ମୋବାଇଲ ଲୁଟେରା ଗିରଫ: ୫ମୋବାଇଲ ଫୋନ୍ ଜବତ

ମୋବାଇଲ ଲୁଟେରା ଗିରଫ: ୫ମୋବାଇଲ ଫୋନ୍ ଜବତ

News by Kanhucharan Panda (Jagatpur)

ଜଗତପୁର(ଏନ୍‌.ଏମ୍‌.): ସମ୍ପ୍ରତି ମୋବାଇଲ ଲୁଟେରାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ କେଉଁଠି ନା କେଉଁଠି ମୋବାଇଲ ଚୋରି ଘଟଣା ଘଟୁଥିବା ଜଣାପଡ଼ୁଛି । ତେବେ କଟକ ଜିଲ୍ଲା ଜଗତପୁର ଅଞ୍ଚଳରେ ମୋବାଇଲ ଚୋରି ବଢ଼ିଥିବାବେଳେ ଆଜି ଜଗତପୁର ଥାନା ପୁଲିସ ଜଣେ ମୋବାଇଲ ଲୁଟେରାକୁ ମାଡ଼ିବସିଛି । ଜଗତପୁରସ୍ଥିତ ଟ୍ରକ୍ ପାର୍କିଂ ନିକଟରୁ ଏହି ମୋବାଇଲ ଲୁଟେରାକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଉକ୍ତ ବ୍ୟକ୍ତି ଜଣକ ଜଗତପୁର ଥାନା ଅନ୍ତର୍ଗତ ଇମାମନଗର, ଖଇରା ଗ୍ରାମର କାହ୍ନୁ ପ୍ରଧାନ ଓରଫ ଯନ୍ତ୍ରୀ (୩୦) ବୋଲି ଜଣାପଡ଼ିଛି । ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜଗତପୁର ଟ୍ରକ୍ ପାର୍କିଂ ନିକଟରେ ଗତ କାଲି ରାତି ପ୍ରାୟ ୯ଟା ସମୟରେ ଜଣେ ବ୍ୟକ୍ତି ବଭିନ୍ନ କମ୍ପାନୀର କିଛି ମୋବାଇଲ ଫୋନ ବିକ୍ରି କରିବା ଉଦ୍ଦେଶ୍ୟରେ ଏଣେ ତେଣେ ବୁଲୁଥିବାର ଖବର ପାଇ ଜଗତପୁର ପୁଲିସ ପାର୍କିଂ ନକଟରେ ପହଞ୍ଚିଥିଲା । ସେଠାରେ ପହଞ୍ଚିବା ପରେ କାହ୍ନୁ ମୋବାଇଲ ଫୋନ ବିକ୍ରି କରିବା ଉଦ୍ଦେଶ୍ୟରେ ବୁଲୁଥିବା ଦେଖି ତାକୁ ପଚାରିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନପାରିନଥିଲା । ତେବେ ତା’ ନିକଟରେ ଏକାଧିକ ନାମୀଦାମୀ ଫୋନ ଦେଖି ପଚାରିବାରୁ ସେ କଥାକୁ ବୁଲାଇବାକୁ ଚେଷ୍ଟା କରିଥିଲା । ତେବେ ପୁଲିସର ସନ୍ଦେହ ହେବାରୁ ତାକୁ ଗିରଫ କରିବା ସହ କା ନକଟତରୁ ବିଭିନ୍ନ ବ୍ଲୁ କଲରର ଗୋଟିଏ ରେଡମୀ, ବ୍ଲୁ କଲରର ଗୋଟିଏ ନାଜରୋ ମୋବାଇଲ, ଗୋଲ୍ଡେନ କଲରର ଗୋଟିଏ ଟେକନୋ ମୋବାଇକ ଓ ଗୋଟିଏ ମୋଟୋରୋଲା କମ୍ପାନୀର ମୋବାଇଲ ଫୋନ ସହ ସମୁଦାୟ ୫ଟି ମୋବାଇଲ ଫୋନ ଜବତ କରିଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *