ଏସିଆର ୭ଟି ଦେଶର ରାଷ୍ଟ୍ରଦୂତମାନଙ୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ

ଏସିଆର ୭ଟି ଦେଶର ରାଷ୍ଟ୍ରଦୂତମାନଙ୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ

News by Ajit Kumar Mallick (Konark)

କୋଣାର୍କ(ଏନ୍‌.ଏମ୍‌.) : ଏସିଆ ମହାଦେଶର ୭ଟି ଦେଶର ରାଷ୍ଟ୍ରଦୂତମାନେ ଆଜି କୋଣାର୍କ ସୂର୍ଯ୍ୟମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନରେ ମାଲେସିଆ, ମିଆଁମାର, ଥାଇଲାଣ୍ଡ, ଭିଏତନାମ, ବୃନେଇ, ଇଣ୍ଡୋନେସିଆ, ଲାଓପୀଡିଆ ଦେଶର ରାଷ୍ଟ୍ରଦୂତମାନେ କୋଣାର୍କରେ ପହଞ୍ଚିବା ପରେ ସେମାନଙ୍କୁ ଭାରତୀୟ ତୈଳ ପ୍ରତିଷ୍ଠାନର (ଆଇଓସିଏଲ) ଦ୍ୱାରା ନିର୍ମିତ ବ୍ୟାଖ୍ୟାନ କେନ୍ଦ୍ର ସମୁଖରେ ପୁଷ୍ପଗୁଛ ଓ ଉତ୍ତରୀୟ ଦିଆଯିଇ ସ୍ୱାଗତ କରାଯାଇଥିଲା । ସପ୍ତଦେଶୀୟ ରାଷ୍ଟ୍ରଦୂତମାନେ ବ୍ୟାଖ୍ୟାନ କେନ୍ଦ୍ର ବୁଲିସାରିବା ପରେ ସୂର୍ଯ୍ୟମନ୍ଦିରର ବିଭିନ୍ନ ସୂକ୍ଷ୍ମ କାରୁକାର୍ଯ୍ୟ ସବୁ ବୁଲି ଦେଖିଥିଲେ । ବରିଷ୍ଟ ଗାଇଡ ବିଶେଶ୍ୱର ଦାଶ ସୂର୍ଯ୍ୟ ମନ୍ଦିରର ଐତିହ୍ୟ ଓ ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ରାଷ୍ଟ୍ରଦୂତମାନଙ୍କୁ ଅବଗତ କରାଇଥିଲେ ।
ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ ମହାପାତ୍ର, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ, କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ, ଏଏସଆଇ ଅଧିକାରୀ ଚିତ୍ତରଞ୍ଜନ ଦାଶ, ବ୍ୟାଖ୍ୟାନ କେନ୍ଦ୍ରର ଅଧିକାରୀ ରାଜକିଶୋର ଦଳାଇ, ଆଶିଷ ପ୍ରଧାନ, ବିରଞ୍ଚିଦେବ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କୋଣାର୍କର ଇତିହାସ ସମ୍ପର୍କରେ ବୁଝାଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *