କଟକରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଭାରତ ଯୋଡ଼ ପଦଯାତ୍ରାକୁ ଭବ୍ୟ ସମ୍ବର୍ଦ୍ଧନା, ଜଗତପୁରରେ ରାତ୍ରୀ ଯାପନ

କଟକରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଭାରତ ଯୋଡ଼ ପଦଯାତ୍ରାକୁ ଭବ୍ୟ ସମ୍ବର୍ଦ୍ଧନା, ଜଗତପୁରରେ ରାତ୍ରୀ ଯାପନ

News by Kanhucharan Panda (Cuttack)

କଟକ(ଏନ୍‌.ଏମ୍‌.): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର, ଭାରତ ଯୋଡ଼ ପଦଯାତ୍ରା ଭୁବନେଶ୍ୱରରୁ ଆସି ଆଜି କଟକରେ ପହଞ୍ôଚଛି । ପୂର୍ବାହ୍ନରେ ସ୍ଥାନୀୟ ଫୁଲନଖରାର ଲକ୍ଷେଶ୍ୱର ମନ୍ଦିର ନିକଟରେ ପହଞ୍ଚିବା ପରେ ପୂର୍ବରୁ ସେଠାରେ ଅପେକ୍ଷା କରିଥିବା କଟକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ମାନସ ଚୌଧୁରୀ, ପୂର୍ବତନ ମନ୍ତ୍ରୀ ବିଜୟ ଲକ୍ଷ୍ମୀ ସାହୁ, କଟକ ନଗର କଂଗ୍ରେସ କମିଟି ସଭାପତି ସୁରେଶ ମହାପାତ୍ର,ସିଏମସି ୫୯ ୱାର୍ଡ କଂଗ୍ରେସ କର୍ମୀ ଜ୍ଞାନ ରଞ୍ଜନ ଭୂୟାଁ, ଅଭୟ ଦାସ, ଜମ୍ବେଶ୍ୱର ମଲ୍ଲିକ, ବାଉରୀବନ୍ଧୁ ବେହେରା, ଆଲୋକ ପୃଷ୍ଟି ଓ ପ୍ରତିଶ୍ରୁତି ଭୂୟାଁ ପ୍ରମୁଖ ଦଳୀୟ କର୍ମୀ ଉପସ୍ଥିତ ରହି ଓଡିଶା ପ୍ରଦେଶ କମିଟିର ସଭାପତି ଶରତ ପଟ୍ଟନାୟକଙ୍କୁ ସ୍ୱାଗତ କରିଥିଲେ । ଏଥି ସହିତ କର୍ମୀ ଓ ନେତାମାନେ ଏହି ପଦଯାତ୍ରାରେ ସାମିଲ ହୋଇ କଟକ ଆସିଥିଲେ । ଏହି ପଦଯାତ୍ରାରେ ବିଧାୟକ ଭୁଜବଳ ମାଝୀ, ପୂର୍ବତନ ବିଧାୟକ ରବି ମଲ୍ଲିକ, ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା, ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ଅଖିଳ ଭାରତ କଂଗ୍ରେସ କମିଟି କର୍ମକର୍ତ୍ତା ବିଶ୍ୱରଞ୍ଜନ ମହାନ୍ତିଙ୍କ ସମେତ ବାଙ୍କନିଧି ବେହେରା, ମନୋଜ ବିଶ୍ୱାଳ, କର୍ପୋରେଟର କାମେସ୍ ରାଓ ପ୍ରମୁଖ ସାମିଲ୍ ଥିଲେ । ଜଗତପୁର ଗୋଲେଇ ଛକ ଠାରେ ଜଗତପୁର କଂଗ୍ରେସ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ଅଲେଖ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ କଂଗ୍ରେସ ଯୁବନେତା ମାନସ ପରିଡ଼ା, କଟକ- ଚୌଦ୍ୱାର ଯୁବ କଂଗ୍ରେସ୍ ସଭାପତି ମାନସ ନାୟକ, ଅଞ୍ଚଳର ବରିଷ୍ଠ ମୁରବୀ ନିରଞ୍ଜନ ବିଶ୍ୱାଳ, ହେମରାଜ୍ ବିଶ୍ୱାଳ, ଆବାସ ମଲ୍ଲିକ, ହେମନ୍ତ ବିଶ୍ୱାଳ, ଦିଲ୍ଲୀପ ଚୌଧୁରୀ, ପ୍ରବୀର୍ ରଥ, ବିମଳ ବିଶ୍ୱାଳ, ଅଭିଜିତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ପଦଯାତ୍ରା ଦଳ ଜଗତପୁର ଠାରେ ରାତ୍ରୀ ଯାପନ କରିଥିବା ସୂଚନା ଦିଆଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *