କଟକ (ଏନ୍.ଏମ୍.): କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶକ୍ରମେ କଟକ ମହାନଗର ନିଗମ ୱାର୍ଡ ନମ୍ବର ୫୧ ତିନିଘରିଆ ଉପକଣ୍ଠ ନୟାବଜାର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ବିଶୋଧନ କରାଯାଇଛି । ଏହି ବିଶୋଧନ କାର୍ଯ୍ୟରେ ତିନିଘରିଆ ପୂଜାକମିଟି ସଭାପତି ଲେଲିନ ଖୁଣ୍ଟିଆ, ଯୁବସମାଜସେବୀ ଅଲୋକ ବସ୍ତିଆ,ଶୁଭେନ୍ଦୁ ଭୂୟାଁ,ପୋପରଡା ମହାଦେବ ପୂଜା କମିଟିର ସମ୍ପାଦକ ସୁଦର୍ଶନ ଜେନା,ବରିଷ୍ଠ ନାଗରିକ ସଂଘ ପୂର୍ବ କଟକର ସଂଗଠନ ସମ୍ପାଦକ ହୃଦାନନ୍ଦ ପଟ୍ଟନାୟକ, ସଭାପତି ବିଜୟ କୁମାର ଖୁଣ୍ଟିଆ, ସାଧାରଣ ସମ୍ପାଦକ ଅଗଣି ଚରଣ ନାୟକଙ୍କ ସମେତ ଉତ୍କଳ ବିକାଶ ପରିଷଦର କାର୍ଯ୍ୟକର୍ତା ବିଜୟ ନାୟକ, ବାବୁଲି ଦାସ, ନାରାୟଣ ଜେନା, ସ୍ମୃତିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ । ପରିଷଦର ଏପରି ସେଵାକାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରସଂଶା କରାଯାଇଛି ।
ନୂଆବଜାର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ହେଲା ସାନିଟାଇଜ
🤖 AI Quick Summary
Click the button to generate AI summary.
