ଜାଲ୍ କାଗଜପତ୍ର ଦେଇ ବ୍ୟାଙ୍କରୁ ଠକେଇ: ୬ଜଣ ଗିରଫ

ଜାଲ୍ କାଗଜପତ୍ର ଦେଇ ବ୍ୟାଙ୍କରୁ ଠକେଇ: ୬ଜଣ ଗିରଫ

News by Kanhu Charan Panda (Jagatpur)

#ଜଗତପୁର(ଏନ୍‌.ଏମ୍‌.): ଜାଲ୍ କାଗଜପତ୍ର ଦେଇ ବ୍ୟାଙ୍କରୁ ଲୋନ୍ ନେବା ଓ କିସ୍ତି ନଭରିବା ଅଭିଯୋଗରେ ଆଜି ୬ଜଣ ଅଭିଯୁକ୍ତଙ୍କୁ ଜଗତପୁର ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ଭଦ୍ରକ ଜିଲ୍ଲା ବୈକୁଣ୍ଠ ବିହାର ଥାନା ଅନ୍ତର୍ଗତ ଚରମ୍ପା ଗ୍ରାମରେ ରହୁଥିବା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ସୋମନାଥପୁରର ରବିନ୍ଦ୍ର ଜେନା(୬୭), କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ନିମାଇଁ ଚରଣ ବାରିକ(୬୦), ମଧୁସୂଦନ ବେହେରା(୬୯), ଶ୍ରୀଧର ବାରିକ(୬୨), ବହୁଗ୍ରାମର କିଶୋର କୁମାର ରାୟ (୪୪) ଓ ସତ୍ୟଭାମାପୁରର ପୂର୍ଣ୍ଣ ଚନ୍ଦ୍ର ସାହୁ (୫୨) ବୋଲି ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଜଗତପୁର ଠାରେ ଥିବା ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆର, ନିମପୁରର ବ୍ରାଞ୍ଚ ମ୍ୟାନେଜର ଦେବାଶିଷ ସାହୁ ବ୍ୟାଙ୍କରେ ଜାଲ୍ କାଗଜପତ୍ର ଜମାକରି ଲୋନ୍ ନେଇଥିବାର ଏକ ଲିଖତ ଅଭିଯୋଗ ଜଗତପୁର ଥାନାରେ କରିଥିଲେ । ଅଭିଯୋଗ ତଦନ୍ତରୁ ଜଣା ପଡିଥିଲା ଯେ, ରବିନ୍ଦ୍ର କୁମାର ଜେନା ଉକ୍ତ ବ୍ୟାଙ୍କରେ ବିଭିନ୍ନ ବ୍ୟକ୍ତିଙ୍କ ନାମରେ ୪୫ଟି ସେଭିଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ । ଚିଫ୍ ଇଞ୍ଜିନିୟର, ଡ୍ରେନେଜ, ଗଣ୍ଡରପୁର, ଅଫିସରୁ ୩୫ଜଣଙ୍କର ଜାଲ୍ କାଗଜପତ୍ର ଜମା କରି ଉକ୍ତ ବ୍ୟାଙ୍କରୁ ବ୍ୟକ୍ତିଗତ ଲୋନ୍ ୧କୋଟି ୬ଲକ୍ଷ ୪୦ ହଜାର ଟଙ୍କା ନେଇଥିଲେ । ସେଥିରୁ ଦୁଇ ତିନିଟି କିସ୍ତି ଜମା କରିବା ପରେ କିସ୍ତି ଦେବା ବନ୍ଦ କରି ଦେଇଥିଲେ । ଜମା କରିଥିବା କାଗଜ ପତ୍ର ଜାଞ୍ଚରୁ ସବୁ ଜାଲ୍ ବୋଲି ଜଣା ପଡିବାରୁ ମ୍ୟାନେଜର ଦେବାଶିଷ ସାହୁ ଜଗତପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ତଦନ୍ତରୁ ସଂପୃକ୍ତ ବ୍ୟକ୍ତି ମାନେ ଜାଲ୍ କାଗଜପତ୍ର ଜମାକରି ଲୋନ୍ ନେଇଥିବା ପୁଲିସ ଜାଣିବାକୁ ପାଇଥିଲା । ତେଣୁ ସେମାନଙ୍କ ବିରୋଧରେ କେସ ନମ୍ବର ୯୯ ତା ୩୧.୦୫/୨୨ରେ ଧାରା ୪୧୯/୪୨୦/୪୬୮/୪୭୧/୧୨୦(ବି)ରେ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ରବୀନ୍ଦ୍ର କୁମାର ମେହେର ସୂଚନା ଦେଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *