ସିଏମସି ୪୦ ନମ୍ବର ୱାର୍ଡ଼ରେ ବିଜେଡିର ପ୍ରଚାର

ସିଏମସି ୪୦ ନମ୍ବର ୱାର୍ଡ଼ରେ ବିଜେଡିର ପ୍ରଚାର

ଫଟୋ- ପଦ୍ମଲୋଚନ ମିଶ୍ର

କଟକ (ଏନ୍‌.ଏମ୍‌.): କଟକ ମହାନଗର ନିଗମରେ ପୌର ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ରଣହୁଙ୍କାର ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରାର୍ଥୀଙ୍କ ପକ୍ଷରୁ ଶକ୍ତି ପ୍ରଦର୍ଶନ ମଧ୍ୟ କରାଯାଉଛି । ବିଶାଳ ରାଲି ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ସିଏମସି ୪୦ନମ୍ବର ୱାର୍ଡ଼ରେ ବିଜେଡି ପ୍ରାର୍ଥୀ ନିଜ ସମର୍ଥକଙ୍କୁ ଧରି ଘରଘର ବୁଲି ଭୋଟ ଭିକ୍ଷା ଚଳାଇଛନ୍ତି । ଏହି ୱାର୍ଡ଼ରେ ପୂର୍ବତନ କର୍ପୋରେଟର ଜୟଦେବ ଜେନାଙ୍କ ନେତୃତ୍ୱରେ ବିଜେଡି ସମର୍ଥକମାନେ ବିଭିନ୍ନ ସାହି ବସ୍ତିରେ ପହଞ୍ôଚ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, ବର୍ତ୍ତମାନର ବିଧାୟକ ସୌଭିକ ବିଶ୍ୱାଳଙ୍କ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୀ ଜେନା ଜନସାଧାରଣଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ଗତ ୫ବର୍ଷ ପୂର୍ବରୁ ଏହି ୱାର୍ଡ଼ର ରହିଥିବା ସମସ୍ୟା କିଭଳି ସମାଧାନ ହୋଇ ୱାର୍ଡ଼ର ଭୌଗଳିକ ସ୍ଥିତି ବଦଳାଇ ପାରିଛନ୍ତି ସେ ବିଷୟରେ ମଧ୍ୟ ଶ୍ରୀ ଜେନା କହିଛନ୍ତି । ଏଥର ପୌର ନିର୍ବାଚନରେ ଏହି ୱାର୍ଡ଼ରୁ ବିଜେଡି ପ୍ରାର୍ôଥନୀ ଝିଲ୍ଲୀ ବିହାରୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ସେ ନିବେଦନ କରିଛନ୍ତି । ତେବେ ଶ୍ରୀମତୀ ବିହାରୀ ମଧ୍ୟ ଏହି ୱାର୍ଡ଼ର ସର୍ବାଙ୍ଗୀନ ଉନ୍ନତି ପାଇଁ ସକଳ୍ପବଦ୍ଧ ହୋଇଥିବା କହିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *