ଓଲସା ପକ୍ଷରୁ ହୋଲି ଉତ୍ସବ ଓ ବସନ୍ତମିଳନ

ଓଲସା ପକ୍ଷରୁ ହୋଲି ଉତ୍ସବ ଓ ବସନ୍ତମିଳନ


କଟକ(ଏନ୍‌.ଏମ୍‌.): ସ୍ୱେଚ୍ଛାସେବୀ ସଂଗଠନ ଓଡ଼ିଶା ଲିଗାଲ ଆଣ୍ଡ ସୋସିଆଲ ଆସୋସିଏସନ(ଓଲସା) ପକ୍ଷରୁ ନିଆରା ହୋଲି ଓ ବସନ୍ତ ମିଳନ ଉତ୍ସବ ପାଳନ କରାଯାଇଛି । କୌଣସି ରାସାୟନିକ ରଙ୍ଗ ବ୍ୟବହାର ନକରି କେବଳ ପ୍ରାକୃତିକ ରଙ୍ଗ ଅବିରରେ ହୋଲି ଖେଳିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯିବା ସହ ଆନନ୍ଦ ଉଲ୍ଲାସର ପର୍ବ ହୋଲିରେ କେହି ଯେଭଳି ଉପାସରେ ନରହିବେ ସେ ନେଇ ପଦକ୍ଷେପ ନିଆଯାଇଥିଲା । ବିଶେଷ କରି ଅସହାୟ ଲୋକଙ୍କ ସେବା କରାଯିବା ଉପରେ ଗୁରୁତ୍ୱ ଦିଆଯାଇ ହୋଲି ଉତ୍ସବ ପାଳନ କରାଯାଇଥିଲା । ତେବେ ଆଗାମୀ ଦିନରେ ବ୍ୟାପକ ବୃକ୍ଷରୋପଣ ସହ ଅନୁଷ୍ଠାନ ପକ୍ଷରୁ ନିର୍ମାଣାଧିନ ଜରାଶ୍ରମ ପରିଚାଳନା ସମ୍ପର୍କରେ କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯିବା ସହ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ଆଇନଜୀବୀ ବିପିନ କୁମାର ଚୌଧୁରୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ଉପସଭାପତି ରବିନ୍ଦ୍ର କୁମାର ମହାପାତ୍ର ପୌରହିତ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଗନ ବିହାରୀ ଜେନା, ବିରଞ୍ଚିନାରାୟଣ ସାମଲ, ବିଜୟ କୁମାର ମିଶ୍ର, ଧର୍ମାନନ୍ଦ ସାହୁ, ବିଜୟଲକ୍ଷ୍ମୀ ସାହୁ, ଦେବେନ୍ଦ୍ର ଦାସ, ଜିତେନ୍ଦ୍ର ପଣ୍ଡା, ତପନ କୁମାର ସାହୁ, ସହଦେବ ମାଝୀ, ହେମନ୍ତ ମହାନ୍ତି, ସଂଯୋଜକ ପ୍ରତାପ କିଶୋର ପଣ୍ଡା ଧନ୍ୟବାଦ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *