ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଲିମିଟେଡର ଅଧ୍ୟକ୍ଷ ଭାବେ ଡକ୍ଟର ଲେନିନ୍ ମହାନ୍ତିଙ୍କ ଦାୟିତ୍ୱଗ୍ରହଣ

ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଲିମିଟେଡର ଅଧ୍ୟକ୍ଷ ଭାବେ ଡକ୍ଟର ଲେନିନ୍ ମହାନ୍ତିଙ୍କ ଦାୟିତ୍ୱଗ୍ରହଣ

News by Dillip Kumar Muduli (Bhubaneswar)

ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଲିମିଟେଡର ଅଧ୍ୟକ୍ଷ ଭାବେ ଡକ୍ଟର ଲେନିନ୍ ମହାନ୍ତି ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେଆଜି ଡକ୍ଟର ମହାନ୍ତି ଓଟିଡିସି କାର୍ଯ୍ୟାଳୟରେ ପହଞ୍ଚି ପୂର୍ବତନ ଅଧ୍ୟକ୍ଷା ଶ୍ରୀମୟୀ ଶ୍ୱେତାସ୍ନିଗ୍ଧା ମିଶ୍ରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । କାର୍ଯ୍ୟାଳୟରେ ପହଁଚିବା ପରେ ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ବିଭାଗର ସ୍ୱତନ୍ତ୍ର ଅଧିକାରୀ ଅଂଶୁମାନ ରଥ, ଓଟିଡିସିର ମ୍ୟାନେଜର ଶକ୍ତିକାନ୍ତ ରାୟ, କାର୍ଯ୍ୟାଳୟର କମ୍ପାନୀ ସେକ୍ରେଟାରୀ ପ୍ରଶାନ୍ତ ପଣ୍ଡାଙ୍କ ସମେତ ସମସ୍ତ କର୍ମଚାରୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଶୁଭେଚ୍ଛୁମାନେ ଉପସ୍ଥିତ ରହି ଡକ୍ଟର ମହାନ୍ତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।
ନୂତନ କାର୍ଯ୍ୟଭାର ଗ୍ରହଣ ଅବସରରେ ଡକ୍ଟର ମହାନ୍ତି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରି ଯେଉଁ ଦାୟିତ୍ୱ ଦେଇଛନ୍ତି, ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ସେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବା ପାଇଁ ସେ ପୂର୍ଣ୍ଣ ପ୍ରୟାସ ଜାରି ରହିବେ । ଓଟିଡିସିର ଅଧ୍ୟକ୍ଷ ହିସାବରେ ପର୍ଯ୍ୟଟକମାନଙ୍କୁ ସୁଲଭ ମୂଲ୍ୟରେ ବିଶ୍ୱସ୍ତରୀୟ ସେବା ଯୋଗାଇଦେବାକୁ ଅଗ୍ରାଧିକାର ଦେବେ ବୋଲି ଡକ୍ଟର ମହାନ୍ତି ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପର୍ଯ୍ୟଟନ ବିଭାଗରେ ଏବେ ଅନେକଗୁଡିଏ ଭଲ ଭଲ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ପର୍ଯ୍ୟଟନ ଶିଳ୍ପର ବିକାଶ ଓ ସମୃଦ୍ଧି ପାଇଁ ଓଟିଡିସି ଏକ ପ୍ରମୁଖ ସହଯୋଗୀ ଭାବେ କାର୍ଯ୍ୟ କରିବ । କୋଭିଡ୍ ପରବର୍ତ୍ତୀ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଓଡିଟିସି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଗମର ଅଧ୍ୟକ୍ଷ ଭାବେ ତାଙ୍କୁ କାର୍ଯ୍ୟ କରିବା ପାଇଁ ଯେଉଁ ସୁଯୋଗ ଦେଇଛନ୍ତି, ରାଜ୍ୟବାସୀଙ୍କ ସେବା ପାଇଁ ତାଙ୍କର ସର୍ବଶ୍ରେଷ୍ଠ ପ୍ରଚେଷ୍ଠା ରହିବ ବୋଲି ଡକ୍ଟର ମହାନ୍ତି କହିଛନ୍ତି । ପୂର୍ବରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ପ୍ରକାଶ ପାଉଥିବା ଓଡିଶା ସରକାରଙ୍କ ମୁଖପତ୍ର ‘ଉତ୍କଳ ପ୍ରସଙ୍ଗ’ ଏବଂ ‘ଓଡିଶା ରିଭ୍ୟୁ’ର ସମ୍ପାଦକ ଭାବେ ଡକ୍ଟର ମହାନ୍ତି ସୁନାମ ଅର୍ଜ୍ଜନ କରିଛନ୍ତି । ଏହି ପତ୍ରିକା ଦ୍ୱୟର ନିୟମିତ ପ୍ରକାଶନ ସାଙ୍ଗକୁ ଏହାର ନବକଳେବର ସ୍ୱତନ୍ତ୍ର ସଂଖ୍ୟା, ଓଡିଶାରେ ଗାନ୍ଧିଜୀଙ୍କ ଆଗମନ ପତ୍ରିକାର ଇଂରାଜୀ ଏବଂ ଓଡିଶା ଭାଷା ସଂସ୍କରଣର ପୂନଃ ପ୍ରକାଶନ ଭଳି ପତ୍ରିକା ପ୍ରକାଶନରେ ସେ ଯେଉଁଭଳି ନିରବଚ୍ଛିନ୍ନ ପ୍ରୟାସ କରିଥିଲେ, ସେହିଭଳି ଓଡିଟିସି ଭଳି ଏକ ଗୁରୁତ୍ୱପୂଣ୍ଣ ନିଗମର କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇବା ସହ ଏହାକୁ ଶୀର୍ଷତମ ସୋପାନରେ ପହଁଚାଇବାକୁ ତାଙ୍କର ପୂର୍ଣ୍ଣ ପ୍ରୟାସ ଜାରି ରହିବ ବୋଲି ଏହି ଅବସରରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଓଡିଡିସି ଅଧ୍ୟକ୍ଷ ଡକ୍ଟର ମହାନ୍ତି ପ୍ରକାଶ କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *