News by Smruti Ranjan Tripathy (Choudwar)

୧୫ତମ ଡିହସାହି କାର୍ତ୍ତିକେଶ୍ୱର ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

News by Smruti Ranjan Tripathy (Choudwar)

ଚୌଦ୍ୱାର(ଏନ୍‍.ଏମ୍‍.): ଟାଙ୍ଗୀ-ଚୌଦ୍ୱାର ବ୍ଲକ କୟଳପଡ଼ା ପଞ୍ଚାୟତ ଡିହସାହି ଗାମରେ କାର୍ତ୍ତିକେଶ୍ୱର ମେଢ଼ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ନୂଆ ପାଟଣା ସ୍ଥିତ ଡାକବଙ୍ଗଳା ଠାରେ ଯାତ୍ରା କମିଟି ପକ୍ଷରୁ ଆୟୋଜିତ ଏହି ବୈଠକରେ ଚଳିତ ବର୍ଷ କିଭଳି ମେଳଣ ଉତ୍ସବ ଶାନ୍ତିଶୃଙ୍ଖଳାର ସହ ପାଳନ ହେବ ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ଯାତ୍ରାରେ ଅଞ୍ଚଳର ବିଭିନ୍ନ ମଣ୍ଡପରେ ନିର୍ମିତ ହରପାର୍ବତୀଙ୍କ ସମେତ କାର୍ତ୍ତିକେଶ୍ୱର୍ ଅନ୍ୟ ଦେବଦେବୀଙ୍କ ମୃଣ୍ମୟୀ ମୂର୍ତ୍ତିକୁ ନେଇ ମେଳଣ ଓ ଭସାଣି ହୋଇଥାଏ । କମିଟିର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଧର ରାଉଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର ଥାନା ଭାରାପ୍ରାପ୍ତ ଅଧିକାରୀ ବିରଞ୍ଚି ନାରାୟଣ ପତିଙ୍କ ସହ ଚୌଦ୍ୱାର ଥାନାର ଏସ ଆଇ ଦିଲ୍ଲୀପ ମର୍ଦ୍ଦରାଜ ଭୂୟାଁ , ଟିପିଏମ୍ ଫାଣ୍ଡି ଅଧିକାରୀ ରଞ୍ଜନ କୁମାର ନାୟକ, ଯାତ୍ରା କମିଟିର ସଭାପତି ମନୋମୋହନ ପରିଡ଼ା, ସମ୍ପାଦକ ନରେଶ ମହାରଣାଙ୍କ ସମେତ ସମସ୍ତ ପୂଜା କମିଟି କର୍ମକର୍ତ୍ତା ଏବଂ ସ୍ଥାନୀୟ ପ୍ରତିନିଧି ଯୋଗ ଦେଇଥିଲେ । ସମ୍ପ୍ରତି କରୋନା ପ୍ରଭାବ ହ୍ରାସ ପାଇଥିବା ଯୋଗୁଁ ସରକାରଙ୍କ ନିର୍ଦ୍ଦେଶକ୍ରମେ ଦୀର୍ଘ ଦୁଇ ବର୍ଷ ପରେ ଚଳିତ ବର୍ଷ ଏହି ମେଳଣ ଅନୁଷ୍ଠିତ ହେବ । ସେଥିପାଇଁ ଡିହସାହି ଗ୍ରାମବାସୀଙ୍କ ମନରେ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଛି । ତେବେ ଆସନ୍ତା ନଭେମ୍ବର ୨୬ ଓ୨୭ ତାରିଖ ଦୁଇ ଦିନ ଧରି ଏହି ମେଳଣ ହେବା ସମ୍ପର୍କରେ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ମେଳଣରେ ଉପରସାହି, ମଠସାହି, ଭୁଆସୁଣୀ ଛକ, ନୂଆସାହି, ମଳିକ ସାହି, ମଙ୍ଗଳା ସାହି, ବାଲୁଙ୍କେଶ୍ୱର (ଥାନପତି), ଚୌଧୁରି ସାହି, ଛକ ସାହି, ଦଧିବାମନ ସାହି, ପାଟଣା ସାହି, ହରିଜନ ସାହି, ଦେହୁରୀ ସାହି ପ୍ରମୁଖ ସାହି ମାନଙ୍କରୁ ପାଖାପାଖି ୧୩ ଖଣ୍ଡ ମେଢ଼କୁ ନେଇ ଏହି ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଥମ ଦିନ ମେଢ଼ଗୁଡ଼ିକ ନିଜ ନିଜ ଆସ୍ଥାନରୁ ବାହାରି ଯାତ୍ରା ପଡ଼ିଆରେ ପହଞ୍ଚିବେ, ତା’ପର ଦିନ ସମୟ ନିର୍ଘଣ୍ଟ ଏବଂ ନମ୍ୱର୍ ଅନୁଯାଇ ଶନି ମନ୍ଦିର ସ୍ଥିତ ନଦୀ କୂଳଠାରେ ନିର୍ମିତ ଅସ୍ଥାୟୀ ପୋଖରୀରେ ବିସର୍ଜନ ନିମନ୍ତେ ଶୋଭାଯାତ୍ରାରେ ବାହାରିବେ । ତେବେ ଏହି ଦୁଇ ଦିନରେ କିଭଳି ଶାନ୍ତି ଶୃଙ୍ଖଳା ରକ୍ଷା କରାଯିବ ସେ ନେଇ ଚୌଦ୍ୱାର ପୁଲିସ ପକ୍ଷରୁ କିଛି ନିୟମ ଲାଗୁ କରାଯାଇଛି । ନିୟମାନୁଯାୟୀ ଭସାଣି ପୂର୍ବରୁ ଲାଇସେନ୍ସ୍ସ ନିମନ୍ତେ ଆବେଦନ କରିବା, ୬ଟି ସ୍ପିକର ସହ ୬୫ ଡେସିମିଲ କ୍ଷମତାରେ ସାଉଣ୍ଡ ବଜାଇବା, ଡିଜେ ଉପରେ ରୋକ ଲଗାଇବା, ରାତି ୧୦ଟା ସୁଦ୍ଧା ସମସ୍ତ ମେଢ଼ ବିସର୍ଜନ ହେବା, ବାଣ ନଫୁଟାଇବା, ଟ୍ରାଫିକ ସମସ୍ୟା, ଯାତ୍ରା କମିଟି ଓ ମେଢ଼ କମିଟି ତରୁଫରୁ ନିୟୋଜିତ ସମସ୍ତ ଭଲ୍ୟୁଣ୍ଟରମାନଙ୍କ ସହଯୋଗ କାମନା କରାଯାଇଥିଲା । ପୁନଶ୍ଚ ବେଆଇନ ଚାନ୍ଦା ଆଦାୟ ବନ୍ଦ କରିବା ସହ ନିଶାମୁକ୍ତ ଯାତ୍ରା ହେବା ପାଇଁ ଚୌଦ୍ୱାର ପୋଲିସ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ବୈଠକରେ ସର୍ବଶ୍ରୀ ଲିଙ୍ଗରାଜ ନାୟକ, ଅଭିମନ୍ୟୁ ନାୟକ, ତ୍ରିନାଥ ସ୍ୱାଇଁ, ଦୀପକ ବରାଳ, ଦିପୁନା ନାୟକ, ଦେବେନ୍ଦ୍ର ରାଉଳ, ଚିତ୍ତରଞ୍ଜନ ବେହେରା, କିଶୋର ମଳିକ, ସନ୍ତୋଷ ମଳିକ, ରଞ୍ଜନ କୁମାର ପରିଡ଼ା, ଭରତ ଚନ୍ଦ୍ର ଚୌଧୁରୀ, ଅନନ୍ତ ବେଉରା, ଗନ୍ଧର୍ବ ପୂଝାରୀ, ଦୀପକ୍ ସାମଲ, ବନମାଳୀ ସାମଲ ପ୍ରମୁଖ ଯୋଗ ଦେଇଥିଲେ । ନରେଶ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *