ଫଟୋ- ପଦ୍ମଲୋଚନ ମିଶ୍ର

ଚୌଦ୍ୱାରରେ ବରିଷ୍ଠ ନାଗରିକଙ୍କ ସାଧାରଣ ଅଧିବେଶନ: ବିଜେଡିକୁ ଭୋଟ ଦେବାକୁ ପ୍ରଭାତଙ୍କ ନିବେଦନ

ଫଟୋ- ପଦ୍ମଲୋଚନ ମିଶ୍ର

ଟାଙ୍ଗୀ-ଚୌଦ୍ୱାର (ଏନ୍‌.ଏମ୍‌.): ଚୌଦ୍ୱାର ବରିଷ୍ଠ ନାଗରିକ କ୍ଲବର ସାଧାରଣ ଅଧିବେଶ ସ୍ଥାନୀୟ ମହିମା ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି । କ୍ଲବ ସଭାପତି ଶିଶିର କୁମାର ଶତପଥୀଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତରଞ୍ଜନ ବିଶ୍ୱାଳ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ସୁବିଧା ସୁଯୋଗ ଯୋଗାଇଦେଇଥିବା ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଧାୟକ ସୌଭିକ ବିଶ୍ୱାଳ, ବିଜେଡି ଚୌଦ୍ୱାର ନଗର ସଭାପତି ବିଷ୍ଣୁଚରଣ ପରିଡ଼ା, ବିଜେଡି ପୌରାଧ୍ୟକ୍ଷା ପ୍ରାର୍ôଥନୀ ମାନସୀସ୍ୱର୍ଣ୍ଣପ୍ରଭା ସାମଲ, ବିଜେଡି ଜିଲ୍ଲା ସମ୍ପାଦକ ତଥା ଚୌଦ୍ୱାର ୧୯ନମ୍ବର ୱାର୍ଡ଼ ପ୍ରାର୍ଥୀ ଶୁଭେନ୍ଦୁ ସାମଲ, ୧୦ନମ୍ବର ୱାର୍ଡ଼ ପ୍ରାର୍ଥୀ ବିଜୟ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ବରିଷ୍ଠନାଗରିକମାନଙ୍କ ବିଭିନ୍ନ କଲ୍ୟାଣ ମୂଳକ ବ୍ୟବସ୍ଥା ସମ୍ପର୍କରେ କହିଥିଲେ । ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କ ପକ୍ଷରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବତନ ବିଧାୟକ ଶ୍ରୀ ବିଶ୍ୱାଳ ବରିଷ୍ଠ ନାଗରିକମାନଙ୍କୁ ପୌର ନିର୍ବାଚନରେ ବିଜେଡି ସପକ୍ଷରେ ଭୋଟ ଦେବାକୁ ନିବେଦନ କରିଥିଲେ । ପୌରାଧ୍ୟକ୍ଷା ପ୍ରାର୍ôଥନୀଙ୍କ ସମେତ ୧୯ନମ୍ବର ୱାର୍ଡ଼ ପ୍ରାର୍ଥୀ ଶ୍ରୀ ସାମଲ ଓ ୧୦ନମ୍ବର ୱାର୍ଡ଼ ପ୍ରାର୍ଥୀ ଶ୍ରୀ ମଲ୍ଲିକଙ୍କୁ ଭୋଟ ଦେଇ ଏହି ଅଞ୍ଚଳର ବିକାଶରେ ସହଯୋଗ କରିବାକୁ ଉପସ୍ଥିତ ଅତିଥିମାନେ କହିଥିଲେ । କ୍ଲବ ଉପସଭାପତି ପ୍ରତାକ କିଶୋର ସାମଲ ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରସନ୍ନ ରାଉତ, ମହେଶ୍ୱର ପଣ୍ଡା, ପ୍ରମୋଦ ଜେନା, ପି.କେ. ଭୂୟାଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମ୍ପାଦକ ସୁଶାନ୍ତ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *