ସ୍ୱର୍ଗଦ୍ୱାରରେ ଶବ ସଂରକ୍ଷଣ ଫ୍ରିଜର ଶୁଭାରମ୍ଭ

ସ୍ୱର୍ଗଦ୍ୱାରରେ ଶବ ସଂରକ୍ଷଣ ଫ୍ରିଜର ଶୁଭାରମ୍ଭ

ଫଟୋ- ଅଜିତ କୁମାର ମଲ୍ଲିକ

କୋଣାର୍କ (ଏନ୍‌.ଏମ୍‌.): ସ୍ୱର୍ଗଦ୍ୱାର ସେବା ସମିତି ତରଫରୁ ଶବ ସଂରକ୍ଷଣ ଫ୍ରିଜର ସେବା ଗତକାଲି ଓଡିଶା ଦିବସ ଅବସରରେ ଲୋକାର୍ପିତ ହୋଇଛି । ଲୋକାର୍ପଣର ଦ୍ୱିତୀୟ ଦିନରୁ ହିଁ ଏହାର ଲାଭ ପୁରୀ ସହରବାସୀ ନେବା ଆରମ୍ଭ କରିଛନ୍ତି । ସୂଚନା ଯୋଗ୍ୟ ପୁରୀ ରେଡକ୍ରସ ରୋଡ ନିବାସୀ ଲୀଳା ଶର୍ମା ନିଜର ସ୍ୱର୍ଗତ ଶାଶୁଙ୍କ ଶବ ସଂରକ୍ଷଣ ପାଇଁ ଏହି ସୁବିଧା ନେବା ପାଇଁ ସ୍ୱର୍ଗଦ୍ୱାର ସେବା କେନ୍ଦ୍ର ସହିତ ଯୋଗ ଯୋଗ କରି ଥିଲେ । ସ୍ୱର୍ଗଦ୍ୱାର ସେବା କେନ୍ଦ୍ର ତରଫରୁ ତାଙ୍କୁ ତୁରନ୍ତ ଏହି ସେବା ଯୋଗାଇ ଦିଆଯାଇଛି । ଉଲ୍ଲେଖ ଯୋଗ୍ୟ ଯେ ଏହା ଏକ ପ୍ରି ପେଡ୍ ସେବା ବ୍ୟବସ୍ଥା ଏବଂ ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟେ ସଂପୃକ୍ତ ପରିବାର ସଦସ୍ୟ ଦୂରଦୂରାନ୍ତରରୁ ଆସିବାକୁ ବିଳମ୍ବ ହୁଏ ତେବେ ଘରେ ଶବକୁ ସଂରକ୍ଷଣ କରି ରଖିବା କଷ୍ଟ ସାଧ୍ୟ ଅଟେ ଏବଂ ତେଣୁ ଏହି ଅସୁବିଧା ଦୂର କରିବା ପାଇଁ ଏହି ଶବ ସଂରକ୍ଷଣ ଫ୍ରିଜର ପ୍ରିପେଡ୍ ମାଧ୍ୟମରେ ସ୍ୱର୍ଗ ଦ୍ୱାର ତରଫରୁ ଯୋଗାଇ ଦିଆଯାଉଛି । କୌଣସି ବ୍ୟକ୍ତି ଚାହିଁଲେ ୨୪ଘଣ୍ଟାକୁ ଏକ ହଜାର ଟଙ୍କା ଦେଇ ଏହାର ସୁବିଧା ପାଇ ପାରିବେ ଏଥି ସହିତ ମୃତ ବ୍ୟକ୍ତିଙ୍କ ଶବ ସ୍ୱର୍ଗଦ୍ୱାରକୁ ଆଣିବା ପାଇଁ ସ୍ୱର୍ଗଦ୍ୱାର ସେବା ସମିତି ତରଫରୁ ସ୍ୱର୍ଗ ରଥର ମଧ୍ୟ ବ୍ୟବସ୍ଥା ରହିଛି । ପୁରୀ ମ୍ୟୁନିସିାଲିଟି ପରିସୀମା ମଧ୍ୟରେ ସ୍ୱର୍ଗରଥ ସେବା ନିମନ୍ତେ ୭୫୦ ଟଙ୍କା ଓ ପୁରୀ ପୌରାଞ୍ଚଳ ଠାରୁ ୧୦ କିମି ମଧ୍ୟରେ ୧୨୦୦ ଟଙ୍କା ଦେଇ ଏହାର ସୁବିଧା ନେଇ ହେବ । ଏଥି ନିମନ୍ତେ ସ୍ୱର୍ଗଦ୍ୱାର ସେବା କେନ୍ଦ୍ର ଟେଲିଫୋନ ନମ୍ବର ୦୬୭୫୨-୨୯୧୨୯୧ ସହ ଯୋଗାଯୋଗ କରିପାରିବେ ବୋଲି ସମିତି ପକ୍ଷରୁ ସୂଚନା ଦିଆଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *