ଖାଇବା ତେଲ ଦର ବୃଦ୍ଧି ନେଇ କଟକ ଜିଲ୍ଲା ଯୋଗାଣ ବିଭାଗର ଚଢ଼ାଉ

ଖାଇବା ତେଲ ଦର ବୃଦ୍ଧି ନେଇ କଟକ ଜିଲ୍ଲା ଯୋଗାଣ ବିଭାଗର ଚଢ଼ାଉ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ ଖାଦ୍ୟସାମଗ୍ରୀର ଅହେତୁକ ଦର ବୃଦ୍ଧିକୁ ରୋକିବା ନିମନ୍ତେ ଆଜି ଜିଲ୍ଲାପ୍ରଶାସନ ପକ୍ଷରୁ କଟକର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢ଼ାଉ କରାଯାଇଛି । ବିଶେଷ କରି ଖାଇବା ତେଲ ହଠାତ୍ ମୂଲ୍ୟବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ତୁଷାରକାନ୍ତ ଦେଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଟକ ଜିଲ୍ଲା ଯୋଗାଣ ବିଭାଗର ଏକ ଟିମ ଆଜି ମାଲଗୋଦାମସ୍ଥିତ ବିଭିନ୍ନ ତେଲ ଗୋଦାମ ଉପରେ ଚଢ଼ାଉ କରିଥିଲେ । ଏଠାରେ ଥିବା ଜଗନ୍ନାଥ ଡିଷ୍ଟିବ୍ୟୁଟର କଳିଙ୍ଗ ଟ୍ରେଡର୍ସ, ସୁରେନ୍ଦ୍ର ନାଥ ବେହେରା ଆଣ୍ଡ କୋ, ମାତୃଶକ୍ତି ଭଣ୍ଡାର ଆଦି ଗୋଦାମରେ ଷ୍ଟକ ଏବଂ କାଗଜପତ୍ର ଯାଞ୍ଚ କରିଥିଲେ । ଚଢ଼ାଉସମୟରେ ପର୍ଯ୍ୟାପ୍ତ ଖାଇବା ତେଲ ମହଯୁଦ ଥିବା ଜଣାପଡ଼ିଥିଲା । ଏହି ତେଲ ମଧ୍ୟରେ ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ, ପାମୋଲିନ ଆଦି ତେଲ ପ୍ରବଳ ଗଚ୍ଛିତ ଥିବା ଟିମ ଦେଖିବାକୁ ପାଇଥିଲା । ତେବେ କାଗଜପତ୍ର ଯାଞ୍ଚ ସମୟରେ ରୁଚିଗୋଲ୍ଡ ତେଲ ଲିଟର ପିଛା ୧୪୧ରୁ ୧୪୫ଥିବାବେଳେ ବିକ୍ରି ପାଇଁ ୧୪୫ରୁ ୧୫୦ ମଧ୍ୟରେ ଥିବା ଜଣାପଡ଼ିଥିଲା । ତେବେ ରିଟେଲରମାନେ ଏହାକୁ ନେଇ ୧୪୮ଟଙ୍କାରୁ ୧୫୫ଟଙ୍କାରେ ବିକ୍ରୟ କରୁଥିବା ଜଣାପଡ଼ିଥିଲା । କେତେକ ଦୋକାନ ଷ୍ଟକ ପ୍ରାଇଜ ଡିକ୍ଲାରେସନ ବୋର୍ଡ଼ ରଖିଥିଲେ ମଧ୍ୟ ଏହାକୁ ଦୋକାନ ଭିତରେ ରହିଥିବା ଦେଖିବାକୁ ମିଳିଥିଲା । ସେମାନଙ୍କୁ ତୁରନ୍ତ ବୋର୍ଡ଼ ବାହାରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ବିଲ ସମ୍ବନ୍ଧୀୟ ଯାଞ୍ଚ କରିବା ପାଇଁ କିଛି ଦୋକାନୀଙ୍କୁ ରିଟେଲର ବିଲ ଦେଖାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଚଢ଼ାଉରେ ମାନସ ରଞ୍ଜନ ମହାପାତ୍ର, ଜିଲ୍ଲାଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରୀୟ ମିଶ୍ର, ଅତିରିକ୍ତ ଯୋଗାଣ ଅଧିକାରୀ ଦେବାଶିଷ ମହାନ୍ତି, ଅତିରିକ୍ତ ଯୋଗାଣ ଅଧିକାରୀ ଦୀପକ କୁମାର ଶତପଥୀ, କେଦାର ନାଥ ପ୍ରଧାନ, ଯୋଗାଣ ନିରୀକ୍ଷକ ପ୍ରମୁଖ ଉପସ୍ଥିତଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *