୍ପଷ୍ଟ କରିଥିବାବେଳେ ଶିକ୍ଷୟିତ୍ରୀ ମନୋରମା ମିଶ୍ର, ସମାଜସେବୀ ରାମକୃଷ୍ଣ ମହାନ୍ତି, ରବୀନ୍ଦ୍ର କୁମାର ପ୍ରଧାନ, ନିରଞ୍ଜନ ତ୍ରିପାଠୀ, ପ୍ରଦୀପ ପ୍ରଧାନ ଯୋଗାଚାର୍ଯ୍ୟ ବାମଦେବ ଆଳୁକ, ସାମ୍ବାଦିକ ଅଜିତ ମଲ୍ଲିକ, ଧନଞ୍ଜୟ ବେହେରା ପ୍ରମୁଖ ପରିଚାଳନା କରିଥିଲେ । ଚିତ୍ରଶିଳ୍ପୀ ବର୍ଣ୍ଣାଳୀ ଶତପଥୀଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରକଳା ପ୍ରଦର୍ଶନୀ ସମସ୍ତଙ୍କୁ ଆକୃଷ୍ଟ କରିଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *